Advertisment

ଅଂଶୁମାନଙ୍କୁ ନେଇ କେନ୍ଦ୍ରାପଡ଼ା ବିଜେଡିରେ ବଢ଼ିଲା ଅସନ୍ତୋଷ

ବିଜେଡି କର୍ମୀଙ୍କ ବିନା ପରାମର୍ଶରେ ଭୁବନେଶ୍ୱରରେ ଅଂଶୁମାନଙ୍କୁ ଦଳରେ ସାମିଲ କରାଯିବାକୁ ନେଇ ସହଜରେ ହଜମ କରି ପାରୁନାହାନ୍ତି।

Ansuman Mohanty

Ansuman Mohanty

Advertisment

ବିଜେଡିରେ ମିଶିଲେ ଅଂଶୁମାନ ଆଉ ଏପଟେ କେନ୍ଦ୍ରାପଡ଼ାରେ ଏହାକୁ ନେଇ ଅସନ୍ତୋଷ। ରାଜନଗରର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଅଂଶୁମାନ ମହାନ୍ତି ବିଜୁ ଜନତା ଦଳରେ ମିଶିବା ପରେ କେନ୍ଦ୍ରାପଡ଼ା ରାଜନୀତିରେ ବଢିଛି ଅସନ୍ତୋଷ। ପୁରୁଣା ବିଜେଡି କର୍ମୀ ଓ ନେତା ଅଂଶୁମାନଙ୍କୁ ଦଳରେ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

Advertisment

ଏମିତିକି ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ସମର୍ଥକମାନେ ଅଂଶୁମାନଙ୍କୁ ଭିତରେ ଭିତରେ ତୀବ୍ର ବିରୋଧ କରୁଥିବା କୁହାଯାଉଛି। ଏହାକୁ ପ୍ରଶମିତ କରିବା ଲାଗି ନିକଟରେ ଡାଙ୍ଗମାଳସ୍ଥିତ ଏକ ମଣ୍ଡପରେ ରାଜନଗର ବିଧାୟକଙ୍କ ଉପସ୍ଥିତିରେ ରୁଦ୍ଧଦ୍ୱାର ବୈଠକ ବସିଥିଲା। ଯେଉଁଥିରେ ଦଳର ବହୁ ଛାମୁଆ କର୍ମୀ ସାମିଲ ହୋଇଥିଲେ।

ବିଜେଡି କର୍ମୀଙ୍କ ବିନା ପରାମର୍ଶରେ ଭୁବନେଶ୍ୱରରେ ଅଂଶୁମାନଙ୍କୁ ଦଳରେ ସାମିଲ କରାଯିବାକୁ ନେଇ ସହଜରେ ହଜମ କରି ପାରୁନାହାନ୍ତି। ତେବେ ଦଳ ମୁଖିଆଙ୍କ କଥା ମାନି ଚଳିବାକୁ ବିଧାୟକ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ ବି ଅନେକ କର୍ମୀ ଦରକାର ପଡ଼ିଲେ ଅଂଶୁମାନଙ୍କ ମିଶ୍ରଣକୁ ବିରୋଧ କରି ନବୀନ ନିବାସ ଘେରାଉ କରିବେ ବୋଲି କହିଛନ୍ତି ବିଜେଡି କର୍ମୀ। ତେବେ ଏହି ଘଟଣାକୁ ନେଇ ଅଂଶୁମାନ ମହାନ୍ତି ଓ ବିଧାୟକ ଧ୍ରୁବ ସାହୁଙ୍କ ପ୍ରତିକ୍ରିୟା ମିଳିପାରିନି। 

Advertisment

Congress BJD BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ