Advertisment

ପ୍ରଦୀପ କଂଗ୍ରେସ ଦଳ ଛାଡ଼ିବା ପରେ ମାଲକାନଗିରି ପ୍ରଜାମେଳି କଲେ ତାରା

ପ୍ରଦୀପ ମାଝି ଦଳ ଛାଡିବା ପରେ ମାଲକାନଗିରିରେ କଂଗ୍ରେସର ମେଳି। ମାଲକାନଗିରି କଂଗ୍ରେସ କାର୍ଯ୍ୟାଳୟରେ ହୋଇଛି ଏହି ମହା ମେଳି। ପ୍ରଦୀପ ମାଝି ଦଳ ଛାଡିଥିଲେ ମଧ୍ୟ କଂଗ୍ରେସ ଉପରେ ଏହା କୌଣସି ପ୍ରଭାବ ପକାଇବ ନାହିଁ

Pradeep with Tara

Pradeep with Tara

Advertisment

ମାଲକାନଗିରି: ପ୍ରଦୀପ ମାଝି ଦଳ ଛାଡିବା ପରେ ମାଲକାନଗିରିରେ କଂଗ୍ରେସର ମେଳି। ମାଲକାନଗିରି କଂଗ୍ରେସ କାର୍ଯ୍ୟାଳୟରେ ହୋଇଛି ଏହି ମହା ମେଳି। ପ୍ରଦୀପ ମାଝି ଦଳ ଛାଡିଥିଲେ ମଧ୍ୟ କଂଗ୍ରେସ ଉପରେ ଏହା କୌଣସି ପ୍ରଭାବ ପକାଇବ ନାହିଁ। ଦଳ ତାଙ୍କ ବିନା ହିଁ ଆଗକୁ ବଢ଼ିବ ବୋଲି ସମ୍ମିଳନୀରେ ଦୃଢୋକ୍ତି ପ୍ରକାଶ କରିଛନ୍ତି କଂଗ୍ରେସ ନେତା। କଂଗ୍ରେସ କର୍ମୀମାନେ ତୃଣମୂଳ ସ୍ତରରେ ସଜାଗ ହୋଇ ରହିଛନ୍ତି।

Advertisment

କଂଗ୍ରେସ ଯୋଗୁଁ ପ୍ରଦୀପ ମାଝି ଭୋଟ୍ ପାଇ ଆସୁଥିଲେ। ତାଙ୍କର ନିଜସ୍ୱ କୌଣସିବ୍ୟକ୍ତିଗତ ଭୋଟ୍ ବ୍ୟାଙ୍କ ନଥିଲା ବୋଲି କଂଗ୍ରେସ ନେତା କହିଛନ୍ତି। ମେଳିରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଉପସ୍ଥିତିରେ ପ୍ରାୟ ୨ ଶହ ବିଜେଡି କର୍ମୀ କଂଗ୍ରେସରେ ସାମିଲ ହୋଇଛନ୍ତି।

Advertisment
Odisha Congress Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ