ବିଜେଡି ଗଢିଲା ରାଜ୍ୟସ୍ତରୀୟ ସମନ୍ୱୟ କମିଟି । ୧୫ ଜଣିଆ କମିଟିରୁ ବାଦ ପଡିଲେ ବବି, ସଞ୍ଜୟ, ଅତନୁ, ରାଜା ସ୍ୱାଇଁ, ମାନସ ମଙ୍ଗରାଜଙ୍କ ଭଳି ଆଗଧାଡ଼ିର ନେତା । ଯାହାକୁ ନେଇ ଚର୍ଚ୍ଚା ଜୋରଦାର୍ । ସେପଟେ ଯୁବ ବର୍ଗଙ୍କ ପ୍ରତିନିଧିତ୍ୱ ନଗଣ୍ୟ ଥିବାରୁ ଦଳ ଭିତରୁ ଆସିଲା ଅସନ୍ତୋଷର ସ୍ୱର । ଭୁବନେଶ୍ୱର ମହାନଗର ନିଗମର ଟାଣୁଆ କର୍ପୋରେଟର ଅମରେଶ ଜେନା ଖୋଲାଖୋଲି ଭାବେ କହିଛନ୍ତି, ଯେ କମିଟିରେ ଯୁବ ବର୍ଗଙ୍କୁ ଅଧିକ ସୁଯୋଗ ମିଳିବାର ଥିଲା ।
୨୪ ନିର୍ବାଚନ ବିପର୍ଯ୍ୟୟ ପରେ ଦଳ ବରିଷ୍ଠଙ୍କ ବଦଳରେ ଯୁବ ନେତାଙ୍କୁ ଅଧିକ ଗୁରୁତ୍ବ ଦେବା ଉଚିତ ବୋଲି ଅମରେଶ କହିଛନ୍ତି । ସେହିପରି କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଯୁକ୍ତି, ଆଗାମୀ ଦିନରେ ଦଳ, ଗଠନ କରିବାକୁ ଥିବା ଅନ୍ୟ କମିଟିରେ ବାଦ ପଡିଥିବା ନେତୃତ୍ୱଙ୍କୁ ସୁପ୍ରିମୋ ସ୍ଥାନ ଦେଇପାରନ୍ତି । କିନ୍ତୁ ଦଳକୁ ସଂଗଠିତ କରିବାକୁ ସମନ୍ୱୟ କମିଟି ଗଢାଯାଇଥିବା ସେ କହିଛନ୍ତି ।
Also Read
ନେତାଙ୍କ ବଡ ଭୂମିକା ନେଇପାରନ୍ତି ।
ଜୁଲାଇରେ ଦଳର କମିଟିକୁ ଭାଙ୍ଗିଲେ ନବୀନ। ଏହାପରେ ନିର୍ବାଚନ ପରାଜୟର ସମୀକ୍ଷା ହେଉଛି । କିନ୍ତୁ ପୂର୍ଣ୍ଣାଙ୍ଗ କମିଟି ଗଠନ ଏଯାଏ ହୋଇପାରୁନି । ତେବେ ବିଦ୍ରୋହୀ ସାଜିଥିବା ବିଜେଡି ଯୁବ ନେତାଙ୍କୁ ନବୀନ କିଭଳି ମ୍ୟାନେଜ୍ କରୁଛନ୍ତି ତାଉପରେ ନଜର ।
- Reported by:
- JAGDISH DAS , ATULYA BOUT