Advertisment

ସୌମ୍ୟଙ୍କୁ ବିଦା କରିବା ପରେ ଦଳରେ ପଡ଼ିବ କି ପ୍ରଭାବ..?

ଫାଇଭ୍ ଟି ସଚିବ ବିରୋଧୀ ସ୍ୱର ଚପିବ ନା ଆଗକୁ ଯିବ ? ଆଗରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ କାହିଁକି ପଛାଉଥିଲା ଦଳ?

undefined

Soumyaranjan Pattnaik

Advertisment

ଶଙ୍ଖ ରାଜନୀତିରେ ବଡ଼ ହଲଚଲ । ଜନବିରୋଧୀ ଷ୍ଟାମ୍ପ ସହ ବିଜେଡିରୁ ବିଦା ହେଲେ ଦୁଇ ବିଧାୟକ ସୌମ୍ୟରଞ୍ଜନ ଓ ସୁଧାଂଶୁ । ପୁଣି ଖୋଦ୍ ସୁପ୍ରିମୋଙ୍କ ମୁହଁରେ ବହିଷ୍କାର ଘୋଷଣା ହେଲେ । ଟାଣୁଆ ବିଧାୟକ ସୌମ୍ୟଙ୍କୁ ବହିଷ୍କାରର ଦଳରେ ପଡ଼ିବ କି ପ୍ରଭାବ ? ୨୪ ନିର୍ବାଚନ ପୂର୍ବରୁ ଦଳ ପାଇଁ ଏ କି ସନ୍ଦେଶ ?

Advertisment

କୁହାଯାଉଛି, ଲୋନ୍ ସ୍କାମ୍ ପାଇଁ ଜନବିରୋଧୀ ଦର୍ଶାଇ ସୌମ୍ୟଙ୍କୁ ବିଦା କରାଯାଇଥିଲେ ବି,ସୌମ୍ୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରିଆରେ ଦଳ ଭିତରେ ବଢୁଥିବା ଭିନ୍ନସ୍ୱର ପାଇଁ ବଡ଼ ବାର୍ତ୍ତାଟିଏ ଛଡ଼ାଯିବାର ଉଦ୍ୟମ ହୋଇଛି । କାରଣ, ବେଶ୍ କିଛି ଦିନ ଧରି ନିଜ ଖବର କାଗଜ ଓ ବିଭିନ୍ନ ପ୍ଲାଟଫର୍ମରେ ସୌମ୍ୟ ଯେଭଳି ପାଇଭ୍ ଟି ସଚିବଙ୍କ ବିରୋଧୀ ସ୍ୱରକୁ ମୁଖର କରି ଚାଲିଥିଲେ, ପ୍ରକାରନ୍ତରେ ତାହା ଦଳ ଭିତରେ ଭିନ୍ନ ସ୍ୱରକୁ ଏକାଠି କରିବାର ଏକ ସୁଯୋଗ ତିଆରି କରୁଥିଲା । ଦଳର କାର୍ଯ୍ୟଧାରାରେ ଅସନ୍ତୁଷ୍ଟ ନେତାଙ୍କୁ ମେଳି ବାନ୍ଧିବାର ବଳ ଦେଉଥିଲା । ତେଣୁ ବାର୍ତ୍ତା ପୂରା ସିଧା। ଫାଇଫ-ଟି ସଚିବଙ୍କ ବିରୋଧରେ ମୁହଁ ଖୋଲିଲେ ରକ୍ଷା ନାହିଁ । ନିଶ୍ଚିତ ଆକ୍ସନ୍ ।

ତେଣୁ ୨୪ ନିର୍ବାଚନ ପୂର୍ବରୁ ବିଜେଡି ଭିତରେ ଅନୁଶାସନ ଆଳରେ ଭୟର ବାତାରଣ ଖେଳାଇ ଚୁପ୍ କରାଇବାକୁ ଏହା ଦଳର ଶେଷ ଅସ୍ତ୍ର ବୋଲି କୁହାଯାଉଛି । ଏଥିସହ ଗୋଟିଏ ଗୁଳିରେ ଦୁଇଟି ଶିକାର କଲା ଭଳି ଦଳ ଭିତରେ ବଢୁଥିବା ଅସନ୍ତୋଷକୁ ପ୍ରଶମିତ କରିବାରେ ବି ଏ କାର୍ଯ୍ୟାନୁଷ୍ଠାନ ଭଲ କାମ ଦେବା ଆଶାରେ ବିଜେଡି ।

Advertisment

ଦୁର୍ନୀତି ଅଭିଯୋଗରେ ସୌମ୍ୟରଞ୍ଜନ ଓ ସୁଧାଂଶୁଙ୍କ ଉପରେ ତ୍ୱରିତ ଆକ୍ସନ୍ । ହେଲେ ୨୦୧୯ ପରେ ଅର୍ଥାତ୍ ନବୀନ ଶାସନର ୫ମ ପାଳିରେ, ବହୁ ଦଳୀୟ ବିଧାୟକ ଓ ମନ୍ତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗମାନ ଆସିଥିଲେ ବି ତ୍ୱରିତ କାର୍ଯ୍ୟାନୁଷ୍ଠାନରେ ଦଳ କାହିଁକି ଦେଉଥିଲା ପଛଘୁଞ୍ଚା ? ସେ ମାହାଙ୍ଗା ଡବଲ୍ ମର୍ଡର କେଶରେ ପ୍ରତାପ ଜେନା ହୁଅନ୍ତୁ କି ମମିତା ମେହେର ହତ୍ୟା ମାମଲାରେ ଦିବ୍ୟଶଙ୍କର ମିଶ୍ର, ଅବା ମହିଳା ଅସଦାଚାରଣ ଅଭିଯୋଗରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ନିର୍ଯାତନା ମାମଲାରେ ଶ୍ରୀକାନ୍ତ ସାହୁ । ଏମାନଙ୍କ ବିରୋଧରେ ଦୀର୍ଘ ଦିନ ଧରି ବିରୋଧୀଙ୍କ ତମ୍ବିତୋଫାନ୍ ପରେ ବି ତତ୍କାଳ କାର୍ଯ୍ୟାନୁଷ୍ଠାନ ପାଇଁ ହାତ ଯାଇନଥିଲା ।

ଏମିତିକି ବିଧାୟକ ସୁଧାଂଶୁ ପରିଡ଼ାଙ୍କ ନାଁରେ ୨୦୧୮ରୁ ଦୁର୍ନୀତି ମାମଲା ଥିଲେ ବି କାର୍ଯ୍ୟାନୁଷ୍ଠାନ ହେଉ ନଥିଲା। ଆଉ ଏବେ ସୌମ୍ୟ ପଟ୍ଟନାୟକ ପ୍ରସଙ୍ଗ ଚରମରେ ଥିବା ବେଳେ ତାଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଉ ନେଉ ସୁଧାଂଶୁଙ୍କ ପାଳି ବି ପଡ଼ିଗଲା । ଯାହାକୁ ଦଳ ଭିତରେ ଅନେକ ନେତା ମୁହଁ ଖୋଲୁ ନଥିଲେ ବି ନାପସନ୍ଦ କରୁଛନ୍ତି।

Advertisment

ଫାଇଭ୍‌-ଟି ସଚିବଙ୍କ ବିରୋଧରେ ସ୍ୱର ଉଠାଇ ଏକଦା ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଗଞ୍ଜାମର ଟାଣୁଆ ନେତା ପ୍ରଦୀପ ପାଣିଗ୍ରାହୀ ବି ଫଳ ପାଇ ସାରିଛନ୍ତି । ନିଯୁକ୍ତି ଜାଲିଆତିରେ ଛନ୍ଦି ହେବା ପରେ ପ୍ରଦୀପଙ୍କୁ ଦଳରୁ ଖାଲି ବାହାର କରାଗଲାନି,ଏଥିପାଇଁ ଜେଲକୁ ଯିବାକୁ ପଡ଼ିଲା । ତେବେ ତମାମ୍ ଚେଷ୍ଟା ସତ୍ତ୍ୱେ ବି ଶାସନର ନୂଆ ବ୍ୟବସ୍ଥା ବିରୋଧରେ ଦଳ ଭିତରେ ଉଠୁଥିବା ସ୍ୱର ସବୁ ଆଗକୁ କେତେ ଚପି ରହୁଛି ତା ଉପରେ ନଜର ।

BJD Odisha BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ