Advertisment

ରାହୁଲ ଗାନ୍ଧୀଙ୍କ 'ଜଳଖିଆ ରାଜନୀତି’ : ମୋଦିଙ୍କ ବିରୋଧରେ ଏକାଠି ହେଲେ ୧୪ ବିରୋଧୀ ଦଳ

ରାହୁଲ ଗାନ୍ଧୀଙ୍କ 'ଜଳଖିଆ ରାଜନୀତି'ରେ ଏକାଠି ହେଲେ ବିରୋଧୀ । ସରକାରଙ୍କ ବିରୋଧରେ ସଂଗଠନକୁ ମଜବୁତ କରିବା ପାଇଁ ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତାଙ୍କୁ ଜଳଖିଆ ପାଇଁ ଡାକିଛନ୍ତି । ସଂସଦର ମୌସୁମୀ ଅଧିବେଶନରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ହଙ୍ଗାମା ଲାଗି ରହିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ଦଳ ବିରୋଧୀ ଏକତାକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି

ରାହୁଲ ଗାନ୍ଧୀଙ୍କ 'ଜଳଖିଆ ରାଜନୀତି’ : ମୋଦିଙ୍କ ବିରୋଧରେ ଏକାଠି ହେଲେ ୧୪ ବିରୋଧୀ ଦଳ

opposition-parties

Advertisment

ନୂଆଦିଲ୍ଲୀ : ମୋଦି ସରକାରଙ୍କୁ ଘରିବାକୁ ବିରୋଧୀଙ୍କ ମେଳି । ରାହୁଲ ଗାନ୍ଧୀଙ୍କ 'ଜଳଖିଆ ରାଜନୀତି'ରେ ଏକାଠି ହେଲେ ବିରୋଧୀ । ସରକାରଙ୍କ ବିରୋଧରେ ସଂଗଠନକୁ ମଜବୁତ କରିବା ପାଇଁ ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତାଙ୍କୁ ଜଳଖିଆ ପାଇଁ ଡାକିଛନ୍ତି । ସଂସଦର ମୌସୁମୀ ଅଧିବେଶନରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ହଙ୍ଗାମା ଲାଗି ରହିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ଦଳ ବିରୋଧୀ ଏକତାକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି । ଏଥିରେ ସାମିଲ ହୋଇଛନ୍ତି ୧୪ ବିରୋଧୀ ଦଳର ନେତା ।

Advertisment

ରାହୁଲ ଗାନ୍ଧୀଙ୍କ ନିମନ୍ତ୍ରଣ ରକ୍ଷା କରି ଦିଲ୍ଲୀ କମ୍ୟୁନିଟି କ୍ଲବରେ ତୃଣମୂଳ କଂଗ୍ରେସ, ଶିବସେନା, ସମାଜବାଦୀ ପାର୍ଟି, ଏନସିପି, ସିପିଏମ, ସିପିଆଇ, ଆଇୟୁଏମଏଲ, ଆରଏସପି, କେସିଏମ, ନ୍ୟାସନାଲ କନଫ୍ରେନ୍ସ,, ଝାଡଖଣ୍ଡ ମୁଖୀ ମୋର୍ଚ୍ଚା ଏବଂ ଡିଏମକେର ନେତାମାନେ 'ଜଳଖିଆ ରାଜନୀତି'ରେ ଯୋଗ ଦେଇଥିଲେ।

କଂଗ୍ରେସର 'ଜଳଖିଆ ରାଜନୀତି'ରେ ୧୪ଟି ବିରୋଧୀ ଦଳର ନେତା ଯୋଗ ଦେଇଥିବା ବେଳେ ମାୟାବତୀଙ୍କ ବାହୁଜନ ସମାଜ ପାର୍ଟି ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (ଏଏପି) ଏହି ବୈଠକରୁ ନିଜକୁ ଦୂରେଇ ରଖିଥିଲେ । ରାହୁଲଙ୍କ ବୈଠକରେ AAP ଏବଂ BSP ନେତାମାନେ ଯୋଗ ଦେଇନଥିଲେ ।

Advertisment

ରାହୁଲ ଗାନ୍ଧୀଙ୍କ 'ଜଳଖିଆ ରାଜନୀତି’ ବୈଠକରେ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ନେତାଙ୍କୁ ଦେଖିବାକୁ ମିଳିଥିଲା । ଏହି ବୈଠକରେ ଉତ୍ତର ଭାରତରୁ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ନେତାମାନେ ଯୋଗ ଦେଇଥିଲେ ଏବଂ ସେମାନଙ୍କ ପାଇଁ ଜଳଖିଆ ବ୍ୟବସ୍ଥା କରାଯାଇଥିଲା । ଜଳଖିଆ ମେନୁରେ ଛୋଲେ-ଭଟୁରେ, ଉପମା, ଇଡଲି, ସ୍ୟାଣ୍ଡୱିଚ୍, ବଡା-ସମ୍ବର୍ ଅନ୍ତର୍ଭୁକ୍ତ କରାଯାଇଥିଲା |

Advertisment
Rahul Gandhi Breakfast Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ