Advertisment

Odisha Train Tragedy: ଦିଦି କହିଲେ ୫ ଶହ, ଅଶ୍ୱିନୀ କହିଲେ ୨୩୮

ମୃତକଙ୍କ ସଂଖ୍ୟା ନେଇ କଥା କଟାକଟି ହେଲେ ଦୁଇ ନେତା ।

ଅଦ୍ୟତନ ହୋଇଛି
Mamata Banerjee, Aswini Vaishnaw

Mamata Banerjee, Aswini Vaishnaw

Advertisment

ବାହାନଗା ଦୁର୍ଘଟଣା ସ୍ଥଳରେ ମମତା-ବୈଷ୍ଣବ କଥା କଟାକଟି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ- ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟରେ ରେଳ ଦୁର୍ଘଟଣାକୁ ନେଇ କଥା କଟାକଟି ହୋଇଛି । ମୃତକଙ୍କ ସଂଖ୍ୟା ନେଇ କଥା କଟାକଟି ହୋଇଛନ୍ତି ଦୁଇ ନେତା । ମୃତ୍ୟୁ ସଂଖ୍ୟା ୫ଶହ ହେବ ବୋଲି କହିଥିଲେ ମମତା ବାନାର୍ଜୀ । ତେବେ ୫ଶହ ନୁହେଁ, ମୃତ୍ୟୁ ସଂଖ୍ୟା ୨୩୮ କହିଥିଲେ ଅଶ୍ୱିନୀ ବୈଷ୍ଣବ । ଆହୁରି ୩ଟି ବଗିରେ ମୃତଦେହ ଥିବା କହିଥିଲେ ମମତା । ଉଦ୍ଧାର କାର୍ଯ୍ୟ ଶେଷ ହୋଇଗଲାଣି ଜବାବ ଦେଇଥିଲେ ଅଶ୍ୱିନୀ ବୈଷ୍ଣବ ।

Advertisment

ସମୟ ଯେତିକି ବଢ଼ୁଛି, ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ମଧ୍ୟ ସେତିକି ବଢ଼ୁଛି। ବାଲେଶ୍ୱର ବାହନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬୧କୁ ବୃଦ୍ଧି ପାଇଛି। ମୃତ୍ୟୁ ସଂଖ୍ୟା ୨୬୧ ନେଇ ଦକ୍ଷିଣ ପୂର୍ବ ରେଲ୍‌ୱେ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାୟ ୯ଶହରୁ ଅଧିକ ଆହତ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସେପଟେ ଟ୍ରେନ୍‌ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ସେ ସୂଚନା ଦେଇଛନ୍ତି, ଉଦ୍ଧାର କାର୍ଯ୍ୟ ଶେଷ ପରେ ମରାମତି କାମ ଆରମ୍ଭ ହୋଇଛି। ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ଭବିଷ୍ୟତରେ ଯେପରି ପୁନରାବୃତ୍ତି ନହେବ, ସେଥିପ୍ରତି ଦୃଷ୍ଟି ଦିଆଯିବ।

Advertisment

ସୂଚନାଥାଉ କି, ହାୱଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ବାଲେଶ୍ୱର ବାହାନଗା ନିକଟରେ ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୂର୍ବରୁ ଛିଡ଼ା ହୋଇଥିବା ଏକ ମାଲ୍‌ବାହୀ ଗାଡ଼ିକୁ ଧକ୍କା ଦେଇ ଓଲଟି ପଡ଼ିଥିଲା କରମଣ୍ଡଳ। ଏପରିକି ମାଲ୍‌ବାହୀ ଗାଡ଼ି ଉପରକୁ ଚଢ଼ି ଯାଇଛି କରମଣ୍ଡଳ। ଏହି ଟ୍ରେନ୍‌ର କିଛି ବଗି ଆର ଟ୍ରାକ ଉପରେ ପଡ଼ିଥଲା। କିଛି ସମୟ ପରେ ସେହି ରୁଟ୍‌ରେ ଆସିଥିଲା ଯଶୱନ୍ତପୁର-ହାୱଡ଼ା ଟ୍ରେନ୍‌। ଏହି ଟ୍ରେନ୍ କରମଣ୍ଡଳ ଏକସପ୍ରେସ୍‌ର ଓଲଟି ପଡ଼ିଥିବା ବଗିକୁ ଧକ୍କା ଦେଇଥିଲା।

Train Accident Mamata Banerjee Aswini Vaishnaw
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ