Advertisment

ଧର୍ମସଂକଟ ! ୱେନାର୍ଡ ଆସନରେ ରାହୁଲଙ୍କ ବିରୁଦ୍ଧରେ ପ୍ରାର୍ଥୀ ଘୋଷଣା କରିସାରିଛି ବାମମେଣ୍ଟ

ବାମମେଣ୍ଟର ପ୍ରାର୍ଥୀ ଘୋଷଣାରେ ସରିନି ରାହୁଲଙ୍କ ଅଡୁଆ। କେରଳରେ କଂଗ୍ରେସର ସହଯୋଗୀ ଇଣ୍ଡିଆନ ମୁସଲିମ୍ ଲିଗ୍ ଏଥର ୨ ବଦଳରେ ୩ଟି ଆସନ ଦାବି କରୁଛି। ଏହି ଆସନ ଭିତରେ ରହିଛି ୱେନାର୍ଡ।

Rahul Gandhi

Rahul Gandhi

Advertisment

୨୦୨୪ରେ କେଉଁଠୁ ଲୋକସଭା ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ ? ଗତଥର ରାହୁଲ କେରଳର ୱେନାର୍ଡ ଆସନରୁ ଲଢିବେ ବୋଲି କଂଗ୍ରେସ ଘୋଷଣା କରିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ବିଜୟନ। ଏହାସତ୍ତ୍ୱେ ତାଙ୍କ ବିରୁଦ୍ଧରେ ଆକ୍ରମଣାତ୍ମକ ପ୍ରଚାର କରିନଥିଲେ। କହିବାକୁ ଗଲେ ରାହୁଲଙ୍କୁ ପରୋକ୍ଷରେ ସମର୍ଥନ କରିଥିଲା ବାମମେଣ୍ଟ।

Advertisment

ଫଳରେ ନିର୍ବାଚନ ଜିତିବା ସହ ନିଜ ରାଜନୈତିକ କ୍ୟାରିୟର ବଞ୍ଚାଇବାରେ ସଫଳ ହୋଇଥିଲେ ରାହୁଲ। ମାତ୍ର ଏଥର ରାହୁଲଙ୍କୁ ଆଉ ଅନୁକମ୍ପା ଦେଖାଇବା ମୁଡରେ ନାହିଁ ବାମମେଣ୍ଟ। ରାହୁଲ ଯଦି ନିଜ ଛବି ଦୃଢ଼ କରିବାକୁ ଚାହୁଁଛନ୍ତି ତେବେ ବିଜେପି ବିରୁଦ୍ଧରେ ଲଢି ତାର ପ୍ରମାଣ ଦିଅନ୍ତୁ ବୋଲି ବାମମେଣ୍ଟ ତରଫରୁ କୁହାଯାଇଛି।

୨୦୧୯ରେ ନିଜ ପାରମ୍ପରିକ ଆସନ ଆମେଥିରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ବିପକ୍ଷରେ ପରାଜୟର ଗନ୍ଧ ବାରି ୱେନାର୍ଡ ଆସନରୁ ଲଢିଥିଲେ ରାହୁଲ। ମାତ୍ର ଏଥର ତାଙ୍କ ପାଇଁ ଧର୍ମସଂକଟ। କାରଣ ଗତଥର ଅପେକ୍ଷା ଏଥର ଆହୁରି ଅଧିକ ଜୋସରେ ଆମେଥିରେ ପ୍ରଚାର ଚଳାଇଛନ୍ତି ସ୍ମୃତି। ସେ କରିଥିବା ବିକାଶମୂଳକ କାମ ଜରିଆରେ ନିଜ ଆସନ ବଞ୍ଚାଇ ରଖିବାକୁ ଆଶା ବି ବାନ୍ଧିଛନ୍ତି।

Advertisment

ଏପଟେ ବାମମେଣ୍ଟ ସିପିଆଇ ମୁଖିଆ ଡି ରାଜାଙ୍କ ପତ୍ନୀ ଆନି ରାଜାଙ୍କୁ ଏଠାରୁ ପ୍ରାର୍ଥୀ ଘୋଷଣା କରିବା ସହ ରାହୁଲଙ୍କ ପ୍ରାର୍ଥିତ୍ୱକୁ ଜୋରଦାର ବିରୋଧ କରିଛି। ତେଣୁ ତାଙ୍କ ପାଇଁ ସୃଷ୍ଟି ହୋଇଛି ବିଷମ ସମସ୍ୟା। ତେବେ ରାହୁଲ ମାସ୍ ଲିଡର, ଯେଉଁଠୁ ଠିଆ ହେବେ ଜିତିବେ ବୋଲି କହିଛି କଂଗ୍ରେସ।

ବାମମେଣ୍ଟର ପ୍ରାର୍ଥୀ ଘୋଷଣାରେ ସରିନି ରାହୁଲଙ୍କ ଅଡୁଆ। କେରଳରେ କଂଗ୍ରେସର ସହଯୋଗୀ ଇଣ୍ଡିଆନ ମୁସଲିମ୍ ଲିଗ୍ ଏଥର ୨ ବଦଳରେ ୩ଟି ଆସନ ଦାବି କରୁଛି। ଏହି ଆସନ ଭିତରେ ରହିଛି ୱେନାର୍ଡ। ତେଣୁ ରାହୁଲ କେଉଁଠୁ ଲଢିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ୟୁପି କିମ୍ବା କଂଗ୍ରେସ ଶାସିତ ଦୁଇ ରାଜ୍ୟ ତେଲେଙ୍ଗାନା କିମ୍ବା କର୍ଣ୍ଣାଟକରୁ ସେ ଲଢିବା ସମ୍ଭାବନା ବଢିଛି।

Advertisment

ଉତ୍ତରପ୍ରଦେଶ ଅପେକ୍ଷା ଦୁଇ ଦକ୍ଷିଣ ରାଜ୍ୟ ତାଙ୍କ ପାଇଁ ନିରାପଦ ରହିବ ବୋଲି କୁହାଯାଉଛି। ତେବେ କଂଗ୍ରେସ କେଉଁ ଆସନ ରାହୁଲଙ୍କ ପାଇଁ ଉପଯୁକ୍ତ ଭାବୁଛି ତା ଉପରେ ନଜର ରହିଛି।

ବାମଦଳ ଓ କଂଗ୍ରେସ ଇଣ୍ଡି ମେଣ୍ଟର ଅଂଶୀଦାର ଦଳ। ତେବେ ବିଡମ୍ବନା କେରଳରେ ବାମ ନେତୃତ୍ୱାଧୀନ ଏଲଡିଏଫ୍ ଓ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ। ରାଜ୍ୟରେ ବିଜେପି କାୟା ବିସ୍ତାର କରୁଥିବା ବେଳେ ବାମମେଣ୍ଟ ନିଷ୍ପତ୍ତି ରାଜ୍ୟରେ ଇଣ୍ଡି ମେଣ୍ଟର ସମ୍ଭାବନା ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ସେହିପରି ପୁରା ଦେଶକୁ ବି ଏହା ଭୁଲ ବାର୍ତ୍ତା ଦେବ। ଖାସ୍ କରି ଘୋଷଣା ମୁତାବକ ବାମମେଣ୍ଟ ଓ ମୁସଲିମ ଲିଗ୍ ଯଦି ୱେନାର୍ଡରୁ ନିର୍ବାଚନ ଲଢନ୍ତି ତେବେ ରାହୁଲଙ୍କ ପାଇଁ ସଂକଟ ଆହୁରି ବଢିବ।

Congress Rahul Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ