Advertisment

ପ୍ରଶାନ୍ତ ମୁଦୁଲିଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକ ଦାୟିତ୍ୱ

ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ।

Prasanta Muduli

Prasanta Muduli

Advertisment

ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ନୂଆ ଦାୟିତ୍ୱ । ପ୍ରଶାନ୍ତ ମୁଦୁଲି ହେଲେ ସରକାରୀ ଦଳ ମୁଖ୍ୟ ସଚେତକ । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ।

Advertisment

ଅନ୍ୟପଟେ ଆଜି ନବୀନଙ୍କ ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି । ନୂଆ ମନ୍ତ୍ରୀଙ୍କୁ 6T ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶପଥ ନେବା ପରେ ମନ୍ତ୍ରୀମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ନୂଆ ମନ୍ତ୍ରୀମାନେ । ଏହି ସମୟରେ ସେମାନଙ୍କୁ 6Tର ମନ୍ତ୍ର ଦେଇଛନ୍ତି ନବୀନ । ଆଗରୁ ଥିବା 5T ସହିତ ଯୋଡ଼ି ହୋଇଛି ଆଉ ଗୋଟିଏ T- TOUR ।

ମୋ ସରକାର କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବାକୁ ଓ ତାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଜେଡିର ନିର୍ବାଚନୀ ଇସ୍ତାହାର ଅନୁସାରେ କାମ କରିବାକୁ କହିଛନ୍ତି ସୁପ୍ରିମୋ । କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବା ସହିତ କୌଣସି ବିବାଦରେ ନ ପଡ଼ିବାକୁ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।

Advertisment
BJD Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ