Droupadi Murmu
ଡିସେମ୍ବରରେ ପୁଣିଥରେ ଓଡ଼ିଶା ଆସିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଡିସେମ୍ବର ୧୫ ତାରିଖରେ ନିଜ ଗାଁ ମୟୂରଭଂଜ ଜିଲ୍ଲାର ପାହାଡ଼ପୁରକୁ ଆସିବେ ବୋଲି ସୂଚନା ମିଳିଛି । ଏନେଇ ରାଷ୍ଟ୍ରପତିଙ୍କ ନିକଟତମ ମହଲରୁ ସୂଚନା ମିଳିଛି । ତେବେ ରାଷ୍ଟ୍ରପତିଙ୍କ ଆଗମନ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏଯାଏଁ କିଛି ସ୍ପଷ୍ଟ କରାଯାଇନାହିଁ ।
କିଛିଦିନ ତଳେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିଥିଲେ । ୨ ଦିନିଆ ଗସ୍ତରେ ଆସି ରାଷ୍ଟ୍ରପତି ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ମହାମହିମ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଯାଇ ଭୁବନେଶ୍ୱର ୟୁନିଟ୍-୨ ଗାର୍ଲସ୍ ହାଇସ୍କୁଲ ପରିଦର୍ଶନ କରିଥିଲେ । ଦିନେ ଯେଉଁଠି ଛାତ୍ରୀ ଜୀବନ କଟାଇଥିଲେ, ସେଠାକୁ ଯାଇଥିଲେ ଦେଶର ପ୍ରଥମ ନାଗରିକ । ୧୯୭୦ରୁ ୭୪ ଯାଏଁ ଅଷ୍ଟମରୁ ଏକାଦଶ ପଢ଼ିଥିଲେ ଓ ହଷ୍ଟେଲରେ ରହୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668778417.jpg)