Advertisment

ତେଜିଲା ରାଜଭବନକୁ ଟାର୍ଗେଟ୍ ପଲିଟିକ୍ସ; ବିରୋଧୀଙ୍କ ପୁଣି ହମଲା ପରେ ବିଜେପିର ପାଲଟା ନିଶାନା

ଘନେଇଲା ରାଜନୀତି। ରାଜ୍ୟପାଳ ରଘୁବର ଦାସ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭେଟଘାଟକୁ ନେଇ ତେଜିଲା ରାଜନୈତିକ ବିବାଦ।

undefined

Raj Bhawan Politics

Advertisment

ରାଜଭବନରେ ରାଜ୍ୟପାଳ-ହିମନ୍ତ-ମୋହନ ଭେଟଘାଟ ଏବଂ ପୂର୍ବତନ ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ତେଜିଲା ରାଜନୈତିକ ବିବାଦ। ବିଜେଡିର ଅଭିଯୋଗ ପରେ ପ୍ରତିକ୍ରିୟା ପ୍ରକାଶ କରି ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟାଳୟ କହିଛି, ଓଡ଼ିଶା ଗସ୍ତ ବେଳେ ପ୍ରୋଟୋକଲ୍ ଦୃଷ୍ଟିରୁ ରାଜଭବନରେ ରହିଥିଲେ, ଏହାକୁ ଅଯଥା ରାଜନୈତିକ ରଙ୍ଗ ଦିଆ ନଯାଉ। ଯାହା ପରେ ରାଜନୀତି ଆହୁରି ତେଜିଛି। ତେଣେ ବିଜେପି କହିଛି, ରାଜନୀତିରେ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାରେ ବିଜେଡି ସିଦ୍ଧହସ୍ତ।

Advertisment

ରାଜଭବନକୁ ନେଇ ଘନେଇଲା ରାଜନୀତି। ରାଜ୍ୟପାଳ ରଘୁବର ଦାସ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭେଟଘାଟକୁ ନେଇ ତେଜିଲା ରାଜନୈତିକ ବିବାଦ। ପୂର୍ବତନ ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁଙ୍କୁ ବି ବିଜେଡି ବିବାଦକୁ ଟାଣିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛି ଭେଙ୍କେୟାଙ୍କ କାର୍ଯ୍ୟାଳୟ। ଦୁଇ ଦିନ ଧରି ରାଜଭବନକୁ ଟାର୍ଗେଟ କରିବା ସହ ଏହି ଭେଟଘାଟକୁ ଏକ ରାଜନୈତିକ ପ୍ରସଙ୍ଗ ତିଆରି କରିବାକୁ ଉଦ୍ୟମ କରୁଛି। ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ବିଜେଡି ରାଜଭବନକୁ ଟାର୍ଗେଟ କରିଥିଲା। ଗତକାଲି କଂଗ୍ରେସ ବି ଆଣିଥିଲା ସମାନ ଅଭିଯୋଗ। 

ବିରୋଧୀ ଅଭିଯୋଗ କରିଛନ୍ତି, ରାଜଭବନ ରାଜନୈତିକ ହବ ପାଲଟିଛି। ହିମନ୍ତ ଏବଂ ଭେଙ୍କେୟାଙ୍କ ଗସ୍ତକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଯାହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଭେଙ୍କେୟାଙ୍କ ଅଫିସ୍ ପକ୍ଷରୁ କୁହାଯାଇଛି ପୂର୍ବତନ ଉପରାଷ୍ଟ୍ରପତି ଏକ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଓଡିଶା ଗସ୍ତରେ ଆସିଥିଲେ। ପ୍ରୋଟୋକଲ ଅନୁସାରେ ରାଜଭବନରେ ରହିଥିଲେ। ରାଜ୍ୟପାଳଙ୍କ ସହ ସାକ୍ଷାତ ସୌଜନ୍ୟମୂଳକ ଥିଲା, କୌଣସି ରାଜନୈତିକ ଅଲୋଚନା ହୋଇନାହିଁ। ଏହାକୁ ଅଯଥା ରାଜନୈତିକ ରଙ୍ଗ ଦେବା ଉଚିତ ନୁହେଁ। 

Advertisment

ସେପଟେ ବିଜେପି ବିଧାୟକ ମାନସ ଦତ୍ତ କହିଛନ୍ତି, ରାଜନୀତିରେ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାରେ ବିଜେଡି ସିଦ୍ଧହସ୍ତ। ବିଜେଡି ସରକାରରେ କେଉଁଭଳି ଅଫିସରମାନେ ସରକାରର ହାତବାରିସୀ ସାଜିଥିଲେ, କେଉଁଭଳି ପ୍ରୋଟକଲ୍ ଭଙ୍ଗା ଯାଉଥିଲା ତାହା ସମସ୍ତେ ଦେଖିଛନ୍ତି।ଏଣେ ସମାନ ଅଭିଯୋଗ ଦୋହରାଇଛନ୍ତି ବିଜେଡି ଓ କଂଗ୍ରେସ।

ଗତ ୨୭ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସି ରାଜଭବନରେ ରାଜ୍ୟପାଳଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ ଆସାମ ମୁଖ୍ୟମୁନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସାକ୍ଷାତ ସଂପୂର୍ଣ୍ଣ ବ୍ୟକ୍ତିଗତ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏହି ଅବସରରେ ହିମନ୍ତଙ୍କୁ ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେହିପରି ୨୭ ତାରିଖରେ ଦୁଇ ଦିନିଆ ଗସ୍ତରେ ଆସି ରାଜଭବନରେ ରହିଥିଲେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। 

Advertisment

ସୂଚନାଯୋଗ୍ୟ ଯେ, ହିମନ୍ତ ବିଶ୍ବଶର୍ମା ଝାଡଖଣ୍ଡ ବିଜେପିର ସହପ୍ରଭାରୀ ଅଛନ୍ତି। ହିମନ୍ତଙ୍କ ଗସ୍ତ ପରେ ୩୦ ତାରିଖରେ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯାଇ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତାପରେ ତେଜିଥିଲା ବିବାଦ। ଝାଡଖଣ୍ଡ ନିର୍ବାଚନ ପୂର୍ବରୁ ସେହି ଭେଟଘାଟକୁ ନେଇ ଆରମ୍ଭ ହୋଇଥିଲା ରାଜନୀତି। ତେବେ ଏହି ବିବାଦରେ ପୂର୍ବତନ ଉପରାଷ୍ଟ୍ରପତିଙ୍କୁ ଟାଣିବାକୁ ନାପସନ୍ଦ କରିଛନ୍ତି ରାଜନୈତିକ ସମୀକ୍ଷକ।

ପୂର୍ବରୁ ବି ଜଣେ ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରସଙ୍ଗରେ ଜୋର ଧରିଥିଲା ରାଜନୀତି। ତେବେ କାହିଁକି ବାରମ୍ବାର ରାଜଭବନକୁ ନେଇ ରାଜନୀତି କରିବାକୁ ଚାହୁଁଛି ବିଜେଡି?  କାହିଁକି ରାଜ୍ୟପାଳଙ୍କୁ ନେଇ ବିବାଦ କରିବାକୁ ଚେଷ୍ଟା କରୁଛି ଦଳ ? ସରକାର ପରିବର୍ତ୍ତନ ପଛରେ ରାଜ୍ୟପାଳଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବା ଚର୍ଚ୍ଚା ହେଉଥିବା ବେଳେ ପୁରୁଣା ରାଗ ସୁଝୋଉଛି କି ବିଜେଡି? ଏବେ ଏହାକୁ ନେଇ ଚର୍ଚ୍ଚା। 

BJD BJP Congress Raj Bhawan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ