Advertisment

୨୫ ବୁଥ୍‌ରେ ପୁନଃ ମତଦାନ ପ୍ରସ୍ତାବ

ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ବିଭିନ୍ନ କାରଣରୁ ବାଧାପ୍ରାପ୍ତ ହୋଇଥିବା ୨୫ଟି ବୁଥ୍‌ରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଦିଆଯାଇଛି।

Proposal To Again Conduct Polls In 25 Booths

Proposal To Again Conduct Polls In 25 Booths

Advertisment

ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ବିଭିନ୍ନ କାରଣରୁ ବାଧାପ୍ରାପ୍ତ ହୋଇଥିବା ୨୫ଟି ବୁଥ୍‌ରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଦିଆଯାଇଛି। ମୋଟ୍‌ ୨୫ଟି ବୁଥ୍‌ରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ସାହୁ ପ୍ରେସ୍‌ମିଟ୍ କରି ସୂଚନା ଦେଇଛନ୍ତି।

Advertisment

ଯାଜପୁର ଜିଲ୍ଲାର ସର୍ବାଧିକ ୧୧ ବୁଥ୍‌ରେ ରି-ପୋଲ୍ ପାଇଁ ପ୍ରସ୍ତାବ ଆସିଛି। ସେହିପରି ପୁରୀ ଓ ଭଦ୍ରକ ଜିଲ୍ଲାରେ ୫ଟି ଲେଖାଏ ବୁଥ୍, ଢେଙ୍କାନାଳରେ ୪ଟି ବୁଥ୍‌ରେ ରି-ପୋଲ୍ ପ୍ରସ୍ତାବ ଆସିଛି। ଜିଲ୍ଲାପାଳମାନଙ୍କ ଠାରୁ ନିର୍ବାଚନ କମିଶନରଙ୍କ ପାଖକୁ ଏନେଇ ପ୍ରସ୍ତାବ ଦିଆଯାଇଛି। ଏନେଇ ରାଜ୍ୟ ନିର୍ବାଚନ କମିଶନର ତର୍ଜମା କରି ନିଷ୍ପତ୍ତି ନେବେ ବୋଲି ନିବାଚନ କମିଶନଙ୍କ ସଚିବ ସୂଚନା ଦେଇଛନ୍ତି। 

Odisha Panchayat Polls Odisha Panchayat Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ