Advertisment

Rahul Gandhi's Odisha Visit: ଆଜି ଆସୁଛନ୍ତି ରାହୁଲ ଗାନ୍ଧି, ବରମୁଣ୍ଡାରେ କଂଗ୍ରେସର ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ

ବରମୁଣ୍ଡା ହାଇସ୍କୁଲ୍ ପଡିଆରେ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ । ଆସୁଛନ୍ତି କଂଗ୍ରେସର ଟପ୍‌ ଲିଡର୍‌ । ରାହୁଲ ଗାନ୍ଧିଙ୍କ ସମେତ ମଲ୍ଲିକାର୍ଜୁନ୍ ଖଡ଼ଗେ ଏବଂ କେସି ବେଣୁଗୋପାଳ ମଧ୍ୟ ସାମିଲ ହେବେ । ଚଳଚଞ୍ଚଳ ପ୍ରଦେଶ କଂଗ୍ରେସ ଶିବିର ।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧି । ଭୁବନେଶ୍ୱର ବରମୁଣ୍ଡା ହାଇସ୍କୁଲ୍ ପଡିଆରେ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ ଯୋଗଦେବେ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡ଼ଗେ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ମଧ୍ୟ ଉପସ୍ଥିତ ରହିବେ । ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ ପରେ ପିସିସି ଅଫିସରେ ଦଳର କିଛି ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ରାହୁଲ । 

Advertisment

ସୂଚନାଯୋଗ୍ୟ, ଭକ୍ତ ଦାସ ପିସିସି ସଭାପତି ଦାୟିତ୍ବ ନେବା ପରେ ରାହୁଲଙ୍କ ଏହା ପ୍ରଥମ ଗସ୍ତ । ତେଣୁ ଏହା କଂଗ୍ରେସ ସଂଗଠନ ପାଇଁ ବେଶ୍ ଗୁରୁତ୍ବବହନ କରୁଛି । ରାହୁଲଙ୍କ ଗସ୍ତ ପାଇଁ ଚଳଚଞ୍ଚଳ କଂଗ୍ରେସ କ୍ୟାମ୍ପ । 

ଅଧିକ ପଢନ୍ତୁ: ଓଡ଼ିଶା ଆସିବେ ରାହୁଲ-ଖଡ଼ଗେ, ବରମୁଣ୍ଡା ପଡ଼ିଆରୁ ଗର୍ଜନ କରିବ କଂଗ୍ରେସ

Advertisment
Rahul Gandhi OPCC AICC Mallikarjun Kharge K C Venugopal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ