Advertisment

'ଓଡ଼ିଶାର ବିକାଶ ପାଇଁ ବି ଦରକାର ଡବଲ ଇଂଜିନ ସରକାର'

ମଞ୍ଚ ଉପରୁ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ ବୈଜୟନ୍ତ।

undefined

Political heavy weights campaign for Padampur Bypolls

Advertisment

ମୈଦାନରେ ମାଳ ମାଳ ହେଭିେଓ୍ୱଟ୍। ଚାଲିଛି ଘମାଘୋଟ ପ୍ରଚାର। ପଦ୍ମପୁର ଭୋଟ୍ ଯେତିକି ପାଖଉଛି, କ୍ୟାଂପେନ୍ ସେତିକି ଜମୁଛି..। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଆଜି ପ୍ରଚାର ମଙ୍ଗ ଧରିଥିଲେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଏହି ଦୁଇ ହେଭିେଓ୍ୱଟ୍ ଦିନ ପ୍ରାୟ ୧୨ଟା ବେଳେ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ ଝାରବନ୍ଧ ବ୍ଲକ ବିଳାସପୁର ଜନସଭା ନିକଟରେ। ଉଭୟ ନେତାଙ୍କୁ ସ୍ଥାନୀୟ ଜନତା ଓ ନେତା ପାଛୋଟି ନେଇଥିଲେ ସଭାମଞ୍ଚକୁ। 

Advertisment

ମଞ୍ଚ ଉପରୁ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ ବୈଜୟନ୍ତ। କହିଥିଲେ, ନିଜ ମାମୁ ଘର ଏହି ଅଂଚଳରେ ହୋଇଥିବାରୁ ସେ ପିଲାବେଳୁ ଏଠାକୁ ଆସୁଛନ୍ତି। ତେବେ ସେତେବେଳେ ଯେଉଁ ସମସ୍ୟା ଥିଲା ଏବେ ବି ସେହି ସମସ୍ୟା ରହିଛି ବୋଲି କହି ୨୨ ବର୍ଷର ନବୀନ ସରକାରକୁ କଡା ସମାଲୋଚନା କରିଥିଲେ। ପିଇବା ପାଣି, ସ୍ୱାସ୍ଥ୍ୟ ସମସ୍ୟା, ଆୟୁଷ୍ମାନ ଯୋଜନା ଲାଗୁ ନକରିବା, ଚାଷୀ ସମସ୍ୟା, ୩୩ ପ୍ରତିଶତ ଜମିରେ ଜଳସେଚନ ନହେବା, ପଦ୍ମପୁରକୁ ଜିଲ୍ଲା ମାନ୍ୟତା ନମିଳିବା ଓ ବରଗଡ଼-ପଦ୍ମପୁର-ନୂଆପଡ଼ା ରେଳ ପ୍ରକଳ୍ପ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ କରିଥିଲେ ନିଶାନା। ଆହୁରି ମଧ୍ୟ କହିଥିଲେ, ଉପକୂଳ ଓଡ଼ିଶାରେ ଧାମନଗରରୁ ପରିବର୍ତ୍ତନ ଆରମ୍ଭ ହୋଇଛି, ପଶ୍ଚିମ ଓଡ଼ିଶାରେ ପଦ୍ମପୁରରୁ ଆରମ୍ଭ ହେବ ପରିବର୍ତ୍ତନ ଅଭିଯୋଗ କରିଛନ୍ତି, ଧାମନଗର ହାରିଯିବା ପରେ ବିଜେଡି ଘାବରେଇ ହିଂସା ଆରମ୍ଭ କଲାଣି।

ସଭାରେ ଯୋଗ ଦେଇଥିବା ଅନ୍ୟ ନେତାମାନେ ବି ବିଜେଡି ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଝାରବନ୍ଧ ବ୍ଲକର ବିଳାଶପୁର, କୁମିର ଓ ଜଗଦଳପୁରରେ ଆୟୋଜିତ ସାଧାରଣସଭାରେ ଯୋଗଦେଇ ରାଜ୍ୟ ସକରାରଙ୍କ ଉପରେ ବର୍ଷିଥିଲେ ବିଜେଡି। ଏହାର ଜବାର ରଖିଛି।

Advertisment

ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ବି ଆଜି ବହୁ ହେଭିେଓ୍ୱଟ୍ ନେତା ପ୍ରଚାର କରିଛନ୍ତି ମନ୍ତ୍ରୀ ରୀତା ସାହୁ, ସମୀର ଦାଶ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବରିକେଳ, ଚାରପାଲିରେ ସଭା ଓ ଶୋଭାଯାତ୍ରା କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ବର୍ଷା ନିଜେ ମଧ୍ୟ ବିଭିନ୍ନ ସ୍ଥାନରେ କ୍ୟାଂପେନ୍ କରିଛନ୍ତି। ସେପଟେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ପାଇଁ ଆଜି ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ, ଜୟଜେବ ଜେନା ପ୍ରମୁଖ ପ୍ରଚାର କରିଛନ୍ତି। 

ଆସନ୍ତାକାଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ବିଜେପି ପାଇଁ ପ୍ରଚାରକୁ ଓହ୍ଲାଇବେ। ସେପଟେ ବିଜେଡିର ନେତାମାନେ ପଦ୍ମପୁରରେ ଡେରା ପକାଇ ପ୍ରଚାରରେ ମାତିଛନ୍ତି।

Advertisment

(ପଦ୍ମପୁରରୁ ସଂଜୟ ଜେନା, ସୋମେଶ ମହାନ୍ତି, ଦୀପକ ଶର୍ମାଙ୍କ ରିପୋର୍ଟ)

BJD BJP Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ