Advertisment

ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି ନିଯୁକ୍ତ

କଟକ ଲୋକସଭାରୁ ସାତ ସାତଥର ନିର୍ବାଚିତ ହୋଇଛନ୍ତି ଭର୍ତ୍ତୃହରି। ଏଥର ବିଜେଡିର ସଂତୃପ୍ତ ମିଶ୍ରଙ୍କୁ ୫୭ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ।

Bhartruhari Mahatab

Bhartruhari Mahatab

Advertisment

ଭର୍ତ୍ତୃହରି ମହତାବ ହେବେ ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି। ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପୋର୍ଟେମ୍ ସ୍ପିକର ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ନବନିର୍ବାଚିତ ସାଂସଦ ମାନଙ୍କୁ ଶପଥପାଠ କରାଇବେ। କଟକ ଲୋକସଭାରୁ ସାତ ସାତଥର ନିର୍ବାଚିତ ହୋଇଛନ୍ତି ଭର୍ତ୍ତୃହରି। ଏଥର ବିଜେଡିର ସଂତୃପ୍ତ ମିଶ୍ରଙ୍କୁ ୫୭ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ଯେପର୍ଯ୍ୟନ୍ତ ଲୋକସଭାର ନୂଆ ବାଚସ୍ପତି ନିଯୁକ୍ତ ନହୋଇଛନ୍ତି, ସେପର୍ଯ୍ୟନ୍ତ ଭର୍ତ୍ତୃହରି ମହତାବ କାମଚଳା ବାଚସ୍ପତି ଭାବେ କାର୍ଯ୍ୟ କରିବେ।

Advertisment

ସୁରମା ପାଢ଼ୀ ହେଲେ ବିଧାନସଭାର ନୂଆ ବାଚସ୍ପତି। ସବୁ ଦଳର ସମର୍ଥନରେ ବସିଲେ ବାଚସ୍ପତି ଆସନରେ। ବିରୋଧୀ ବିଜେଡି, କଂଗ୍ରେସ୍ ଓ ସିପିଏମ୍ ସୁରମାଙ୍କୁ ଶୁଭେଚ୍ଛା ଜଣାଇବା ସହ ବିନା ପାତରଅନ୍ତରରେ ସେ ଗୃହ କାର୍ଯ୍ୟ ପରିଚାଳନା କରିବେ ବୋଲି ଆଶା ରଖିଛନ୍ତି। ସେପଟେ ଏଥର ବିଧାନସଭାରେ ବେଶ୍ ସଶକ୍ତ ବିରୋଧୀ ଥିବାରୁ ଗୃହ ପରିଚାଳନା ସୁରମାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହୋଇପାରେ।

ବିଧାନସଭା ଦେଖିଲା ଦ୍ୱିତୀୟ ମହିଳା ବାଚସ୍ପତି। ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରଣପୁର ବିଧାୟିକା ସୁରମା ପାଢୀ। ଆଜି ସର୍ବସମ୍ମତି କ୍ରମେ ତାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି। ଦିନ ୧୧ଟାରେ ବିଧାନସଭାର ଅଧିବେଶନ ଆରମ୍ଭ ହୋଇଥିଲା। ଗୃହ ପରିଚାଳନା କରିଥିଲେ କାମଚଳା ବାତସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁରମା ପାଢୀଙ୍କୁ ବାଚସ୍ପତି କରିବା ଲାଗି ପ୍ରସ୍ତାବ ଆଗତ କରିଥିଲେ। ଯାହାକୁ ସବୁ ଦଳ ସମର୍ଥନ କରିଥିଲେ। ଏହାପରେ ସବୁ ଦଳର ସଦସ୍ୟ ମିଶି ସୁରମାଙ୍କୁ ବାଚସ୍ପତି ସିଟ୍ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।

Advertisment

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଗୃହରେ ବିବୃତି ରଖି ଶୁଭେଚ୍ଛା ଜଣାଇଥିଲେ। ବାଚସ୍ପତି ଚେୟାରରେ ବସିବା ପରେ ବେଶ ଭାବବିହ୍ୱଳ ହୋଇଯାଇଥିଲେ ସୁରମା। ଦାୟିତ୍ୱ ନେବା ପରେ ସମସ୍ତଙ୍କ ସମର୍ଥନ ଲୋଡିଥିଲେ ମାଡାମ୍ ସ୍ପିକର।

Odisha Assembly Odisha Speaker Bhartruhari Mahtab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ