Advertisment

‘ଅଶ୍ୱିନୀ ରେଳ ମନ୍ତ୍ରୀ ହେବା ପରେ, ଓଡ଼ିଶାକୁ ମିଳିଛି ଅନେକ ଫାଇଦା’

ନାମାଙ୍କନ ଦାଖଲ ପୂର୍ବରୁ ଗତକାଲି ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଛନ୍ତି ଅଶ୍ୱିନୀ ବୈଷ୍ଣବ। ଏଥିସହ ପୁରୀରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି।

ଅଦ୍ୟତନ ହୋଇଛି
BJP Renominates Ashwini Vaishnaw

Ashwini Vaishnaw

Advertisment

ରାଜ୍ୟସଭା ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ଭରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରାଜ୍ୟସଭା ପ୍ରାର୍ଥୀ ଲାଗି ଓଡ଼ିଶାରୁ ବିଜେପି ଅଶ୍ୱିନୀଙ୍କ ନାଁ ଘୋଷଣା କରିଥିବା ବେଳେ ତାଙ୍କୁ ସମର୍ଥନ ଲାଗି ବିଜେଡି ଘୋଷଣା କରିଛି । ୨୦୧୯ ରାଜ୍ୟସଭା ନିର୍ବାଚନ ବେଳେ ବି ସମାନ ଘଟଣା ଦେଖିବାକୁ ମିଳିଥିଲା । ସେତେବେଳେ କିନ୍ତୁ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ପ୍ରଥମେ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ପରେ ସେ ବିଜେପି ପ୍ରାର୍ଥୀ ବୋଲି ସ୍ପଷ୍ଟ କରିଥିଲା। ଆଉ ବିଜେଡି ସମର୍ଥନରେ ହିଁ ଅଶ୍ୱିନୀ ରାଜ୍ୟସଭାକୁ ନିର୍ବାଚିତ ହୋଇ ମୋଦି ସରକାରରେ ମନ୍ତ୍ରୀ ହୋଇଥିଲେ।

Advertisment

ନାମାଙ୍କନ ଦାଖଲ ପୂର୍ବରୁ ଗତକାଲି ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଛନ୍ତି ଅଶ୍ୱିନୀ ବୈଷ୍ଣବ। ଏଥିସହ ପୁରୀରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି।

୨୦୨୧ରେ ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରାଳୟର ମଙ୍ଗ ଧରିବା ପରେ ରେଳ କ୍ଷେତ୍ରରେ ଏମିତି ଅନେକ ଫାଇଦା ପାଇଛି ଓଡ଼ିଶା। ରାଜ୍ୟ ରେଳ ମାନଚିତ୍ରରେ ଘଟିଛି ଅନେକ ପରିବର୍ତ୍ତନ। ବଜେଟରେ ରାଜ୍ୟକୁ ରେଳ ଅନୁଦାନ ୧୦ ହଜାର କୋଟି ପାର୍ କରିଛି। ୨୦୦୯ରୁ ୧୪ ଉପା ସରକାର ଅମଳରେ ରେଳ ବଜେଟରୁ ରାଜ୍ୟକୁ ବର୍ଷକୁ ହାରାହାରି ୮୩୮ କୋଟି ଟଙ୍କା ମିଳୁଥିବା ବେଳେ ଚଳିତ ବଜେଟରେ ଏହା ୧୦ ହଜାର ୫୩୬ କୋଟିରେ ପହଞ୍ଚିଛି।

Advertisment

ସେହିପରି ୨୦୦୯ରୁ ୧୪ ମଧ୍ୟରେ ବର୍ଷକୁ ୫୩ କିଲୋମିଟର ନୂଆ ରେଳ ଲାଇନ ହେଉଥିବା ବେଳେ ଚଳିତ ଆର୍ଥିକ ବର୍ଷ ଏହା ୪୭୩ କିଲୋମିଟରକୁ ବଢ଼ିଛି । ଖାଲି ସେତିକି ନୁହେଁ, ୨୪ ବର୍ଷ ତଳେ ଆରମ୍ଭ ହୋଇ ସଂପୂର୍ଣ୍ଣ ହୋଇପାରୁ ନଥିବା ଅନୁଗୁଳ-ସୁକିନ୍ଦା ଓ ହରିଦାସପୁର-ପାରାଦୀପ ରେଳ ଲାଇନରେ ଟ୍ରେନ ଚଳାଚଳ ଆରମ୍ଭ କରିଛି। ଏହାବାଦ୍ ଭୁବନେଶ୍ୱର, କଟକ ଓ ପୁରୀ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରିବାକୁ ଦ୍ରୁତ ଗତିରେ ଚାଲିଛି କାମ।

ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟ ଅଶ୍ୱିନୀଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ଜଣାଇ ଯେଉଁ ପ୍ରେସ୍ ରିଲିଜ୍ ଦେଇଛନ୍ତି, ସେଥିରେ ରାଜ୍ୟରେ ରେଳପଥ ଓ ଟେଲିକମ୍ ବିକାଶ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେଡି ସମର୍ଥନ ଦେଉଥିବା ସ୍ପଷ୍ଟ କରିଛନ୍ତି। ଏପଟେ ରେଳ ବିଶେଷଜ୍ଞଙ୍କ ମତ, ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ଅନେକ ଫାଇଦା ପାଇଛି ରାଜ୍ୟ।

Advertisment
Ashwini Vaishnaw
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ