Advertisment

ପ୍ରଶାନ୍ତଙ୍କ ପରେ ମନ୍ତ୍ରୀ ପ୍ରତାପଙ୍କ ଉପରେ ହେବ କି କାର୍ଯ୍ୟାନୁଷ୍ଠାନ?

ଦବଙ୍ଗଗିରି ଦେଖାଇ ବିଜେଡିରୁ ନିଲମ୍ବିତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ପ୍ରଶାନ୍ତ ଜଗଦେବ ଗଲେ, ତେବେ ମାହାଙ୍ଗା ଡବଲ ମର୍ଡର କେସ୍ ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତି କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରିଛି କଂଗ୍ରେସ।

Prasant

Prasant

Advertisment

ଭୁବନେଶ୍ୱର: ଦବଙ୍ଗଗିରି ଦେଖାଇ ବିଜେଡିରୁ ନିଲମ୍ବିତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ପ୍ରଶାନ୍ତ ଜଗଦେବ ଗଲେ, ତେବେ ମାହାଙ୍ଗା ଡବଲ ମର୍ଡର କେସ୍ ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତି କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରିଛି କଂଗ୍ରେସ। ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ ଏକ ପ୍ରେସମିଟ୍ କରି କହିଛନ୍ତି, ଦୋଷୀଙ୍କ ପାଇଁ ସମାନ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ପ୍ରଶାନ୍ତ ଜବଦେବଙ୍କୁ ଗିରଫ ପାଇଁ ଦାବି କରିଛନ୍ତି। ଗିରଫ ନହେଲେ ମଙ୍ଗଳବାର ବିଜେପି, ଏସପି ଅଫିସ ଘେରାଉ କରିବାକୁ ଚେତାବନୀ ଦେଇଛି ଉଭୟ କଂଗ୍ରେସ ଓ ବିଜେପି। ସେପଟେ ଜବାବ ରଖିଛି ବିଜେଡି । ଦେବୀ ମିଶ୍ର କହିଛନ୍ତି ଦଳ ସଭାପତି କାର୍ଯ୍ୟାନୁଷ୍ଠାନ ନେଇ ସାରିଛନ୍ତି। ତେଣୁ ଏହାକୁ ନେଇ ରାଜନୀତି କରିବା ଠିକ୍‌ ନୁହେଁ। ଏହାସହ ନିଜେ ପ୍ରଶାନ୍ତ ମଧ୍ୟ ଘଟଣାକୁ ସ୍ୱୀକାର କରିଛନ୍ତି। ଆଇନ ଅନୁସାରେ ସବୁ ହେଉଛି। ଆମେ କହିଲେ କିଛି ହେବ ନାହିଁ ବୋଲି କହିଲେ ଦେବୀ।

Advertisment

ସୂଚନା ଅନୁସାରେ, ଗତକାଲି ବିଜେଡ଼ିରୁ ନିଲମ୍ବନ ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରଶାନ୍ତଙ୍କୁ ନିଲମ୍ବନ କରିଛନ୍ତି। ବାଲୁଗାଁ ଏନଏସି ଅଫିସରେ ଗଣ୍ଡଗୋଳ କରିଥିଲେ ପ୍ରଶାନ୍ତ । ତେବେ ପୁଣି ଥରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦବଙ୍ଗଗିରି ସାମ୍ନାକୁ ଆସିଥିଲା । ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦବଙ୍ଗଗିରିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବାଲୁଗାଁ ମଣ୍ଡଳ ବିଜେପି ସଭାପତିଙ୍କୁ ବିଧାୟକ ପିଟିଥିବା ନେଇ ଖବର ଆସିଥିଲା । ବିଚ୍ ରାସ୍ତାରେ ସଭାପତି ନିରଞ୍ଜନ ସେଠୀଙ୍କୁ ପିଟିଥିଲେ ପ୍ରଶା ଗାଡ଼ିରୁ ଓହ୍ଲାଇ ନିରଞ୍ଜନଙ୍କ ଆଡକୁ ଚିହିଁକି ଯାଇ ଧକ୍କା ମାରିଥିବା ନେଇ ହୋଇଥିଲା ଅଭିଯୋଗ। ଭତ୍ତା ବଣ୍ଟନ ବିଳମ୍ବ ହେବାରୁ ପଚାରିବାକୁ ଯାଇଥିଲେ ନିରଞ୍ଜନ। ତେବେ ନିରଞ୍ଜନ ପଚାରି ଫେରୁଥିବା ବେଳେ ସେଠି ପହଞ୍ଚି ଯାଇଥିଲେ ଶାସକ ଦଳର ବିଧାୟକ ପ୍ରଶାନ୍ତ। ଗାଡ଼ିରୁ ଓହ୍ଲାଇ ବିଧାୟକ ତାଙ୍କୁ ପିଟିଥିବା ଅଭିଯୋଗ କରିଥିଲେ ନିରଞ୍ଜନ।

Advertisment
Odisha BJD BJP Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ