Advertisment

ଆଗୁଆ ନିର୍ବାଚନ ହେଲେ ଅଯଥା ଖର୍ଚ୍ଚ ବଢ଼ିବ- ପ୍ରତାପ ଷଡ଼ଙ୍ଗୀ

ରାଜ୍ୟରେ ଆଗୁଆ ନିର୍ବାଚନ ଉଦ୍ୟମକୁ ନେଇ ତେଜିଲା ରାଜନୀତି

Election

Election

Advertisment

ରାଜ୍ୟରେ ଆଗୁଆ ନିର୍ବାଚନ ଆକଳନକୁ ନେଇ ତେଜିଲା ରାଜନୀତି। ଆଗୁଆ କାହିଁକି ସରକାର ଭଙ୍ଗାଯିବ ଓ ନିର୍ବାଚନ ପାଇଁ ଅଯଥା ଖର୍ଚ୍ଚ କରାଯିବ ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ। କେନ୍ଦ୍ର ସହ ଏକା ସଙ୍ଗେ ନିର୍ବାଚନ ହେବା କଥା।

Advertisment

ରାଜ୍ୟରେ କିଛି ସାମ୍ବିଧାନିକ ସଙ୍କଟ ଅଛି ନା ରାଜ୍ୟ ସରକାର ଚଲାଇ ପାରୁନାହାନ୍ତି ବୋଲି ପ୍ରତାପ ପ୍ରଶ୍ନ କରିବା ସହ ଯଦି ସରକାର ଭାଙ୍ଗିବାକୁ ଚାହୁଁଛନ୍ତି ତାହାଲେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରନ୍ତୁ ବୋଲି କହିଛନ୍ତି। ଆଗୁଆ ନିର୍ବାଚନ କଲେ ଦୀର୍ଘ ସମୟ ପାଇଁ ରାଜ୍ୟରେ ଉନ୍ନତିମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବ। ତେବେ ବିଜେପି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ପ୍ରତାପ ଷଡ଼ଙ୍ଗୀ।

ସେପଟେ କଂଗ୍ରେସ କହିଛି ବିଧାନସଭା ମନସୁନ ସେସନ ଆରମ୍ଭ ହୋଇପାରିନି. ବିଜେଡ଼ି ଯାହା କହିବ କେନ୍ଦ୍ର ଶୁଣିବ। ଅମିତ ସାହା ଗ୍ରୀନ ସିଗନାଲ ଦେଲେ ଆଗୁଆ ନିର୍ବାଚନ ହେବ। ଓଡ଼ିଶାରେ ଆଗୁଆ ଭୋଟ ହେଲେ କଂଗ୍ରେସକୁ ଅଧିକ ଫାଇଦା ମିଳିବ।

Advertisment

ତେଣେ ବିଜେଡିର ଜବାବ ଆଗୁଆ ନିର୍ବାଚନ ହେଉ କି ନିର୍ଦ୍ଧାରିତ ସମୟରେ ବିଜେଡ଼ି ସବୁବେଳେ ଏଥିପାଇଁ ପ୍ରସ୍ତୁତ ଓ ମୁଖ୍ୟମନ୍ତ୍ରୀ ହିଁ ସେ ଦିଗରେ ନିଷ୍ପତି ନେବେ।

Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ