Advertisment

କଳ୍ପନାଜଳ୍ପନାର ଅନ୍ତ, ନଭେମ୍ବର ୬ରେ ବିଜେଡ଼ିରେ ମିଶିବେ ପ୍ରଦୀପ ମାଝୀ

ଅପେକ୍ଷାର ହେଲା ଅନ୍ତ। ଆସନ୍ତା ନଭେମ୍ବର ୬ ତାରିଖରେ ବିଜେଡ଼ିରେ ମିଶିବେ ପୂର୍ବଚନ କଂଗ୍ରେସର ନେତା ପ୍ରଦୀପ ମାଝି। ନବରଙ୍ଗପୁରରେ ଏକ ମିଶ୍ରଣ ପର୍ବରେ ସେ ବିଜେଡ଼ିରେ ସାମିଲ ହେବା ନେଇ ସ୍ପଷ୍ଟ ହୋଇଛି।

Pradeep Kumar Majhi

Pradeep Kumar Majhi

Advertisment

ଭୁବନେଶ୍ୱର: ଅପେକ୍ଷାର ହେଲା ଅନ୍ତ। ଆସନ୍ତା ନଭେମ୍ବର ୬ ତାରିଖରେ ବିଜେଡ଼ିରେ ମିଶିବେ ପୂର୍ବଚନ କଂଗ୍ରେସର ନେତା ପ୍ରଦୀପ ମାଝି। ନବରଙ୍ଗପୁରରେ ଏକ ମିଶ୍ରଣ ପର୍ବରେ ସେ ବିଜେଡ଼ିରେ ସାମିଲ ହେବା ନେଇ ସ୍ପଷ୍ଟ ହୋଇଛି। ତେବେ ଏହି ମାସ ଶେଷ ସୁଦ୍ଧା ସେ ବିଜେଡ଼ିରେ ଯୋଗ ଦେବା ନେଇ ଚର୍ଚ୍ଚା ଚାଲିଥିଲା। କିନ୍ତୁ କୌଣସି କାରଣରୁ ଏହାକୁ ଘୁଂଚାଇ ଦିଆଯାଇଛି। ତେବେ ପ୍ରଦୀପ ଦଳ ଛାଡ଼ିବା ପରେ ରାଜନୀତି ବି ବେଶ୍‌ ଜୋର ହୋଇଥିଲା।

Advertisment

୨୨ ତାରିଖରେ କଂଗ୍ରେସରୁ ପ୍ରଦୀପ ମାଝୀଙ୍କ ଇସ୍ତଫା ପରେ ସାଙ୍ଘାତିକ ବୟାନ ଦେଇଥିଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। କହିଥିଲେ, ପ୍ରଦୀପଙ୍କ ଇସ୍ତଫା କଂଗ୍ରେସର କିଛି କ୍ଷତି କରିବନି । କିଛି ସଦସ୍ୟଙ୍କୁ ଦଳ ସସପେଣ୍ଡ କରିବା ପୂର୍ବରୁ ସେମାନେ ଇସ୍ତଫା ଦେଉଛନ୍ତି। ଯଦି ସେମାନେ ଜନସେବା କରୁଥିଲେ ତେବେ ଦଳ ଦୁଇଦୁଇ ଥର ଟିକେଟ୍‌ ଦେବା ପରେ ହାରିଲେ କାହିଁକି ବୋଲି ପ୍ରଶ୍ନ କରିଥିଲେ ତାରା। ଏହାସହ ତାରା କହିଥିଲେ ପ୍ରଦୀପ କଂଗ୍ରେସରେ ନଥିଲେ ଜନତା ଦଳରେ ଥିଲେ। ତାଙ୍କୁ ମୁଁ ଓ ଜୟଦେବ ଜେନା ମିଟିଂ କରି ଦଳରେ ମିଶାଇ ଥିଲୁ। କଂଗ୍ରେସକୁ ଆସିବା ପରେ ଯୁବ କଂଗ୍ରେସର ସଭାପତି ହେଲେ। କିନ୍ତୁ ନିଜସ୍ୱ ସ୍ୱାର୍ଥ ଦୃଷ୍ଟିରୁ ସେ ଦଳ ଛାଡ଼ିଛନ୍ତି। ଏହାସହ କଂଗ୍ରେସର ବରିଷ୍ଠ ନେତା ସୁର ରାଉତ ମଧ୍ୟ ପ୍ରତିକ୍ରିୟା ରଖିଥିଲେ। ଆଉ ଏହାରି ମଧ୍ୟରେ ସେ ନଭେମ୍ବର ୬ରେ ବିଜେଡ଼ିରେ ସାମିଲ ହେଉଛନ୍ତି।

Advertisment
BJD Congress Pradeep Kumar Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ