Advertisment

ଥିଲେ ମୁଖ୍ୟମନ୍ତ୍ରୀ, ହେଲେ ରାଜ୍ୟପାଳ; ନିର୍ବାଚନ ଚ୍ୟାଲେଞ୍ଜ ଟେନସନ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିମ୍ ଇଣ୍ଡିଆକୁ ନେଇ କାମ କରୁଛନ୍ତି। ତେଣୁ ସଂଘୀୟ ବ୍ୟବସ୍ଥା ଅନୁସାରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସମନ୍ୱୟ ରଖି କାମ କରିବେ ବୋଲି କହିଛନ୍ତି ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ।

undefined

Governor Of Odisha

Advertisment

ରାଷ୍ଟ୍ରପତି ଭବନରୁ ରଘୁବର ଦାସଙ୍କ ନାଁରେ ମୋହର ପରେ ଝାଡ଼ଖଣ୍ଡ ବିଜେପିରେ ଖୁସିର ମାହୋଲ । ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ତାଙ୍କ ନାଁ ଘୋଷଣା ହେଉ ହେଉ ଜାମସେଦପୁର ସ୍ଥିତ ବାସଭବନରେ ଜମିଥିଲା ଶୁଭେଛୁଙ୍କ ଭିଡ଼ । ମିଠା ଖୁଆଇ ଏହି ମୁହୂର୍ତ୍ତକୁ ସେଲିବ୍ରେସନ କରିଥିଲେ ସମସ୍ତେ । ଏପଟେ ଆଜି ବଡ଼ ଭଉଣୀ, ରଘୁବୀରଙ୍କ ମଥାରେ ଚନ୍ଦନ, ସିନ୍ଦୁର ଲଗାଇ ଶୁଭ ମନାସି ଥିବା ବେଳେ ରଘୁବୀର ଭଉଣୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ଝାଡ଼ଖଣ୍ଡ ବିଜେପି ଟିମ୍ ମଧ୍ୟ ରଘୁବରଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛି ।

Advertisment

ତେବେ ଜାମସେଦପୁର ଟାଟା ଷ୍ଟିଲ କଂପାନୀର ଜଣେ ସାଧାରଣ ଶ୍ରମିକରୁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଓ ଏବେ ଓଡ଼ିଶାର ରାଜ୍ୟପାଳ ହେବା ରଘୁବରଙ୍କ ପାଇଁ ଏତେ ସହଜ ନଥିଲା । ୧୯୭୭ରେ ସେ ପ୍ରଥମେ ଜନତା ଦଳ, ପରେ ୧୯୮୦ରେ ବିଜେପିରେ ଯୋଗ ଦେଇଥିଲେ । ୫ ଥର ବିଧାୟକ ହେବା ସହ ମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ପରେ ୨୦୧୪ରୁ ୧୯ ଯାଏଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଦୁଇଥର ଝାଡ଼ଖଣ୍ଡ ବିଜେପିର ରାଜ୍ୟ ସଭାପତି ରହିବା ସହିତ ଏବେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅଛନ୍ତି ।

ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ରଘୁବର କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଟିମ୍ ଇଣ୍ଡିଆକୁ ନେଇ କାମ କରୁଛନ୍ତି । ସଂଘୀୟ ବ୍ୟବସ୍ଥା ଅନୁସାରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସମନ୍ୱୟ ରଖି କାମ କରିବେ ।

Advertisment

ରଘୁବର ବିଜେପିର ଜଣେ ତୃଣମୂଳ ସ୍ତରର ନେତା ସହିତ ଦଳର ଜଣେ ହୋର୍ଡକୋର୍ ସଦସ୍ୟ ରହିଆସିଛନ୍ତି । ତେବେ ରାଜ୍ୟପାଳ ଭାବେ କିଭଳି ରହିବ ତାଙ୍କ କାର୍ଯ୍ୟଧାରା ? ଆଗକୁ ନିର୍ବାଚନ ଥିବାରୁ କଣ ହେବ ରଘୁବରଙ୍କ ଭୂମିକା ? ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କାମ କରିବେ ନା ନିଜ କ୍ଷମତାର ଉପଯୋଗ କରି ସରକାରଙ୍କୁ ଅଡୁଆରେ ପକାଇବେ ? ଅନ୍ୟ କିଛି ରାଜ୍ୟରେ ଯେମିତି ରାଜ୍ୟପାଳ ଓ ରାଜ୍ୟ ସରକାର ଭିତରେ ବିବାଦ ଲାଗି ରହିଛି ସେମିତି ସ୍ଥିତି ଉପୁଜିବ ନାହିଁ ତ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍‌ଙ୍କର କାର୍ଯ୍ୟକାଳ ଗତ ମେ ମାସରେ ଶେଷ ହୋଇଥିଲା । ହେଲେ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇନଥିବାରୁ ସେ ଏହି ଦାୟିତ୍ୱରେ ରହିଥିଲେ । ତେବେ ଗଣେଶୀ ଲାଲ ନିଜ ୫ ବର୍ଷ ୫ ମାସ କାର୍ଯ୍ୟକାଳ ସମୟରେ ବେଶ୍ ଲୋକପ୍ରିୟତା ଅର୍ଜନ କରିଛନ୍ତି । ଏବେ ସମସ୍ତଙ୍କ ନଜର ନୂଆ ରାଜ୍ୟପାଳ ରଘୁବର ଦାସଙ୍କ ଉପରେ ।

Advertisment
Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ