Advertisment

ରାହୁଲଙ୍କ ପରେ ପ୍ରିୟଙ୍କା-ସଚିନ୍ ଆସିବେ ଓଡ଼ିଶା

ଓଡ଼ିଶା ଆସି ନିର୍ବାଚନ ପ୍ରଚାର କରିବେ ପ୍ରିୟଙ୍କା-ସଚିନ୍ ।

ଅଦ୍ୟତନ ହୋଇଛି
Priyanka Gandhi

Priyanka Gandhi

Advertisment

ରାହୁଲ ଗାନ୍ଧିଙ୍କ ପରେ ପ୍ରିୟଙ୍କା ଓ ସଚିନ୍ ପାଇଲଟ୍ ବି ଓଡ଼ିଶା ଆସିବେ। ଆଜି ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି। ତାଙ୍କ ସହ ରାଜସ୍ଥାନ କଂଗ୍ରେସର ପୋଷ୍ଟର୍ ବୟ୍ ସଚିନ୍ ପାଇଲଟ୍ ବି ଓଡ଼ିଶା ଆସି ବିଭିନ୍ନ ଜିଲ୍ଲାରେ ପ୍ରଚାର କରିବେ। ତାସହ ପୁଣି ଥରେ ରାହୁଲ ଗାନ୍ଧିଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି ବୋଲି ସେ ସୂଚନା ଦେଇଛନ୍ତି।

Advertisment

ଏହାଛଡ଼ା କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଛନ୍ତି ରାହୁଲ ଗାନ୍ଧି। ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବେଳେ ସୁନ୍ଦରଗଡ଼ରେ ହକି ଖେଳାଳୀଙ୍କ ସହ ଆଲୋଚନା କରିଥିଲେ। ସେହି ସମୟରେ ସୁନ୍ଦରଗଡ଼ରେ ସ୍ପେଶାଲ୍ ଏରିଆ ଗେମ୍ ସେଣ୍ଟର୍ ଓ ଅଷ୍ଟ୍ରୋ ଟର୍ଫ ପାଇଁ ଦାବିକୁ ସେ ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ଏନେଇ ବିଜେପି କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନି ।

ସେପଟେ ମହାରାଷ୍ଟ୍ର କଂଗ୍ରେସକୁ ତୃତୀୟ ଝଟକା । ମିଲିନ୍ ଦେଓରା, ବାବା ସିଦ୍ଧିକି ପରେ ଦଳ ଛାଡ଼ିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାଣ । ଆଜି ଦଳର ସଦସ୍ୟତା ଓ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଚର୍ଚ୍ଚା ହେଉଛି ଅଶୋକ ବିଜେପିରେ ସାମିଲ ହୋଇ ରାଜ୍ୟସଭାକୁ ଯିବେ । ଯଦି, ଏପରି ହୁଏ ତାହେଲେ ମହାରାଷ୍ଟ୍ର କଂଗ୍ରେସରେ ଏକ ବଡ଼ ସଙ୍କଟ ଓ ସମସ୍ୟା ଦେଖା ଦେଇପାରେ । କାରଣ ଏନସିପି ଓ ଶିବସେନା ଉଭୟ ଦଳ ଏବେ ଦୁଇଟି ଭିନ୍ନ ରାସ୍ତାରେ ଗତି କରୁଛନ୍ତି । ଦୁଇ ଦଳ ଭାଗ ମଧ୍ୟ ବାଣ୍ଟି  ହେଇଗଲାଣି, ତେଣୁ ମହାରାଷ୍ଟ୍ର କଂଗ୍ରେସରେ ଏବେ ସମସ୍ୟା ବଢ଼ିପାରେ । ଏହାପୂର୍ବରୁ କଂଗ୍ରେସର ପୋଷ୍ଟର ବୟ, ରାହୁଲ ଗାନ୍ଧିଙ୍କ ବେଶ୍ ନିକଟତର କୁହାଯାଉଥିବା ମିଲନ୍ ଦେଓରା ଓ ବାବା ସିଦ୍ଧିକି କଂଗ୍ରେସ ଛାଡ଼ିଛନ୍ତି ।

Advertisment
Sachin Pilot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ