Rahul Gandhi should admit embezzlement of 500 crores, says BJP spokesperson Sambit Patra
ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଓ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।ନ୍ୟାସନାଲ୍ ହେରାଲ୍ଡ୍ ଖବରକାଗଜ ସମ୍ପର୍କିତ ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଜେରା ପାଇଁ କାଲି ରାହୁଲ୍ ଗାନ୍ଧି ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବାର ଅଛି । ଏଥିପାଇଁ ପ୍ରତିବାଦ ପ୍ରଦର୍ଶନ ନିମନ୍ତେ କଂଗ୍ରେସ କର୍ମୀମାନେ ଯୋଜନା କରୁଛନ୍ତି ତେବେ ଇଡିରେ ହାଜର ପୂର୍ବରୁ ସବୁ କଂଗ୍ରେସ ସାଂସଦଙ୍କୁ ଦିଲ୍ଲୀ ଡକାଇ କାହିଁକି କଂଗ୍ରେସ ଏହାର ରାଜନୀତି କରଛି ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ ପାତ୍ର ।
ଏହି ପ୍ରସଙ୍ଗରେ ସମ୍ବିତ ପାତ୍ର କଂଗ୍ରେସ ନେତା ରାହୁଲଙ୍କୁ କଟାକ୍ଷ କରି କହିଛନ୍ତି ଯେ, ‘ରାହୁଲ ନାଟକବାଜୀ ନ କରି କାଲି ଇଡି ଆଗରେ ହାଜର ହୁଅନ୍ତୁ ଏବଂ ରାଜନୀତି କରି ଆଇନରୁ ଖସିବାକୁ ଚେଷ୍ଟା କରନ୍ତୁନି’
ତେବେ ସେପଟେ କଂଗ୍ରେସ ଏହାକୁ ପ୍ରତିଶୋଧ ରାଜନୀତି ବୋଲି କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655034656.jpg)