ଯୋଜନା ସରକାରୀ, ହେଲେ ଚିହ୍ନ ଶାସକ ଦଳର । ଆମ ଓଡ଼ିଶା ନବୀନ ଓଡ଼ିଶା ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ନେଇ ଖଡଗହସ୍ତ ବିରୋଧୀ । ସରକାରୀ ପଇସାରେ ବିଜେଡି ଦଳୀୟ ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ବିଜେପି । ପ୍ରତି ପଞ୍ଚାୟତ କୁ ୫୦ ଲକ୍ଷ ଟଙ୍କା ଦେବା ବାହାନାରେ ରାଜ୍ୟ ସରକାର ଶଙ୍ଖ ଚିହ୍ନକୁ ବ୍ୟବହାର କରିଛନ୍ତି । ଅର୍ଥାତ୍ ବିଜେଡି ସରକାରୀ ଅର୍ଥରେ ବିଜ୍ଞାପନ ଦେଇ ଭୋଟ ପ୍ରଚାର କରୁଥିବା ବିରୋଧୀ କହିଛନ୍ତି।
୨୦୨୪ ସାଧାରଣ ନିର୍ବାଚନକୁ ହାତରେ ୬ ମାସରୁ କମ ସମୟ । ତେଣୁ ବିଜେଡି ଏଭଳି କାରସାଦି କରିିଥିବା ବିରୋଧୀ କହିଛନ୍ତି । ତେଣେ କେବଳ ନବୀନ ଓଡ଼ିଶା ନୁହେଁ, ଲକ୍ଷ୍ମୀ, ମେଧାବୃତ୍ତି ଓ ତ୍କୀଡ଼ା ଯୋଜନା ମଧ୍ୟରେ ବି ବିଜେଡି ରୀତିମତ ନିର୍ବାଚନ ପ୍ରଚାର କରୁଛି । ଏହାକୁ ନେଇ କଂଗ୍ରେସ ବି ଶାସକ ଦଳକୁ ଟାର୍ଗେଟ କରିଛି । ତେବେ ବିରୋଧୀଙ୍କ ସଣ୍ଡୁ ଆକ୍ରମଣ ପରେ ଜବାବ ଦେଇଛି ବିଜେଡି । ଜି-୨୦ ସମ୍ମିଳନୀ ଲୋଗୋରେ କେନ୍ଦ୍ର ସରକାର ପଦ୍ମ ଚିହ୍ନ ବ୍ୟବହାର କରିଥିବା ଦଳ ମନେପକାଇ ଦେଇଛି ।
Also Read
ସରକାରୀ ଯୋଜନାକୁ ଦଳୀୟ ପ୍ରଚାରର ମାଧ୍ୟମ କରାଯାଇପାରିବ ନାହିଁ । ଏନେଇ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି । ଏହା ଅନୁସାରେ ଦଳୀୟ ଲୋଗୋ, ସିମ୍ବଲ କିମ୍ବା ପାତାକା ସରକାରୀ ଯୋଜନା ବିଜ୍ଞାପନରେ ଲାଗି ପାରିବ ନାହିଁ । ସେହିପରି ଜନ ସମର୍ଥନ ହାସଲ ପାଇଁ ସରକାରୀ ଯୋଜନାକୁ ମାଧ୍ୟମ କରାଯାଇପାରିବ ନାହିଁ । ଏହି ନିୟମ ପାଳନରେ ସ୍ୱଚ୍ଛତା ଓ ବିଶ୍ୱସନୀୟତା ବଜାୟ ରଖିବା ସରକାରଙ୍କ ଦାୟିତ୍ୱ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ। ତେବେ ରାଜନୈତିକ ସମୀକ୍ଷକଙ୍କ ମତ ହେଲା ଯେଉଁ ଦଳ ସରକାରରେ ଥାଏ ସେ ସରକାରୀ ଯୋଜନାକୁ ମାଧ୍ୟମ କରି ନିଜସ୍ୱ ପ୍ରଚାର କରିଥାଏ । ମାତ୍ର ଏହା ସଂପୂର୍ଣ୍ଣ ବେଆଆନ ।
୨୪ ନିର୍ବାଚନ ଯେତିକି ପାଖଉଛି, ବିଜେଡିର ଯୋଜନା ଯୋଜନା ପଲିଟିକସ୍ ସେତିକି ଜୋର ଧରୁଛି । ତେବେ ବିଜେଡିର ଚାଲାଖିକୁ କାଉଣ୍ଟର କରିବା ଲାଗି ବି ଅଣ୍ଟା ଭିଡିଛନ୍ତି ବିରୋଧୀ ।