Advertisment

ମହୁଆ ମୈତ୍ରଙ୍କ ସହ ସାଂସଦ ପିନାକୀଙ୍କ ଅଛି କି ସଂପର୍କ ?

ଟିଏମ୍ସି ସାଂସଦ ମହୁଆ ମୈତ୍ର କ୍ୟାସ ଫର କ୍ୱେରି ବା ଟଙ୍କା ବଦଳରେ ପ୍ରଶ୍ନ ବିବାଦରେ ପୁରୀ ବିଜେଡି ସାଂସଦ ପିନାକି ମିଶ୍ରଙ୍କ ନାଁ। ମହୁଆଙ୍କ ସହ ସାଂସଦ ପିନାକି ମିଶ୍ର, ଶଶି ଥରୁର ଓ ରାହୁଲ ଗାନ୍ଧୀଙ୍କର ନିବିଡ ସଂପର୍କର ଥିବା ନିଜ ସତ୍ୟାପାଠରେ ଲେଖିଛନ୍ତି ବ୍ୟବସାୟୀ ଦର୍ଶନ ହୀରାନନ୍ଦାନି। ଏହାକୁ ନେଇ ପିନାକୀଙ୍କ ଉପରେ ବର୍ଷିଛି ବିଜେପି।

undefined

MP Pinaki Mishra

Advertisment

ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ସହ ପୁରୀ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କର ରହିଛି କି ସଂପର୍କ ? କ୍ୟାସ ଫର କ୍ୱେରି ବିବାଦରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀ ପିନାକୀଙ୍କ ନାଁ ନେବା ପରେ ରାଜ୍ୟରେ ରାଜନୈତିକ ଝଡ଼ । ମହୁଆଙ୍କ ସହ ପିନାକୀଙ୍କ ଫଟୋ ଦେଖାଇ ଟାର୍ଗେଟ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ପିନାକୀଙ୍କୁ ଦଳରୁ ବହିଷ୍କାର କରିବା ସହ EOW ଦ୍ୱାରା ଅଭିଯୋଗର ତଦନ୍ତ କରାନ୍ତୁ ବୋଲି ଦଳ ଦାବି କରିଛି ।

Advertisment

ଅପରପକ୍ଷେ ମହୁଆଙ୍କୁ ଦିଆଯାଇଥିବା ଦୁଇ କୋଟିର ହାୱଲା ଅର୍ଥ ଓଡ଼ିଶାର କେଉଁ ସାଂସଦଙ୍କ ପାଖରେ ସୁରକ୍ଷିତ ରହିଛି ବୋଲି ଗତକାଲି ଏକ୍ସରେ ପଚାରିଥିଲେ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ । ମହୁଆ ପ୍ରସଙ୍ଗକୁ ନେଇ କଂଗ୍ରେସ ବି ପିନାକୀଙ୍କୁ ସମାଲୋଚନା କରିଛି । ପିନାକୀ ମିଶ୍ର, ଶଶି ଥରୁର ଓ ରାହୁଲ ଗାନ୍ଧୀଙ୍କ ଭଳି ବିରୋଧୀ ଦଳ ନେତାଙ୍କ ସହ ମହୁଆଙ୍କ ନିବିଡ଼ତା ରହିଛି ଓ ସେ ଦୃଷ୍ଟିରୁ ମହୁଆ ତାଙ୍କୁ ଲାଭ ପହଞ୍ଚାଇବା ଆଶା ରଖି ସେ ତାଙ୍କ ପିଛା ବିପୁଳ ଅର୍ଥ ଖର୍ଚ୍ଚ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ହିରାନନ୍ଦାନୀ । ତେଣୁ ପିନାକୀଙ୍କ ସହାୟତାରେ ହିରାନନ୍ଦାନୀ ଓଡ଼ିଶାରୁ ପାଇନାହାନ୍ତି ତ କିଛି ଅବାଞ୍ଛିତ ଫାଇଦା ? ତାକୁ ନେଇ ଉଠିଛି ପ୍ରଶ୍ନ । ତେବେ ବିଜେପିର ଅଭିଯୋଗ ନେଇ ପିନାକୀ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

ହିରାନନ୍ଦାନୀଙ୍କ ସତ୍ୟାପାଠରେ ଲେଖାଯାଇଛି..

  • ମହୁଆ ମୈତ୍ର କମ୍ ଦିନରେ ଫେମସ ହେବାକୁ ଚାହୁଁଥିଲେ ।
  • ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧାସଳଖ ଟାର୍ଗେଟ କଲେ ଏହା ସମ୍ଭବ ହେବ ବୋଲି କିଛି ପାଖ ଲୋକ ମହୁଆଙ୍କୁ ପରାମର୍ଶ ଦେଇଥିଲେ ।
  • ଆଦାନୀଙ୍କ ଜରିଆରେ ମୋଦିଙ୍କୁ ଟାର୍ଗେଟ କରିବାକୁ ମହୁଆ ବାଟ ବାଛିଥିଲେ ।
  • ଆଦାନୀଙ୍କ ସଂପର୍କରେ ପ୍ରଶ୍ନ ପଚାରିବା ଲାଗି ସେ ମୋତେ ତାଙ୍କ ପାର୍ଲାମେଣ୍ଟ ଆକାଉଣ୍ଟର ଆଇଡି ଓ ପାସୱାର୍ଡ ଦେଇଥିଲେ ।
  • ମୁଁ ପ୍ରଶ୍ନ ଲେଖି ଦେଉଥିଲି, ସେ ପଚାରୁଥିଲେ ।
  • ବଦଳରେ ଦିଲ୍ଲୀରେ ସରକାରୀ ବାସଭବନର ସୌନ୍ଦର୍ଯ୍ୟକରଣ, ଦେଶ-ବିଦେଶ ଭ୍ରମଣ ଖର୍ଚ୍ଚ ସହ ମୁଁ ତାଙ୍କୁ ଅତି ଦାମିକା ଉପହାର ଦେଉଥିଲି।
Advertisment

ତେବେ ହିରାନନ୍ଦାନୀଙ୍କ ସତ୍ୟପାଠ ସାଧା କାଗଜରେ ଲେଖାଯାଇଛି, ଲେଟର ହେଡ ନାହିଁ କି ନୋଟାରୀ କରାଯାଇନଥିବା କହି ଏହାର ବୈଦ୍ଧତାକୁ ପ୍ରଶ୍ନ କରିଛନ୍ତି ମହୁଆ । ପିଏମ୍ଓ ଇଙ୍ଗିତରେ ଏହା ଲେଖାଯାଇଥିବା ସେ ଅଭିଯୋଗ ଅଣିଛନ୍ତି । ତେଣେ ଏଥିକ୍ସ କମିଟିକୁ ସତ୍ୟପାଠ ମିଳିଥିବା ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ବିନୋଦ ସୋନକର । ଅନ୍ୟପକ୍ଷରେ ଏଥିକ୍ସ କମିଟି ଅଭିଯୋଗର ଯାଞ୍ଚ କରି ଉପଯୁକ୍ତ ପଦକ୍ଷେପ ନେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ତେଣେ ମହୁଆ ପ୍ରସଙ୍ଗକୁ ନେଇ ୨୦୦୫ର କ୍ୟାସ ଫର କ୍ୱେରି ମାମଲାରେ ୧୧ ସାଂସଦଙ୍କୁ ବହିଷ୍କାର ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା । ପାର୍ଲାମେଣ୍ଟର ନୈତିକତା, ନିୟମ ଓ ସୁରକ୍ଷାର ଏହା ଘୋର ଉଲ୍ଲଙ୍ଘନ ବୋଲି ସେ ଲେଖିଛନ୍ତି । ଟଙ୍କା ହେଉ କି ଉପହାର, ୨୦୦୫ ଭଳି ଦଣ୍ଡବିଧାନ ହେବା ଜରୁରୀ ବୋଲି ସେ ମତ ଦେଇଛନ୍ତି ।

Advertisment
BJP Odisha Politics MP Pinaki Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ