ନୀତୀଶ-ପ୍ରଶାନ୍ତ ଟକ୍କର, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉଠିଲା ଝଡ଼

କାହିଁକି ଏଭଳି ଫଟୋ ପୋଷ୍ଟ କରାଯାଇଥିଲା ଏବଂ ପୋଷ୍ଟ ହେବା ପରେ କାହିଁକି ତାକୁ ଡିଲିଟ୍‌ କରାଗଲା । ସେନେଇ ଏବେ ରାଜନୀତି ବିଶାରଦ ମହଲରେ ଖୁବ୍‌ ଚର୍ଚ୍ଚା ଚାଲିଛି ।

Nitish Kumar

ସାରା ଦେଶରେ ଏବେ ନୀତୀଶ କୁମାରଙ୍କୁ ନେଇ ଖୁବ୍‌ ଚର୍ଚ୍ଚା । କାରଣ ନୀତୀଶ ଆରମ୍ଭ କରିଛନ୍ତି ଭାରତ ଅଭିଯାନ । ଏଥିରେ ଦେଶର ସବୁ ଅଣ ବିଜେପି ନେତାଙ୍କୁ ସେ ଭେଟୁଛନ୍ତି, ଆଉ ମୋଦୀ ବିରୋଧୀ ମେଣ୍ଟରେ ସାମିଲ ହେବାକୁ ଆହ୍ୱାନ୍‌ ଦେଉଛନ୍ତି । ଖାଲି ସେତିକି ନୁହେଁ ନୀତୀଶ ଏବେ ପ୍ରଧାନମନ୍ତ୍ରୀ ରେସ୍‌ରେ ଅଛନ୍ତି ବୋଲି ପୁରା ଦେଶ ସାରା ଚର୍ଚ୍ଚା । କିନ୍ତୁ ନୀତୀଶ ଏହାକୁ ଖଣ୍ଡନ କରିଛନ୍ତି । ତେବେ ଯାହା ବି ହେଉ, ନୀତୀଶ ପ୍ରଧାନମନ୍ତ୍ରୀ ଦୌଡ଼ରେ କେତେ ଆଗକୁ ଯାଉଛନ୍ତି ତାହା ସମୟ କହିବ ।

ହେଲେ ଏବେ ସବୁଠାରୁ ବଡ଼ ଖବର ହେଉଛି, ନୀତୀଶଙ୍କ ଅଭିଯାନକୁ ଫ୍ଲପ୍‌ କରିବା ପାଇଁ ଜବରଦସ୍ତ ଆଟାକ୍‌ କରିଛନ୍ତି ପଲିକାଲ ରଣନୀତିକାର ପ୍ରଶାନ୍ତ କିଶୋର । ସେ ନୀତୀଶଙ୍କୁ କାଉଣ୍ଟର କରିବା ପାଇଁ ନିଜ ଟ୍ୱିଟର ଆକାଉଣ୍ଟରେ ୪ଟି ଫଟୋ ପୋଷ୍ଟ କରିଥିଲେ । ଯାହା କି ନିଆଁ ଭଳି ଚାରିଆଡ଼େ ଖେଳିଯାଇଥିଲା । ହେଲେ ପୋଷ୍ଟ କରିବାର ମାତ୍ର କେଇ ମିନିଟ୍‌ ପରେ ଏହା ଡିଲିଟ୍‌ ହୋଇଯାଇଛି । ତେବେ କାହିଁକି ଏଭଳି ଫଟୋ ପୋଷ୍ଟ କରାଯାଇଥିଲା ଏବଂ ପୋଷ୍ଟ ହେବା ପରେ କାହିଁକି ତାକୁ ଡିଲିଟ୍‌ କରାଗଲା । ସେନେଇ ଏବେ ରାଜନୀତି ବିଶାରଦ ମହଲରେ ଖୁବ୍‌ ଚର୍ଚ୍ଚା ଚାଲିଛି ।

Prashant Kishore Deleted Tweet

ଏହି ପୋଷ୍ଟରେ ପ୍ରଶାନ୍ତ କିଶୋର କିଛି ଲେଖିନଥିଲେ । କିନ୍ତୁ ୪ଟି ଯାକ ଫଟୋରେ ପ୍ରଧାନମନ୍ତ୍ରୀଙ୍କୁ ନତମସ୍ତକ ହୋଇ ନୀତୀଶ କୁମାର ନମସ୍କାର କରୁଥିବା ଦେଖାଯାଇଥିଲା । ତେବେ ଏଭଳି ପୋଷ୍ଟର ମୁଖ୍ୟ ଉଦେଶ୍ୟ କ’ଣ ?

‘ପ୍ରଶାନ୍ତ କିଶୋର ଜଣେ ପ୍ରଚାର ବିଶେଷଜ୍ଞ, କହିଥିଲେ ନୀତୀଶ’

ଗତ ବୁଧବାର ନୀତୀଶ କୁମାର ତାଙ୍କ ପୂର୍ବତନ ସହକର୍ମୀ ପ୍ରଶାନ୍ତ କିଶୋରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ । ସେ କହିଥିଲେ ଯେ, ମେଣ୍ଟ ପରିବର୍ତ୍ତନ ନେଇ ଜେଡିୟୁର ନିଷ୍ପତ୍ତି ପରେ ଏହା ଜାତୀୟ କ୍ଷେତ୍ରରେ ନୁହେଁ ବରଂ ଆଞ୍ଚଳିକ କ୍ଷେତ୍ରରେ ପ୍ରଭାବ ପକାଇବ । ଏହାସହ ପ୍ରଶାନ୍ତ ଜଣେ ପ୍ରଚାର ବିଶେଷଜ୍ଞ ବୋଲି କହିଥିଲେ ନୀତୀଶ । ଯିଏ କି ଭିତିରି ଭାବେ ବିଜେପି ପାଇଁ କାମ କରୁଥିବା ମଧ୍ୟ ନୀତୀଶ ଇଙ୍ଗିତ କରିଥିଲେ ।

'ତାଙ୍କ ବିବୃତ୍ତିର କୌଣସି ଅର୍ଥ ନାହିଁ'

ବିହାର ସିଏମ କହିଛନ୍ତି, "ଅନ୍ୟ ରାଜନୈତିକ ଦଳ ସହ କାମ କରିବା ହେଉଛି ପ୍ରଶାନ୍ତଙ୍କ ବ୍ୟବସାୟ। ବିହାରରେ ସେ କଣ କରିବେ ନକରିବେ ସେଥିପାଇଁ କୌଣସି ଚିନ୍ତା ନାହିଁ । ସେ ଯାହା ବି ବୟାନ ଦେଉଛନ୍ତି ତାର କୌଣସି ,ଅର୍ଥ ନାହିଁ । ବୋଧହୁଏ ସେ ବିଜେପି ସହ କାମ କରିବାକୁ ଚାହୁଁଛନ୍ତି । କିମ୍ବା ତାଙ୍କ ସହ ରହିବାକୁ ଚାହୁଛନ୍ତି ଏବଂ ତାଙ୍କୁ ସହଯୋଗ କରିବାକୁ ଚାହୁଛନ୍ତି । ସମୁଦାୟ ଘଟଣା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।