Former MP Pradeep Majhi
ଭୁବନେଶ୍ୱର: ବରିଷ୍ଠ ନେତା ତଥା ଓଡ଼ିଶାର ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଇସ୍ତଫା ନେଇ ପ୍ରଦୀପ ମାଝୀ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଜଣାଇଥିବା ସୂଚନା ମିଳିଛି।
ଅତି ଦୁଃଖ ଓ କଷ୍ଟର ସହ ନିଷ୍ପତ୍ତି ନେଇଥିବା ପ୍ରଦୀପ ଚିଠିରେ ଉଲ୍ଲେଖ କରିଛନ୍ତି। ଦଳରେ ଏବେ ଜନସେବାର ସୁଯୋଗ ନଥିବାରୁ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। କଂଗ୍ରେସରୁ ଇସ୍ତଫା ଦେବା ପରେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି।
ଧୀରେ ଧୀରେ କଂଗ୍ରେସର ଗଡ଼ ଭାଙ୍ଗୁଥିବା ନେଇ ଚର୍ଚ୍ଚା ହେଉଛି। ପ୍ରଦୀପ ମାଝୀଙ୍କ ପୂର୍ବରୁ କୋରାପୁଟର ଚନ୍ଦ୍ରଶେଖର ମାଝୀ ଓ କୈଳାସ କୁଲେସିକା ମଧ୍ୟ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। ଗତ ବୁଧବାର ଲକ୍ଷ୍ମୀପୁରର ପୂର୍ବତନ କଂଗ୍ରେସ ବିଧାୟକ କୈଳାସ କୁଲେସିକା ବିଜେଡିରେ ଯୋଗ ଦେଇଥିଲେ। ୧୦୦ରୁ ଅଧିକ ସହଯୋଗୀଙ୍କ ସହ ବିଜେଡ଼ି ଯୁବ ଜନତା କାର୍ଯ୍ୟାଳୟ ଯାଇ ବିଜେଡିରେ ଯୋଗ ଦେଇଥିଲେ। କୈଳାସ କୁଲେସିକା ୨୦୧୪ରୁ ୨୦୧୯ ଲକ୍ଷ୍ମୀପୁରରୁ କଂଗ୍ରେସ ବିଧାୟକ ଥିଲେ। ୨୦୧୯ ନିର୍ବାଚନରେ ମାତ୍ର ୨୨୯ ଖଣ୍ଡ ଭୋଟ୍ରେ ବିଜେଡ଼ି ପ୍ରାର୍ଥୀଙ୍କଠୁ ସେ ପରାଜିତ ହୋଇଥିଲେ। ସେହିପରି ଗତ ସେପ୍ଟେମ୍ବର ୧୫ ତାରିଖରେ ଚନ୍ଦ୍ରଶେଖର ମାଝୀ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1634874167.jpg)