Advertisment

ଆସନ୍ତାକାଲି ଓଡ଼ିଶା ଆସିବେ ଦ୍ରୌପଦୀ ମୁର୍ମୁ; ସ୍ୱାଗତ ପାଇଁ ହୋଇଛି ଭବ୍ୟ ଆୟୋଜନ

ଆସନ୍ତାକାଲି ଓଡ଼ିଶା ଆସିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ...

ଅଦ୍ୟତନ ହୋଇଛି
Presidential Candidate Draupadi Murmu Will Visit Odisha Tomorrow

Presidential Candidate Draupadi Murmu Will Visit Odisha Tomorrow

Advertisment

ଆସନ୍ତାକାଲି ଓଡ଼ିଶା ଆସିବେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ତାଙ୍କୁ ସ୍ୱାଗତ କରିବା ପାଇଁ ଭବ୍ୟ ଆୟୋଜନ କରାଯାଇଛି । ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯିବ । ସେଠାରୁ ବିଧାନସଭାକୁ ପାଛୋଟି ଅଣାଯିବ ।

Advertisment

ବିଧାନସଭାରେ ଦ୍ରୌପଦୀ ମୁର୍ମୁଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହେବ । ଯେଉଁଠି ବିଜେଡିର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ। ସେମାନଙ୍କ ସହିତ ରାଷ୍ଟ୍ରପତି ନିର୍ବାଚନ ନେଇ ମୁର୍ମୁ ଆଲୋଚନା କରିବେ । ବିଜେପି ବିଧାୟକ ଓ ସାଂସଦ ମାନେ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ କରିବା ସହିତ ଆଲୋଚନା କରିବେ ।

ଓଡ଼ିଶା ଆସି ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଉଥିବା ବିଧାୟକ ଓ ସାଂସଦଙ୍କୁ ଭେଟି ଭୋଟ ଭିକ୍ଷା କରିବେ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ଏବଂ ନାମାଙ୍କନ ପତ୍ର ଦାଖଲ କରିବା ପରେ ସବୁ ରାଜ୍ୟ ଯାଇ ଭୋଟ ଭିକ୍ଷା କରୁଛନ୍ତି ଦ୍ରୌପଦୀ ମୁର୍ମୁ । ଏହି କ୍ରମରେ ବିହାର, ଝାରଖଣ୍ଡ, ତାମିଲନାଡୁ, ତେଲେଙ୍ଗାନାରେ ଭୋଟ ଭିକ୍ଷା କରିବା ପରେ ଆସନ୍ତାକାଲି ଓଡ଼ିଶା ଆସିବେ ଦ୍ରୌପଦୀ । ଏହା ପରେ ଆନ୍ଧ୍ର ପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

Advertisment
Odisha News Draupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ