rahul gandhi
ତୁମେମାନେ ଟାଇଗର୍ । କାହାରିକୁ ଡରନି । ଲଢ଼େଇ କର । ଏଠି ସରକାରକୁ ବଦଳାଅ । କଂଗ୍ରେସ କର୍ମୀମାନଙ୍କୁ ଏହି ଆହ୍ୱାନ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି, ତୁମମାନଙ୍କ ରକ୍ତରେ ଗାନ୍ଧୀ ବିଚାରଧାରା ଓ ସମ୍ୱିଧାନର ବିଚାରଧାରା ରହିଛି ବୋଲି ରହିଛନ୍ତି ରାହୁଲ୍ । ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଦଳର ନେତା ଓ କର୍ମୀମାନଙ୍କୁ ଉଦବୋଧନ ଦେଇ ସେ ଓଡିଶାରେ ଜୋରଦାର୍ ଲଢ଼େଇ କରିବାକୁ ଆହ୍ୱାନ ଦେଇଛନ୍ତି । ସମ୍ବିଧାନ ବଞ୍ଚାଅ ସମାବେଶରେ ରାହୁଲ ସମ୍ବୋଧିତ କରିଛନ୍ତି । ଏଥି ସହିତ ଦମ୍ ଲଗେଇକି ଲୋକଙ୍କୁ ବୁଝେଇବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଓ ବରିଷ୍ଠ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି ରାହୁଲ୍ ।
କଂଗ୍ରେସ କର୍ମକର୍ତ୍ତାଙ୍କ ମୁଡ୍ କିପରି ଅଛି ପ୍ରଶ୍ନ କଲେ ରାହୁଲ । କଂଗ୍ରେସ କର୍ମକର୍ତ୍ତାଙ୍କୁ ପ୍ରଶଂସା କଲେ ରାହୁଲ୍ । ସରକାର ଗରିବଙ୍କୁ ଲୁଟୁଛନ୍ତି କହିଲେ ରାହୁଲ । ବିଜେପି ପୂରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି । ବିହାରରେ ନିର୍ବାଚନ ଚୋରି କରିବାକୁ ଉଦ୍ୟମ ଚାଲିଛି । ପାର୍ଲିଆମେଣ୍ଟ ନିର୍ବାଚନରୁ ଆସେମ୍ୱଲି ନିର୍ବାଚନ ମଧ୍ୟରେ ମହାରାଷ୍ଟ୍ରରେ ନୂଆ ୧ କୋଟି ଭୋଟର୍ କିପରି ଆସିଲେ । ମହାରାଷ୍ଟ୍ର ଭଳି ଏବେ ବିହାରରେ ବି ନିର୍ବାଚନ ଚୋରି ଉଦ୍ୟମ ଚାଲିଛି । ଜଳ, ଜଙ୍ଗଲ, ଜମି ଆଦିବାସୀଙ୍କର ଅଛି ଓ ରହିବ । ଏଠାରେ ପଚରା ନଯାଇ ଆଦିବାସୀଙ୍କୁ ଜମିରୁ ହଟାଯାଉଛି । ପେସା ଆଇନ୍ ଲାଗୁ ହେଉନି, କିନ୍ତୁ ଆମେ ଏହା ଲାଗୁ କରିବୁ ବୋଲି ରାହୁଲ କହିଛନ୍ତି ।
ବିକାଶ ଓଡ଼ିଶାର ଜନତାଙ୍କ ପାଇଁ କରିବା ଉଚିତ୍ । ଏଠାକାର ସରକାର ଜଙ୍ଗଲ, ଜମିରୁ ଆପଣଙ୍କୁ ହଟାଉଛି । କଂଗ୍ରେସ ଆଦିବାସୀଙ୍କୁ ଜମି ପଟ୍ଟା ଦେବ ବୋଲି ସେ କହିଛନ୍ତି । ନିର୍ଯାତିତ ଲୋକଙ୍କ ପାଇଁ କଂଗ୍ରେସ ଠିଆ ହୋଇ ରହିବ ଓ ଲଢ଼େଇ ଜାରି ରଖିବ ବୋଲି କହିଛନ୍ତି ରାହୁଲ୍ । ମୋଦି ଫସଲ ବୀମା ଯୋଜନା ଲାଗୁ କରିଥିଲେ । ଏଥିପାଇଁ ଆପଣଙ୍କ ଠାରୁ ଟଙ୍କା ନେଲେ, କିନ୍ତୁ ଚାଷୀଙ୍କୁ କ୍ଷତିପୂରଣ ମିଳୁନି ବୋଲି କହିଛନ୍ତି ରାହୁଲ୍ ।
ରଥଯାତ୍ରା ଅଘଟଣକୁ ନେଇ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । ଅଦାନୀ ପାଇଁ ରଥକୁ ରୋକାଯାଉଛି କହିଲେ ରାହୁଲ । ଏହା ଆପଣଙ୍କ ସରକାର ନୁହେଁ, ଅଦାନୀଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର ବୋଲି ରାହୁଲ କହିଛନ୍ତି । ଓଡ଼ିଶାରେ ୪୦ ହଜାରରୁ ଊର୍ଦ୍ଧ୍ବ ମହିଳା ଗାଏବ ହୋଇଛନ୍ତି । ଏମାନେ କୁଆଡ଼େ ଗଲେ କେହି ଜାଣିନାହାନ୍ତି । ମହିଳାଙ୍କୁ ଦୁଷ୍କର୍ମ ହେଉଛି, କିନ୍ତୁ ସରକାର ନୀରବଦ୍ରଷ୍ଟା ସାଜିଥିବା ସେ କହିଛନ୍ତି ।
ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ରାହୁଲ କହିଛନ୍ତି, ଡ୍ରାଇଭର ମହାସଂଘ ଉପରେ ଚାପ ପକାଯାଇଥିଲା । ସମାବେଶକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଇଥିଲା । କିନ୍ତୁ ଡ୍ରାଇଭର ମହାସଂଘ ସେମାନଙ୍କ କଥା ଶୁଣିଲେନି । ଏଥିପାଇଁ ଡ୍ରାଇଭର ମହାସଂଘକୁ ହୃଦୟରୁ ଧନ୍ୟବାଦ ଜଣାଉଛି । ସରକାର ଡ୍ରାଇଭରଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ହୋବା ଉଚିତ୍ ବୋଲି ରାହୁଲ କହିଛନ୍ତି ।
ମୁଁ ଏହି ସରକାର ବିରୋଧରେ ଲଢ଼ିବାକୁ ଚାହୁଁଛି ।ଏଠାକାର ସରକାରଙ୍କୁ ହଟାଇବାକୁ ଚାହୁଁଛି । ଦଳିତଙ୍କୁ ନା ସରକାରରେ ସ୍ଥାନ ମିଳୁଛି, ନା ବ୍ୟୁରୋକ୍ରାସୀରେ । ତେଣୁ ଓଡ଼ିଶାରେ ଜାତି ଜନଗଣନା ନିହାତି ଜରୁରୀ ବୋଲି ସେ କହିଛନ୍ତି । ଏହା ଦଳିତମାନଙ୍କୁ ସଶକ୍ତ କରିବ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752222957.jpg)