Advertisment

ରାହୁଲ ଗାନ୍ଧି ହେଲେ ଲୋକସଭାରେ ବିରୋଧୀ ଦଳ ନେତା

କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ଲୋକସଭାରେ ବିରୋଧୀ ଦଳର ନେତା ଚୟନ କରାଯାଇଥିବା ସେ ଚିଠିରେ ଅବଗତ କରାଇଛନ୍ତି।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

ରାହୁଲ ଗାନ୍ଧି ଲୋକସଭାରେ ବିରୋଧୀଦଳ ନେତା ନିଯୁକ୍ତ । ସୂଚନା ଦେଲେ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ । କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ସୂଚନା ଦେଇଥିବା କହିଲେ । ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାମ୍ନାରେ ରହି ଟକ୍କର ଦେବେ ରାହୁଲ ଗାନ୍ଧି। ଏନେଇ କଂଗ୍ରେସ ସଂସଦୀୟ କମିଟି ଅଧ୍ୟକ୍ଷ ସୋନିଆ ଗାନ୍ଧି କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ଲୋକସଭାରେ ବିରୋଧୀ ଦଳର ନେତା ଚୟନ କରାଯାଇଥିବା ସେ ଚିଠିରେ ଅବଗତ କରାଇଛନ୍ତି। 

Advertisment

ତେବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଘରେ ବସିଥିଲା ଏ ବୈଠକ। ଏଥିରେ ଇଣ୍ଡିଆ ମେଣ୍ଟର ଅନେକ ନେତା ଯୋଗ ଦେଇଥିଲେ। ୧୦ ବର୍ଷ କଂଗ୍ରେସକୁ ଏହି ବିରୋଧୀ ଦଳ ନେତା ପଦ ମିଳିଛି। ଲୋକସଭାରେ ଆବଶ୍ୟକ ସଂଖ୍ୟା ନଥିବାରୁ କଂଗ୍ରେସକୁ ମିଳିନଥିଲା ବିରୋଧୀ ଦଳ ନେତା ପଦ। ବିରୋଧୀ ଦଳ ନେତା ପରେ ରାହୁଲଙ୍କ ଏବେ କ୍ୟାବିନେଟ୍ ପଦବୀର ସୁବିଧା ସୁଯୋଗ ପ୍ରଦାନ କରାଯିବ। 

ପ୍ରଥମେ କଂଗ୍ରେସ ୱାର୍କିଂ କମିଟି(CWC) ପକ୍ଷରୁ ରାହୁଲଙ୍କୁ ବିରୋଧୀ ଦଳର ନେତା କରିବାକୁ ଗୋଟିଏ ସଂକଳ୍ପ ପାରିତ ହୋଇଥିଲା। ରାହୁଲ ଗାନ୍ଧିଙ୍କୁ ବିରୋଧୀ ଦଳ ନେତା ପଦ ସମ୍ଭାଳିବାକୁ କୁହାଯାଇଥିଲା। କେବଳ କଂଗ୍ରେସ ନୁହେଁ, ବିରୋଧୀ ମେଣ୍ଟରେ ଥିବା ସହଯୋଗୀ ଦଳଗୁଡ଼ିକ ମଧ୍ୟ ରାହୁଲଙ୍କୁ ବିରୋଧୀ ଦଳ ନେତା ହେବାକୁ ପ୍ରସ୍ତାବ ଦେଇଥିଲେ। ରାହୁଲ ଏହାକୁ ଗ୍ରହଣ କରି ନେଇଛନ୍ତି। ସେ ପ୍ରସ୍ତାବ ଗ୍ରହଣ କରି ନେଇଥିବାରୁ କଂଗ୍ରେସ ପକ୍ଷରୁ ତାଙ୍କୁ ବିରୋଧୀ ଦଳର ନେତା ଭାବେ ଚୟନ କରାଯାଇଛି।

Advertisment

ଚଳିତ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧି ଉଭୟ ରାଏବରେଲୀ ଓ କେରଳର ୱାୟନାଡଙ୍କୁ ରେକର୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। କିନ୍ତୁ ତାଙ୍କ ୱାୟନାଡ ଆସନ ଛାଡ଼ିବାକୁ ପଡ଼ିଛି। ଏଠାରେ ହେବାକୁ ଥିବା ଉପ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରାର୍ଥୀ ହେବେ।

Advertisment

ସେହିପରି ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ କଂଗ୍ରେସ ଏକାକୀ ଲୋକସଭାରେ ୯୯ଟି ଆସନ ଜିତିଛି। ବିରୋଧୀ ମେଣ୍ଟ ଇଣ୍ଡିଆ ପାଖରେ ୨୩୩ ଜଣ ସାଂସଦ ରହିଛନ୍ତି। 

Rahul Gandhi Leader Of Opposition
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ