Advertisment

ଜଗା ଦୁଆରେ ଥମୁନି ଦର୍ଶନ ଯନ୍ତ୍ରଣା, ପଞ୍ଚୁକରେ ଭିଡ଼ ନିୟନ୍ତ୍ରଣ ଲାଗି ପ୍ରଶାସନ କଲା ସ୍ୱତନ୍ତ୍ର ବ୍ୟବସ୍ଥା

୫ ଦିନ ବ୍ୟାପି ମରିଚିକୋଟ ଛକଯାଏଁ ଲାଗିବ ବ୍ୟାରିକେଡ୍ । ବୟସ୍କଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦର୍ଶନ ପରାମର୍ଶକୁ ରାଜନୀତି ।

Puri, Lord Jagannath

Puri, Lord Jagannath

Advertisment

ଧର୍ମ ମାସ କାର୍ତ୍ତିକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ବି କାଳିଆ ଦୁଆରେ ଭିଡ଼ । ଆଉ ମହାବାହୁଙ୍କ ଟିକେ ଝଲକ ପାଇଁ ଘଣ୍ଟାଘଣ୍ଟାର ଅପେକ୍ଷା। ଏତେ କହିବା ସତ୍ତ୍ୱେ ବି କମିନି ଦୁର୍ଦ୍ଦଶା । ପ୍ରଶାସନ ଆଗରେ ପ୍ରଥମ ଚାଲେଞ୍ଜ କ୍ରାଉଡ ମ୍ୟାନେଜମେଣ୍ଟ। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ। ଅନ୍ୟପଟେ ଜିଲ୍ଲାପାଳଙ୍କ କହିବା କଥା ଦ୍ୱାର ଫିଟା ନୀତିକୁ ଶୃଙ୍ଖଳିତ କରି କିଛି ସମୟ ସଙ୍କୁଚିତ କରାଗଲେ ଭିଡ଼କୁ ନିୟନ୍ତ୍ରଣ କରିହେବ।

Advertisment

ସେହିପରି ପଞ୍ଚୁକ ପାଞ୍ଚ ଦିନ ଭିଡ଼ ପରିଚାଳନା ଓ ଶୃଙ୍ଖଳିତ ଦର୍ଶନ ପାଇଁ ମରିଚକୋଟ ଛକ ଯାଏଁ ବ୍ୟାରିକେଟ ବଢାଯିବ । ସେଥିପାଇଁ ମରିଚକୋଟ ଛକ ଯାଏଁ ଉଠା ଦୋକାନ ଓ ମାର୍କେଟ ଛକରୁ ଗାଡି ଚଳାଚଳ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି । ଏପଟେ ବରିଷ୍ଠ ଏବଂ ଦିବ୍ୟାଙ୍ଗ ପାଇଁ ୩ ସିଫ୍ଟରେ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ସ୍ୱେଚ୍ଚାସେବୀ ମାନେ ସେମାନଙ୍କୁ ନେଇ ଶୃଙ୍ଗଳିତ ଦର୍ଶନ କରାଇ ଆଣିବେ। ବଡ଼ଦାଣ୍ଡର ଦୁଇ କଡ଼ରେ ଅସ୍ଥାୟୀ ଶୌଚାଳୟ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି।

ଭଗବାନ ସବୁଠି ଅଛନ୍ତି। ବୟସ୍କ ଓ ରୋଗାକ୍ରାନ୍ତ ମନ୍ଦିର ନଆସି ଯେଉଁଠି ଅଛନ୍ତି ସେଠାରେ ଭଗବାନଙ୍କୁ ଦର୍ଶନ କରିପାରିବେ। ଭିଡ଼ ନିୟନ୍ତ୍ରଣ ପାଇଁ ଭକ୍ତଙ୍କୁ ଏଭଳି ପରାମର୍ଶ ଦେଇ ବିବାଦରେ ଶ୍ରୀମନ୍ଦିର ପ୍ରଶାସକ । ରାଜନୈତିକ ମହଲରେ ହଲଚଲ୍ ।

Advertisment

ବିରୋଧୀ ଶ୍ରୀମନ୍ଦିର ପ୍ରଶାସକଙ୍କ ଏଭଳି ମନ୍ତବ୍ୟକୁ କଡା ଭାଷାରେ ସମାଲୋଚନା କରିଛନ୍ତି। କଂଗ୍ରେସ ବିଧାୟକ ତାରା ବାହିନୀପତି ଶ୍ରୀମନ୍ଦିର ପ୍ରଶାସକଙ୍କ ନିଲମ୍ବନ ଦାବି କରିଛନ୍ତି। ଏହାସହ ବିଧାନସଭାରେ ପ୍ରସଙ୍ଗକୁ ଉଠାଯିବ ବୋଲି କହିଛନ୍ତି। ସେପଟେ ବିଜେପି ମଧ୍ୟ ଶ୍ରୀମନ୍ଦିର ପ୍ରଶାସକଙ୍କ ଏଭଳି ପରାମର୍ଶକୁ କଡା ଭାଷାରେ ନିନ୍ଦା କରିଛି । କାର୍ତ୍ତିକ ମାସ ଭିଡକୁ ନିୟନ୍ତ୍ରଣ ଲାଗି ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବାର ଆବଶ୍ୟକତା ଥିଲା। ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ ଶୃଙ୍ଖଳିତ ଭାବେ କରିପାରିଥାନ୍ତେ । ବିଜେଡି କହିଛି ଭିଡ ନିୟନ୍ତ୍ରଣ ପାଇଁ ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି । 

ବଡ଼ କଥା ହେଉଛି ଭିଡ଼ ନିୟନ୍ତ୍ରଣ ପ୍ରଶାସନ ଆଗରେ ମୁଖ୍ୟ ଚାଲେଞ୍ଜ ପାଲଟି ଥିବା ବେଳେ କାହିଁକି ଅଧିକ ଦ୍ୱାର ଖୋଲିବାକୁ ନାରାଜ ସରକାର ? ସମୟ ସୀମା ମଧ୍ୟରେ ପରିକ୍ରମା ପ୍ରକଳ୍ପ କାମ ସାରିବାକୁ ଦ୍ୱାର ଖୋଲୁ ନାହାନ୍ତି କି ସରକାର ? ସରକାରଙ୍କ ପାଇଁ ଶ୍ରଦ୍ଧାଳୁଙ୍କ ଦୁର୍ଦ୍ଦଶା ବଡ଼ ନା ସମୟ ସୀମା ମଧ୍ୟରେ କାମ ସାରିବା ବଡ଼, ତାହା ଏବେ ବଡ଼ ପ୍ରଶ୍ନ।

Advertisment

Srimandir Jagannath Temple Lord Jagannath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ