ଓଡ଼ିଶା ଆସିବେ ରାହୁଲ ଗାନ୍ଧି । କଂଗ୍ରେସର ମହିଳା ବିରୋଧୀ ହିଂସା କାର୍ଯ୍ୟକ୍ରମରେ ଯୋଗ ଦେବେ । ଜୁଲାଇ ଦ୍ୱିତୀୟ ସପ୍ତାହରେ ରାହୁଲ ଗାନ୍ଧି ଓଡ଼ିଶା ଆସିବା ନେଇ ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ରାହୁଲଙ୍କ ସହ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଓଡ଼ିଶା ଆସିବେ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ବିଶାଳ ସମାବେଶ ଆୟୋଜନ ହେବ । ଏନେଇ ଖୁବଶୀଘ୍ର ତାରିଖ ଧାର୍ଯ୍ୟ ହେବ ବୋଲି ପିସିସି ପକ୍ଷରୁ କୁହାଯାଇଛି । ରାଜ୍ୟରେ ଡବଲ ଇଞ୍ଜିନ ଫେଲ୍ ସହ ମହିଳାଙ୍କ ଉପରେ ବଢୁଥିବା ଅତ୍ୟାଚାର ବିରୁଦ୍ଧରେ ହେବ ସମାବେଶ। ହଜାର ହଜାର କର୍ମୀ ଓ ନେତା ଏହି ସମାବେଶରେ ଯୋଗ ଦେବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।
ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରେସ୍ମିଟ୍ରେ କହିଛନ୍ତି, "ବାହୁଡ଼ା ପରେ କାର୍ଯ୍ୟକ୍ରମ ହୋଇପାରେ । ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରରେ ହେବ । ଦିନେ କି ଦୁଇ ଦିନ ଭିତରେ ଆମେ ତାରିଖ ଘୋଷଣା କରିବୁ । ନାରୀ ସୁରକ୍ଷା ପ୍ରସଙ୍ଗରେ କାର୍ଯ୍ୟକ୍ରମ ଓ ସମ୍ବିଧାନ ମଞ୍ଚ ହେବ ।"
Also Read
ଶେଷ ଥର ପାଇଁ ନିର୍ବାଚନ ପ୍ରଚାର ବେଳେ ଓଡ଼ିଶା ଆସିଥିଲେ ରାହୁଲ ଗାନ୍ଧି । ନିର୍ବାଚନ ପରେ ପିସିସି ଭଙ୍ଗ ହୋଇଥିଲା । ଓଡ଼ିଶାର ନୂଆ ପ୍ରଦେଶ କଂଗ୍ରେସ କମିଟି ପୁଣି ଥରେ ଗଠନ ହେବା ପରେ ସଭାପତି ହୋଇଛନ୍ତି ଭକ୍ତ ଦାସ । ନୂଆ ପିସିସ ହେବା ପରେ ଓଡ଼ିଶାକୁ ରାହୁଲଙ୍କ ଏହା ପ୍ରଥମ ଗସ୍ତ । ସେପଟେ ରାଜ୍ୟରେ ବିଜେପି ସରକାରର ବର୍ଷେ ପୂର୍ତ୍ତି ହୋଇଛି । ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜଧାନୀ ଭୁବନେଶ୍ୱରରେ ରୋଡ୍ ସୋ କରିବେ ମୋଦି ।