Advertisment

ସରିଛି ନିର୍ବାଚନ, ହେଲେ ଥମିନି ହିଂସା: ସାମାନ୍ୟ ବଚସାରୁ ହଣାହଣି, ମାର୍‌ପିଟ୍‌

ଗଞ୍ଜାମ ଜିଲ୍ଲାରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗଣ୍ଡଗୋଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Post Poll Violence

Post Poll Violence

Advertisment

ଗଞ୍ଜାମ ଜିଲ୍ଲାରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଗତକାଲି ରାତିରେ କେନ୍ଦୁପଦର କଲେଜ ନିକଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏହି ଗଣ୍ଡଗୋଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକ ହେଲେ କେନ୍ଦୁପଦର ଗାଁର ବୁଲୁ ସ୍ୱାଇଁ ବୋଲି ଜଣାପଡ଼ିଛି। ଆହତମାନେ ହେଲେ- ଅବିନାଶ ବରଡ଼, ଦୁର୍ଗା ପ୍ରସାଦ ପାଣିଗ୍ରାହୀ, ବଳରାମ ପଲାଇ।

Advertisment

ସୂଚନା ଅନୁସାରେ, ନିର୍ବାଚନକୁ ନେଇ ରହିଥିବା ତିକ୍ତତା ଯୋଗୁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ଫଳରେ ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଏହି ତୁମୁଳକାଣ୍ଡ ଘଟିଛି। ଆହତ ୩ଜଣଙ୍କୁ ଆସିକା ମେଡିକାଲ ରେ ଭର୍ତ୍ତି କରାଯାଇଛି। ଅବିନାଶଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକଲକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ସୂଚନାଥାଉ କି, କିଛିଦିନ ପୂର୍ବେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ତେବେ ନିର୍ବାଚନ ଶେଷ ହେବା ପରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। କେଉଁଠି କିଏ କାହାକୁ ଆକ୍ରମଣ କରିଲାଣି ତ ଆଉ କେଉଁଠି କିଏ କାହା ଘରେ ନିଆଁ ଲଗାଇ ଦେଲାଣି। ଏଭଳି ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି। 

Advertisment
Odisha Panchayat Polls Post Poll Violence Odisha Panchayat Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ