Advertisment

ଯେଉଁଠି କଂଗ୍ରେସ ବିକ୍ଷୋଭ କରୁଥିଲା ସେଇଠି ଗୋବର ପାଣି ପକାଇଲା ବିଜେଡ଼ି

ହେଲେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆ ନଯିବାର ଅଭିଯୋଗ ଆଣି ଗତକାଲି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବାଘମାରି ପଞ୍ଚାତ ଅଫିସ୍ ସାମ୍ନାରେ ଅନଶନରେ ବସିଥିଲେ। ତେବେ ଅନଶନ ଭାଙ୍ଗିବା ପରେ ବିଜେଡି ପକ୍ଷରୁ ଏକ ଶୋଭାଯାତ୍ରା ଯାଇ ବାଘମାରି ପଞ୍ଚାୟତ ଅଫିସ୍ ସାମ୍ନାରେ ପହଞ୍ଚିଥିଲା। ରିଲିଫ୍ ଚୁଡ଼ା ପୋତାଯାଇନାହିଁ, କଂଗ୍ରେସ ହୀନ ରାଜନୀତି କରୁଛି କହି ବିଜେଡି କର୍ମୀମାନେ ଗୋବର ପାଣିରେ କଂଗ୍ରେସ କର୍ମୀଙ୍କ ଅନଶନ ସ୍ଥଳୀରେ ଗୋବରପାଣି ସିଞ୍ଚି ଥିଲେ

ଯେଉଁଠି କଂଗ୍ରେସ ବିକ୍ଷୋଭ କରୁଥିଲା ସେଇଠି ଗୋବର ପାଣି ପକାଇଲା ବିଜେଡ଼ି

Congress-BJD

Advertisment

ଭୁବନେଶ୍ୱର: ଶାସକ ଦଳକୁ ଟାର୍ଗେଟ୍ କରି ଯେଉଁଠି କଂଗ୍ରେସ ଆନ୍ଦୋଳନ କରୁଥିଲା ସେହି ସ୍ଥାନକୁ ପରେ ଗୋବରପାଣି ସିଞ୍ଚି ପ୍ରତିବାଦ କରିଛି ବିଜେଡି । କଂଗ୍ରେସ-ବିଜେଡିର ଏଭଳି ଆନ୍ଦୋଳନ ପ୍ରତି ଆନ୍ଦୋଳନ ରାଜନୀତିକୁ ନେଇ ସରଗରମ ହୋଇଛି କେନ୍ଦ୍ରାପଡ଼ା ରାଜନଗରର ରାଜନୀତି । ବ୍ଲକ୍‌ର ବାଘମାରି ପଞ୍ଚାୟତ ଅଧିନସ୍ଥ ମଞ୍ଜୁଳାପଲି ଗାଁରେ କିଛି ରିଲିଫ୍ ଚୁଡ଼ା ପୋତି ଦିଆଯାଇଥିବା ଅଭିଯୋଗ ନେଇ କିଛି ଦିନ ତଳେ ରାଜନଗର କଂଗ୍ରେସ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର ଦିଆଯାଇଥିଲା ।

Advertisment

ହେଲେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆ ନଯିବାର ଅଭିଯୋଗ ଆଣି ଗତକାଲି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବାଘମାରି ପଞ୍ଚାତ ଅଫିସ୍ ସାମ୍ନାରେ ଅନଶନରେ ବସିଥିଲେ। ତେବେ ଅନଶନ ଭାଙ୍ଗିବା ପରେ ବିଜେଡି ପକ୍ଷରୁ ଏକ ଶୋଭାଯାତ୍ରା ଯାଇ ବାଘମାରି ପଞ୍ଚାୟତ ଅଫିସ୍ ସାମ୍ନାରେ ପହଞ୍ଚିଥିଲା। ରିଲିଫ୍ ଚୁଡ଼ା ପୋତାଯାଇନାହିଁ, କଂଗ୍ରେସ ହୀନ ରାଜନୀତି କରୁଛି କହି ବିଜେଡି କର୍ମୀମାନେ ଗୋବର ପାଣିରେ କଂଗ୍ରେସ କର୍ମୀଙ୍କ ଅନଶନ ସ୍ଥଳୀରେ ଗୋବରପାଣି ସିଞ୍ଚି ଥିଲେ। ତେବେ ଦୁଇ ରାଜନୈତିକ ଦଳର ଏଭଳି ଆନ୍ଦୋଳନ-ପ୍ରତି ଆନ୍ଦୋଳନ ରାଜନୀତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ଚାଲିଛି।

Advertisment
Odisha BJD Kendrapara BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ