Advertisment

ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପ୍ରସଙ୍ଗ: 'ସାଂସଦ ମିଛ କହି ପୁରୀ ସହରବାସୀଙ୍କୁ ଅପମାନିତ କରିଛନ୍ତି'

ବିଜେଡି ସାଂସଦ ପିନାକୀ ମିଶ୍ର ମନ୍ତବ୍ୟ ରଖି ମାତ୍ର ୪ଟି ଟୟଲେଟ୍ ନିର୍ମାଣ ଚାଲିଥିବା କହିବା ପରେ ପିନାକୀଙ୍କୁ ହୋଇଛି ଜୋରଦାର ବିରୋଧ । ଶ୍ରୀକ୍ଷେତ୍ର ସୁରକ୍ଷା ମିଳିତ ମଞ୍ଚ ପକ୍ଷରୁ ପିନାକୀଙ୍କ ବିରୋଧରେ ନାରାବାଜି ସହ ତାଙ୍କ ଫଟୋ ଥିବା ଫ୍ଲେକ୍ସ ପୋଡ଼ା ଯାଇଛି।

ଅଦ୍ୟତନ ହୋଇଛି
undefined

Pinaki Misra

Advertisment

ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପ୍ରସଙ୍ଗରେ ପୁରୀ ସାଂସଦ ପିନାକୀ ମିଶ୍ର ସଂସଦରେ ରଖିଥିବା ତଥ୍ୟକୁ ନେଇ ହଲଚଲ୍ । ASI ଓ NMAର ବିନା ଅନୁମତିରେ ବେଆଇନ୍ ଖନନ ଚାଲିଥିବା ଓ ଏଥିଯୋଗୁଁ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଥିବା ନେଇ ଆଶଙ୍କା ସୃଷ୍ଟି ହୋଇଥିବାବେଳେ, ଏନେଇ ସଂସଦରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଆପତ୍ତି ଉଠାଇଥିଲେ ।

Advertisment

ତେବେ ଏ ପ୍ରସଙ୍ଗରେ ବିଜେଡି ସାଂସଦ ପିନାକୀ ମିଶ୍ର ମନ୍ତବ୍ୟ ରଖି ମାତ୍ର ୪ଟି ଟୟଲେଟ୍ ନିର୍ମାଣ ଚାଲିଥିବା କହିବା ପରେ ପିନାକୀଙ୍କୁ ହୋଇଛି ଜୋରଦାର ବିରୋଧ । ଶ୍ରୀକ୍ଷେତ୍ର ସୁରକ୍ଷା ମିଳିତ ମଞ୍ଚ ପକ୍ଷରୁ ପିନାକୀଙ୍କ ବିରୋଧରେ ନାରାବାଜି ସହ ତାଙ୍କ ଫଟୋ ଥିବା ଫ୍ଲେକ୍ସ ପୋଡ଼ା ଯାଇଛି। ସଂସଦ ଭଳି ପବିତ୍ର ଗୃହରେ ଐତିହ୍ୟ କରିଡ଼ର ଉପରେ ସାଂସଦ କହିଥିବା ମିଛ ଯୋଗୁଁ ପୁରୀ ସହରବାସୀ ଓ ଜଗନ୍ନାଥ ପ୍ରେମୀ ଅପମାନିତ ହୋଇଥିବା ମଞ୍ଚର ଆବାହକ ଦର୍ଶାଇଛନ୍ତି । ପିନାକୀଙ୍କ ତଥ୍ୟ ଓ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଅଲଗା ବୋଲି ସେ କହିଛନ୍ତି । ତେବେ ଏନେଇ ପୁରୀ ସାସଂଦ ପିନାକୀ ମିଶ୍ରଙ୍କ ପ୍ରତିକ୍ରିୟା ମିଳିନାହିଁ ।

“ପିନାକୀ ମିଶ୍ର ପୁରୀ ଆସି ସର୍ବସାଧାରଣରେ କ୍ଷମା ମାଗନ୍ତୁ। ସେ କ୍ଷମା ନମାଗିଲେ ପଚା ଅଣ୍ଡା ମାଡ଼ କରିବୁ।” ଶ୍ରୀକ୍ଷେତ୍ର ସୁରକ୍ଷା ମିଳିତ ମଞ୍ଚ ପକ୍ଷରୁ ଆଜି ଏପରି ଚେତାବନୀ ଦିଆଯାଇଛି। ଏଥିସହ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

Advertisment

ଶ୍ରୀକ୍ଷେତ୍ର ସୁରକ୍ଷା ମିଳିତ ମଞ୍ଚର ଆବାହକ ପ୍ରସନ୍ନ କୁମାର ଦାଶ କହିଛନ୍ତି, ପିନାକୀ ମିଶ୍ର ପବିତ୍ର ସଂସଦରେ ମିଛ କଥା କହିଛନ୍ତି। ପୁରୀ ଲୋକଙ୍କ ଭିଟାମାଟିକୁ ଛଡ଼ାଇ, ସେଠାରେ ୩୨୦୦ କୋଟି ଟଙ୍କାରେ ପାଇଖାନା ତିଆରି ହେଉଛି ବୋଲି ସେ କହିଛନ୍ତି। ସାଂସଦଙ୍କ ଏପରି ବକ୍ତବ୍ୟକୁ ଆମେ ବିରୋଧ କରୁଛୁ। ସେଥିପାଇଁ ତାଙ୍କ କୁଶପୁତ୍ତଳିକା ଦାହ କରିଛୁ। ପିନାକୀ ମିଶ୍ର ପୁରୀ ଆସି ସର୍ବସାଧାରଣ କ୍ଷମା ମାଗନ୍ତୁ। ନହେଲେ ତାଙ୍କୁ ପୁରୀକୁ ପ୍ରବେଶ କରିବାକୁ ଦେବୁନାହିଁ। ସେ କ୍ଷମା ନମାଗିଲେ, ଭବିଷ୍ୟତରେ ତାଙ୍କ ଉପରେ ପଚା ଅଣ୍ଡା ମାଡ଼ କରାଯିବ ବୋଲି ଶ୍ରୀ ଦାଶ କହିଛନ୍ତି।

ସେ ଆହୁରି କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ ସେଠାରେ ରଘୁନନ୍ଦନ ଲାଇବ୍ରେରୀ, ଯାତ୍ରୀ ବିଶ୍ରାମାଗାର, ସେବାୟତ ବିଶ୍ରାମାଗାର, ଭଜନ ମଣ୍ଡପ ଇତ୍ୟାଦି ହେବାର ଥିଲା। ଯାହା ନକ୍ସାରେ ମଧ୍ୟ ରହିଛି। ହେଲେ ମାନ୍ୟବର ସାଂସଦ ୪ଟି ପାଇଖାନା କରାଯାଉଥିବା କଥା କହୁଛନ୍ତି। ସେ ଏହି ତଥ୍ୟ କେଉଁଠୁ ପାଇଲେ? ସେ କଥା ଆମେ ଜାଣିପାରୁନାହୁଁ। ଏଥିରୁ ଯାହା ଜଣାପଡ଼ୁଛି, ସାଂସଦଙ୍କ ମତିଭ୍ରମ ହୋଇଛି କିମ୍ୱା ସରକାରଙ୍କୁ ବଞ୍ଚାଇବା ପାଇଁ ସେ ଏପରି ମିଥ୍ୟ କଥା କହିଥାଇପାରନ୍ତି। ଯଦି ସେ ମିଛ କହିଛନ୍ତି, ତାହାହେଲେ ସଂସଦ ଇସ୍ତଫା ଦିଅନ୍ତୁ। ନହେଲେ ଯଦି ରାଜ୍ୟ ସରକାର ଆମକୁ ଭୁଆଁ ବୁଲାଇବା ପାଇଁ ମିଛ କହିଛନ୍ତି, ତାହାହେଲେ ରାଜ୍ୟ ସରକାର ଗାଦି ଛାଡ଼ିବା ଦରକାର। ଯଦି ପାଇଖାନା ତିଆରି ହେଉଛି ବୋଲି ବିଶ୍ୱାସ କରିବା, ତାହାହେଲେ ୩୦ ଏମ୍‌ଏମ୍‌ ରଡ୍‌ରେ ୩୦ ଫୁଟ୍‌ ତଳୁ ନିଅଁ ଖୋଳାଯାଇ କେଉଁ ପ୍ରକାର ପାଇଖାନା ତିଆରି ହେଉଛି? ମାନ୍ୟବାର ସାଂସଦ ପୁରୀ ଆସି ଆମକୁ କହିଯାଆନ୍ତୁ।”

Advertisment
Politics Protest Pinaki Misra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ