BJD & BJP Supporters Exchange Blows
ଥାନା ପରିସରରେ ପୋଲିସ ଉପସ୍ଥିତିରେ ବିଜେପି-ବିଜେଡି କର୍ମୀ ପିଟାପିଟି। ଢେଙ୍କାନାଳ ଟାଉନ୍ ଥାନା ପରିସରରେ ହାତାହାତି ହୋଇଛନ୍ତି ଉଭୟ ଦଳର କର୍ମୀ।ଗତକାଲି ସକାଳେ ମତଦାନ ଚାଲିଥିବା ବେଳେ ୧୫ ନମ୍ବର ଓ୍ୱାର୍ଡରେ ଗଣ୍ଡଗୋଳ ହୋଇଥିଲା।
ଏହି ସମୟରେ ପୂର୍ବତନ ବିଜେପି ବିଧାୟକଙ୍କ ପୁତୁରା ଏବଂ ସଦର ବିଜେଡି ବିଧାୟକଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ। ଏନେଇ ଉଭୟ ପକ୍ଷ ଟାଉନ୍ ଥାନାକୁ ଆସିଥିଲେ। ତେବେ ଥାନା ପରିସରରେ ଉଭୟ ଦଳ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଏହାପରେ ଉଭୟ ଦଳର କର୍ମୀ ପରସ୍ପରକୁ ଆକ୍ରମଣ କରିଥିଲେ। ଏହାପରେ ଥାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଏହି ଘଟଣାରେ ଉଭୟ ପକ୍ଷରୁ କିଛି କର୍ମୀଙ୍କୁ ପୋଲିସ ଥାନାରେ ଅଟକ ରଖିଥିବାବେଳେ ଏବେବି ଚାପା ଉତ୍ତେଜନା ଲାଗି ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us