କୃଷି ଆଇନକୁ ବିରୋଧ କରି ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାହୁଲ ଗାନ୍ଧୀ

କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ବିରୋଧ କରି କଂଗ୍ରେସର ପ୍ରତିବାଦ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଟ୍ରାର ଚଳାଇ ସଂସଦ ଭଭନ ଅଭିମୁଖେ ଆସିଛନ୍ତି । ସକାଳେ ରାହୁଲ ତୁଗଲକ ଲେନରେ ଥିବା ବାସଭବନରୁ ଟ୍ରାକ୍ଟର ଚଲାଇ ସଂସଦ ଆସିଥିଲେ

rahul gandhi

News Summary

କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ବିରୋଧ କରି କଂଗ୍ରେସର ପ୍ରତିବାଦ

ଟ୍ରାକ୍ଟର ଚଢ଼ି ସଂସଦ ପହଞ୍ଚିଲେ ରାହୁଲ

କହିଲେ, ଚାଷୀଙ୍କ ସ୍ୱରକୁ ଚାପି ଦିଆଯାଉଛି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ବିରୋଧ କରି କଂଗ୍ରେସର ପ୍ରତିବାଦ । କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଟ୍ରାକ୍ଟର ଚଳାଇ ସଂସଦ ଭବନ ଅଭିମୁଖେ ଆସିଛନ୍ତି । ସକାଳେ ରାହୁଲ ତୁଗଲକ ଲେନରେ ଥିବା ବାସଭବନରୁ ଟ୍ରାକ୍ଟର ଚଲାଇ ସଂସଦ ଆସିଥିଲେ । ରାହୁଲଙ୍କ ସହ ରଣଦୀପ ସୁରଜେୱାଲା, ଦିପେନ୍ଦ୍ର ହୁଡା ସମେତ ବହୁ କଂଗ୍ରେସ ନେତା ଟ୍ରାକ୍ଟରରେ ସବାର ଥିଲେ । ରାହୁଲ ଯେଉଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଥିଲେ, ସେଥିରେ ଏକ ବୋର୍ଡ ଥିଲା । ଯେଉଁଥିରେ 'କୃଷକ ବିରୋଧୀ ତିନୋଟି କଳା କୃଷି ନିୟମକୁ ଫେରାଇ ନିଅ, ଏହାକୁ ଫେରାଇ ନିଅ'ବୋଲି ଲେଖା ହୋଇଥିଲା ।

ସଂସଦରେ ପହଞ୍ଚିବା ପରେ ରାହୁଲ ଗାନ୍ଧୀ ଗଣମାଧ୍ୟମକୁ କହିଛନ୍ତି, "ଆମେ କୃଷକଙ୍କ ବାର୍ତ୍ତା ନେଇ ସଂସଦକୁ ଆସିଛୁ । ଚାଷୀଙ୍କ ସ୍ୱରକୁ ଚାପି ଦିଆଯାଉଛି । ସରକାରଙ୍କୁ କୃଷି ଆଇନ ପ୍ରତ୍ୟାହାର କରିବାକୁ ପଡିବ । ଏହି ଆଇନ ଗୁଡିକ ୨ରୁ ୩ ଜଣ ବଡ ବଡ଼ ଶିଳ୍ପପତିଙ୍କୁ ଆଖିରେ ରଖି ତଥା ସେମାନଙ୍କ ହିତ ପାଇଁ ଲାଗୁ କରାଯାଇଛି । ଚାଷୀଙ୍କ ହିତ ପାଇଁ ନୁହେଁ କୃଷି ଆଇନ୍, ଏଗୁଡ଼ିକ କଳା ଆଇନ୍ ବୋଲି ସେ କହିଛନ୍ତି

ବର୍ତ୍ତମାନ ଦିଲ୍ଲୀର ବିଭିନ୍ନ ସୀମାରେ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ରାସ୍ତାରୁ ଆରମ୍ଭ କରି ସଂସଦକୁ ଶୁଭୁଛି ଆନ୍ଦୋଳନର ସ୍ୱର । କେନ୍ଦ୍ର ସରକାର ଗତ ବର୍ଷ ଆଣିଥିବା ୩ଟି କୃଷି ଆଇନକୁ ବିରୋଧ କରି ଆଠ ମାସ ଧରି କୃଷକଙ୍କ ଆନ୍ଦୋଳନ ଜାରି ରହିଛି । କୃଷକଙ୍କ ଏହି ଆନ୍ଦୋଳନକୁ କଂଗ୍ରେସ ମଧ୍ୟ ସମର୍ଥନ କରିଛି । ସେପଟେ ଗତବର୍ଷଠାରୁ ଦଳ ପକ୍ଷରୁ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଉଛି ।

ତିନି କୃଷି ନିୟମ ବିରୁଦ୍ଧରେ ତଥା ଆଠ ମାସର ଆନ୍ଦୋଳନର ସମାପ୍ତି ପାଇଁ ମହିଳାମାନେ ସୋମବାର ଦିନ ଅର୍ଥାତ୍ ଆଜି ଜନ୍ତର ମନ୍ତରରେ ଏକ କୃଷକ ସାଂସଦର ଆୟୋଜନ କରୁଛନ୍ତି । ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପରେ ଜୁଲାଇ ୨୨ ତାରିଖରୁ ଜନ୍ତର ମନ୍ତରରେ ସଂଯୁକ୍ତ କିସାନ୍ ମୋର୍ଚ୍ଚା ବିରୋଧ ପ୍ରଦର୍ଶନ ଜାରି ରଖିଛି । ଗତ ଆଠ ମାସ ଧରି ଚାଲିଥିବା ଆନ୍ଦୋଳନରେ ବିଭିନ୍ନ ରାଜ୍ୟରୁ ଲକ୍ଷ ଲକ୍ଷ କୃଷକ ଅଂଶଗ୍ରହଣ କରିଛନ୍ତି ବୋଲି ଏସଏମଏମ ଦାବି କରିଛି ।