Advertisment

ନିର୍ବାଚନ ସରିବା ପରେ ଗାଁରେ ମାତିଛନ୍ତି ଗୁଣ୍ଡା, କେଉଁଠି ଟେକାପଥର ମାଡ଼ କରୁଛନ୍ତି ତ ଆଉ କେଉଁଠି ବୋମାମାଡ଼...

ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ହିଂସା ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। କେଉଁଠି ଗୋଷ୍ଠୀ ସଂଘର୍ଷ ହୋଇଛି ତ ଆଉ କେଉଁଠି ଦୁର୍ବୃତ୍ତମାନେ ଘର ଉପରକୁ ଟେକାପଥର ମାଡ଼ କରିଛନ୍ତି, ଆଉ କେଉଁଠି ବୋମାମାଡ଼ ହୋଇଛି।

ଅଦ୍ୟତନ ହୋଇଛି
Post-Poll Violence Reported In Many Places

Post-Poll Violence Reported In Many Places

Advertisment

ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ହିଂସା ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲାର ଏକାଧିକ ସ୍ଥାନରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଥିବା ବେଳେ ଯାଜପୁର ଜିଲ୍ଲାରେ ମଧ୍ୟ ହିଂସା ଘଟଣା ସାମ୍ନାକୁ ଆସିଛି। 

Advertisment

ଯାଜପୁର ଜିଲ୍ଲା ମଙ୍ଗଳପୁର ପଞ୍ଚାୟତ ବାଣ ସାହିରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୬ରୁ ଅଧିକ ଆହତ ହୋଇଛନ୍ତି। ଦୁର୍ବୃତ୍ତମାନେ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ୨ ଗୁରୁତରଙ୍କୁ ହୋଇ କଟକ ସ୍ଥାନାନ୍ତର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ସଂଘର୍ଷ ଘଟିଥିଲା। 

ସୂଚନା ଅନୁସାରେ, ପୂର୍ବତନ ସରପଞ୍ଚଙ୍କ ପତ୍ନୀ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ଲଢୁଥିଲେ। ନିର୍ବାଚନ ହାରିବା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏନେଇ ଲୋକମାନେ ମଙ୍ଗଳପୁର ଥାନା ଘେରାଉ କରିଥିଲେ। ଘଟଣାକୁ ନେଇ ପୋଲିସ ୨ଟି ମାଲା ରୁଜୁ କରି ୨ ଜଣଙ୍କୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି। 

Advertisment

ସେହିପରି ଗଞ୍ଜାମ ଜିଲ୍ଲାର ଏକାଧିକ ସ୍ଥାନରେ ମଧ୍ୟ ନିର୍ବାଚନୀ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଦିଗପହଣ୍ଡି ଥାନା ଅର୍ନ୍ତଗତ ଚୌଧୁରୀ ଟିକରପଡା ପଞ୍ଚାୟତର ଢେପାପେଣ୍ଠ ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣା ସାମ୍ନାକୁ ଆସିଛି। ଗାଁର କୃଷ୍ଣଚନ୍ଦ୍ର ସାହୁଙ୍କ ଘର ଉପରକୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ନିର୍ବାଚନରେ ବିଜୟ ଲାଭ କରିଥିବା ପ୍ରାର୍ଥୀଙ୍କ ସମର୍ଥକମାନେ ଆକ୍ରମଣ କରିଥିବା କୁହାଯାଉଛି। ଆକ୍ରମଣ ବେଳର ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହୋଇଛି।

ଦୁର୍ବୃତ୍ତଙ୍କ ଆକ୍ରମଣରେ କୃଷ୍ଣଚନ୍ଦ୍ରଙ୍କ ପରିବାର ଲୋକେ ଆହତ ହୋଇଛନ୍ତି। ଦୁର୍ବୃତ୍ତମାନେ କୃଷ୍ଣଚନ୍ଦ୍ରଙ୍କ ଘର ଉପରକୁ ଟେକାପଥର ମାଡ଼ କରିବା ସହ ଗାଡି ଭଙ୍ଗାରୁଜା କରିଛନ୍ତି। ଭୟରେ ପରିବାର ଲୋକେ ପୋଲିସକୁ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଚିକିଟି ବ୍ଲକ୍‌ ଅନ୍ତର୍ଗତ ପିତାତଳି ଗାଁରେ ମଧ୍ୟ ବୋମାମାଡ଼ ହୋଇଛି। ବିଜୟ ଶୋଭାଯାତ୍ରା ଚାଲିଥିବାବେଳେ ଗୋଟିଏ ଗୋଷ୍ଠୀ ଆାଉ ଏକ ଗୋଷ୍ଠୀ ଉପରକୁ ବୋମାମାଡ଼ କରିଥିବା ଜଣାପଡ଼ିଛି। ପରାଜିତ ପ୍ରାର୍ଥୀ କେ.ନରସିଂହ ମୂର୍ତ୍ତିଙ୍କ ଘର ନିକଟରେ ବୋମାମାଡ଼ ହୋଇଛି। ଏଥିରେ ୪ ଜଣ ଆହତ ହୋଇଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। 

Advertisment
Post Poll Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ