୨୪ ରେ ଫୋକସ୍‌ ନୂଆ ଭୋଟର୍‌; ତିନି ଦଳର ସ୍କିମ ଅଫର୍‌ !

ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ଦଳର ଭରପୂର ଉଦ୍ୟମ । ବିଜେଡି ସରକାରଙ୍କ ସ୍କିମ୍ ବନାମ ବିଜେପିର ମତଦାତା ସଚେତନତା ଅଭିଯାନ । କଂଗ୍ରେସ ବି ଯୁବକଙ୍କୁ ଟ୍ରେନିଂ ଦେଇ କରିବ ନିର୍ବାଚନ ପାଇଁ ପ୍ରସ୍ତୁତ କରିବ ।

2024 General Elections

ନିର୍ବାଚନ ପୂର୍ବରୁ ନୂଆ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ବିଜେଡି-ବିଜେପି-କଂଗ୍ରେସ୍ ମଧ୍ୟରେ ଏକ ରକମର ପ୍ରତିଯୋଗିତା । ରାଜ୍ୟ ସରକାରଙ୍କ ବିଭିନ୍ନ ସ୍କିମ୍ ଦ୍ୱାରା ବିଜେଡି ଯୁବ ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ କରୁଥିବା ବେଳେ ବିଜେପି ଆରମ୍ଭ କରିଛି ମତଦାତା ସଚେତନତା ଅଭିଯାନ । ମୋଦି ସରକାରଙ୍କ ଯୁବ ଆଧାରିତ ଜନକଲ୍ୟାଣକାରୀ ଯୋଜନାକୁ ଲୋକଭିମୂଖୀ କରିବା ସହ ଯୁବକମାନଙ୍କୁ ଯୋଡିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । କଂଗ୍ରେସ ବି ଯୁବ, ଛାତ୍ରଙ୍କୁ ଟ୍ରେନିଂ ଦେଇ ନିର୍ବାଚନ ପ୍ରସ୍ତୁତି ଲାଗି ଅଣ୍ଟା ଭିଡୁଛି ।

ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ଦଳର ଭରପୂର ଉଦ୍ୟମ । ବିଜେଡି ସରକାରଙ୍କ ସ୍କିମ୍ ବନାମ ବିଜେପିର ମତଦାତା ସଚେତନତା ଅଭିଯାନ । କଂଗ୍ରେସ ବି ଯୁବକଙ୍କୁ ଟ୍ରେନିଂ ଦେଇ କରିବ ନିର୍ବାଚନ ପାଇଁ ପ୍ରସ୍ତୁତ କରିବ । ଘରକୁ ଘର ଅଭିଯାନ ପାଇଁ ତିନି ଦଳର ରୋଡମ୍ୟାପ୍ । ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ସରଗରମ । ଆଉ ସବୁ ଦଳର ଫୋକସରେ ଯୁବ ଭୋଟର ।

ଗାଁ ଗାଁରେ ଖେଳ ଉପକରଣ ବାଣ୍ଟିବା ପାଇଁ ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା ଆଣିଥିଲେ ରାଜ୍ୟ ସରକାର । ତା’ପରେ ଦକ୍ଷତା ବିକାଶ ପାଇଁ ଆସିଲା ନୂଆ ଓଡ଼ିଶା ସ୍କିମ୍ । 5T ସଚିବ ଖୋର୍ଦ୍ଧା ଜିଲ୍ଲାର କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବି କରିଥିଲେ । ଏହାକୁ କାଉଣ୍ଟର କରିବା ପାଇଁ ମତଦାତା ସଚେତନ  ଅଭିଯାନ କାର୍ଯ୍ୟକ୍ରମ ହାତକୁ ନେଇଛି ବିଜେପି । ମୋଦି ସରକାରଙ୍କ ଯୁବ ଆଧାରିତ ଜନକଲ୍ୟାଣକାରୀ ଯୋଜନାକୁ ଲୋକଭିମୁଖୀ କରିବା ସହ ଯୁବବର୍ଗକୁ ଯୋଡିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଭୋଟର ଲିଷ୍ଟ ଭେରିଫିକେସନରେ ନୂଆ ଭୋଟରକୁ ଯୋଡିବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟମ କରାଯିବ । ପ୍ରତି ବୁଥରେ ସର୍ବନିମ୍ନ ୫୦ ଓ ପ୍ରତି ନିର୍ବାଚନ ମଣ୍ଡଳୀରେ ୧୦ ହଜାର ନୂଆ ଭୋଟର ପଞ୍ଜୀକରଣ ପାଇଁ ଟାର୍ଗେଟ ରଖିଛି ଦଳ । ସେପଟେ କଂଗ୍ରେସ ବି ଯୁବ, ଛାତ୍ରଙ୍କୁ ଟ୍ରେନିଂ ଦେଇ ନିର୍ବାଚନ ପାଇଁ ପ୍ରସ୍ତୁତ କରିବ ।

ସେପଟେ ଆଗକୁ ଭୋଟ୍ ଟାଣିବା ପାଇଁ ବିଜେଡିର ସକ୍ରିୟ କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଦଳ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ । ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ୱାର୍ଡ, ପଂଚାୟତରୁ ଦଳର ସକ୍ରିୟ କର୍ମୀଙ୍କୁ ନିର୍ବାଚନ ପରିଚାଳନା, ବୁଥ୍ ମ୍ୟାନେଜେମେଣ୍ଟ, ସଙ୍ଗଠନ ମଜଭୁତ, ରାଜ୍ୟ ସରକାରଙ୍କ ସଫଳତା ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା ହୋଇଛି । ତା’ସହିତ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ କରୁଛି ଦଳ ।

ସେପଟେ ବିଜେପି ପଦ୍ମ ଚିହ୍ନକୁ ନେଇ ୱାଲ୍ ପେଣ୍ଟିଂ କାର୍ଯ୍ୟକ୍ରମ ଜାରି ରଖିଛି । ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତି ଉପଲକ୍ଷେ ଘରେ ଘରେ ଷ୍ଟିକର ଲଗାଉଛି ଦଳ । ସେପଟେ କଂଗ୍ରେସ ବି ଘର୍ ଘର୍ କଂଗ୍ରେସ କାର୍ଯ୍ୟକ୍ରମ ହାତକୁ ନେବ । ସାଧାରଣ ନିର୍ବାଚନ ପାଇଁ ସବୁ ଦଳ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ତେବେ ଭୋଟର କାହାକୁ ଆଶୀର୍ବାଦ ଦେବେ ତାହା ନିର୍ବାଚନ ପରେ ହିଁ ସ୍ପଷ୍ଟ  ହେବ ।