Advertisment

"ଜଗନ୍ନାଥ ଧାମକୁ ଅପରାଧ ପ୍ରବଣ କରିସାରିଲେଣି ନବୀନ ସରକାର"

ମମିତା ମେହେର ହତ୍ୟା ମାମଲାରେ ଦୋଷୀଙ୍କୁ କଠୋର ଦଣ୍ଡ ଓ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ବିରୋଧୀଙ୍କ ପକ୍ଷରୁ ଜାରି ରହିଛି ଘନ ଘନ ହୁଙ୍କାର। କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେଓ୍ୱାଲା ଓ ପିସିସି ପ୍ରଭାରୀ ଚେଲାକୁମାର ଆଜି ମମିତାଙ୍କ ପରିବାରକୁ ଭେଟିଥିଲେ

ଅଦ୍ୟତନ ହୋଇଛି
Congress

Congress

Advertisment

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାରେ ଦୋଷୀଙ୍କୁ କଠୋର ଦଣ୍ଡ ଓ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ବିରୋଧୀଙ୍କ ପକ୍ଷରୁ ଜାରି ରହିଛି ଘନ ଘନ ହୁଙ୍କାର। କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେଓ୍ୱାଲା ଓ ପିସିସି ପ୍ରଭାରୀ ଚେଲାକୁମାର ଆଜି ମମିତାଙ୍କ ପରିବାରକୁ ଭେଟିଥିଲେ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ପାଇଁ IPCର ଦଫା ୧୨୦-B ଲଗାଇ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ଦାବି କରିଛି ଦଳ। ସେପଟେ ବିଜେପି ଯୁବମୋର୍ଚ୍ଚାର ଏସପି ଅଫିସ୍ ଘେରାଉ କାର୍ଯ୍ୟକ୍ରମ ବି ଜାରି ରହିଛି। ଜବାବରେ ବିଜେଡି କହିଛି ବିରୋଧୀଙ୍କ ଏସବୁ ତୁଛା ରାଜନୀତି।

Advertisment

କଣ୍ଟାବାଞ୍ଜି ଝରଣୀ ଗାଁକୁ ଯାଇ ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାରକୁ ଭେଟିବା ପରେ କଠୋର ଦାବି ରଖିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେଓ୍ୱାଲା । କହିଛନ୍ତି- ମୁଖ୍ୟ ଅଭିଯୁକ୍ତ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ରହିଛି । ତଥାପି ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରୁନାହାନ୍ତି ? ପୀଡ଼ିତାଙ୍କ ପରିବାରକୁ କୋଟିଏ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ସହ ମମିତାଙ୍କ ଭାଇଙ୍କୁ ଚାକିରି ଓ ପରିବାରକୁ ପୋଲିସ୍ ସୁରକ୍ଷା ଦେବାକୁ ଦାବି କରିଛି କଂଗ୍ରେସ। ନୟାଗଡ଼ ପରୀ ହତ୍ୟା ପ୍ରସଙ୍ଗ ଉଖାରି ସୂର୍ଯ୍ୟେଓ୍ୱାଲା, ଜଗନ୍ନାଥଙ୍କ ରାଜ୍ୟକୁ ବିଜେଡି ଅପରାଧ ପ୍ରବଣ କରିଦେଇଥିବା ଅଭିଯୋଗ କରିଛନ୍ତି। ଏମିତିକି ଏ ପ୍ରସଙ୍ଗ ସୋନିଆ ଓ ରାହୁଲ ଗାନ୍ଧି ଆଗାମୀ ପାର୍ଲାମେଣ୍ଟ ଅଧିବେଶନରେ ଉଠାଇବେ ବୋଲି କହିଛନ୍ତି ସୂର୍ଯ୍ୟେଓ୍ୱାଲା।

Advertisment

ମମିତାଙ୍କ ଗାଁକୁ ଗସ୍ତ କରିଥିବା କଂଗ୍ରେସ ଟିମରେ ପିସିସି ପ୍ରଭାରୀ ଚେଲ୍ଲାକୁମାର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ସାମିଲ ହୋଇଥିଲେ। ନରସିଂହ କହିଛନ୍ତି ପୀଡ଼ିତାଙ୍କ ପରିବାର ଲେଖିଥିବା ଏତଲାକୁ ନେଇ ସନ୍ଦେହ ଉପୁଜିଛି। DIG କେମିତି କହୁଛନ୍ତି ତଦନ୍ତ ପ୍ରାୟ ସରିଗଲାଣି? ବୋଧହୁଏ ସଚିବାଳୟରୁ ଯାହା ନିର୍ଦ୍ଦେଶ ଆସୁଛି, ପୋଲିସ୍ ସେମିତି କାମ କରୁଛି ବୋଲି ନରସିଂହ ଅଭିଯୋଗ କରିଛନ୍ତି । ଆହୁରି ମଧ୍ୟ କହିଛନ୍ତି ମମିତାଙ୍କୁ ନ୍ୟାୟ ଦେବାକୁ, ଦରକାର ହେଲେ ସେ ପୁଣିଥରେ କଳା କୋଟ ପିନ୍ଧିବେ।

ସେପଟେ ମମିତାଙ୍କୁ ନ୍ୟାୟ ଦାବିରେ ଜାରି ରହିଛି ବିଜେପିର ଗର୍ଜନ। ଭୁବନେଶ୍ୱରରେ ଡିସିପି ଅଫିସ୍ ଘେରାଉ କରିଛି । ବିଜେପି ଯୁବ ମୋର୍ଚ୍ଚାର ଶହ ଶହ କର୍ମକର୍ତ୍ତା ରୂପାଲି ଛକରୁ ଶୋଭାଯାତ୍ରାରେ ବାହାରି ଡିସିପି ଅଫିସ୍ ଅଭିମୁଖେ ଯାଇଥିଲେ । ସେହିପରି ମାଲକାନଗିରି ଓ ଛତ୍ରପୁରରେ ବି ଦେଖିବାକୁ ମିଳିଥିଲା ଦଳର ହୁଙ୍କାର। ଏଣେ ବିରୋଧୀଙ୍କ ଘନ ଘନ ଆକ୍ରମଣର ପ୍ରତିକ୍ରିୟା ରଖି ବିଜେଡି ବିଧାୟକ କିଶୋର ମହାନ୍ତି କହିଛନ୍ତି- ବିରୋଧୀ ତୁଛା ରାଜନୀତି କରୁଛନ୍ତି.

Advertisment

ସେପଟେ ଅଭିଯୁକ୍ତ କଠୋର ଦଣ୍ଡ ପାଇବା ନେଇ ବଡ଼ ଆଶା ରଖିଥିବା କହିଛନ୍ତି ମମିତାଙ୍କ ବାପା। ଝିଅ ହତ୍ୟାରେ ପିଅନଠାରୁ ମନ୍ତ୍ରୀ ଯାଏଁ ଯିଏ ବି ସଂପୃକ୍ତ, ସେମାନଙ୍କୁ ଫାଶି ଦେବାକୁ ଦାବି କରିଛନ୍ତି। ଏପଟେ ଆଜି ମମିତା ମେହେର ହତ୍ୟା ମାମଲାର ତଦନ୍ତ ସମ୍ପର୍କରେ ଉଭୟ ପୋଲିସ ଡିଜି ଓ ଏଡିଜି-ଆଇନଶୃଙ୍ଖଳାଙ୍କୁ ଗଣମାଧ୍ୟମ ପ୍ରତିନିଧି ଏହି କେସ୍ ସଂପର୍କରେ ପ୍ରଶ୍ନ ପଚାରିଥିଲେ ବି ସେମାନେ ଏହାକୁ ଏଡ଼ାଇ ଯାଇଥିଲେ। 

BJP Odisha Police Congress Mamita Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ