Advertisment

ସ୍କୁଲରେ ବି ରାଜନୀତି : ସରକାରୀ ଟଙ୍କାରେ ବିଜେଡି ରଙ୍ଗ !

ସ୍କୁଲ ଡ୍ରେସ୍‌ରେ ସବୁଜ ଛିଟା ...ଖପ୍ପା ହେଲେ ବିରୋଧୀ । ପିଲାଙ୍କ ୟୁନିଫର୍ମକୁ ସବୁଜିଆ କରି କ୍ୟାମ୍ପସ୍‌ରେ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ସରକାର?

ଅଦ୍ୟତନ ହୋଇଛି
new school uniform

new school uniform

Advertisment

କେନ୍ଦ୍ର ଦେଉଛି ଅନୁଦାନ । ହେଲେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଗଠନ ହେଲା ଛାତ୍ରଛାତ୍ରୀ ପରିଧାନ ଯୋଜନା । ରାଜ୍ୟ ସରକାର ନବମ ଦଶମ ଶ୍ରେଣୀ ପିଲାଙ୍କୁ ସବୁଜିଆ ଡ୍ରେସ୍ ମାଗଣାରେ ବାଣ୍ଟିବେ। ଯାହାକୁ ନେଇ ରାଜନୀତି ଜୋର ଧରିଛି । ଭିତ୍ତିଭୂମି ସଜାଡିବା ବଦଳରେ ଡ୍ରେସ କୋଡ୍‌ରେ ପରିବର୍ତ୍ତନକୁ ନାପସନ୍ଦ କରିଛନ୍ତି ଶିକ୍ଷାବିତ୍ ।

Advertisment

ସ୍କୁଲ୍ ସବୁଜିକରଣ ପରେ ଏବେ ଡ୍ରେସ୍ କୋଡରେ ବି ସବୁଜ ଛିଟା । କେନ୍ଦ୍ରର ଆର୍ଥିକ ଅନୁଦାନ ପରେ ବି ମୁଖ୍ୟମନ୍ତ୍ରୀଙ୍କ ନାଁରେ ପରିଧାନ ଯୋଜନା । ସବୁଜିଆ ୟୁନିଫର୍ମ ପିନ୍ଧିବେ ନବମ ଓ ଦଶମ ଶ୍ରେଣୀ ପିଲା । ଚଳିତ ଶିକ୍ଷାବର୍ଷରୁ ସରକାର ଯୋଗାଇବେ ମାଗଣାରେ । କିନ୍ତୁ ସବୁଜ ରଙ୍ଗର ଡ୍ରେସ୍‌ କୋଡ୍‌କୁ ନେଇ ବିରୋଧୀ ପୁରା ଖପ୍ପା । କେନ୍ଦ୍ର-ରାଜ୍ୟ ମୁହାଁମୁହିଁ ହୋଇଛନ୍ତି । ଶାସକଦଳର ରଙ୍ଗକୁ କାହିଁକି ସ୍କୁଲ୍ କ୍ୟାମ୍ପସ୍‌ରେ ବାରମ୍ବାର ବ୍ୟବହାର କରାଯାଉଛି ତାକୁ ନେଇ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ । ବିଜେପି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଟ୍ୱିଟ୍‌ କରି ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ।

ସେ ଉଲ୍ଲେଖ କରିଛନ୍ତି, ଫାଇଭ ଟି ରୁପାନ୍ତରୀକରଣ ମାଧ୍ୟମରେ ହାଇସ୍କୁଲକୁ ସବୁଜ ରଙ୍ଗରେ ରଙ୍ଗେଇବା ପରେ ଏବେ ସ୍କୁଲ୍ ୟନିଫର୍ମକୁ ସବୁଜିଆ କରି ପିଲାଙ୍କୁ ପରୋକ୍ଷ ଭାବେ ଦଳୀୟ ଭାବନାକୁ ଟାଣୁନାହାଁନ୍ତି ତ? ସେହିପରି କେନ୍ଦ୍ର ସରକାର, ସମଗ୍ର ଶିକ୍ଷା ଯୋଜନାରେ ଓଡିଶାକୁ ୨୪୦ କୋଟି ଟଙ୍କାର ବାର୍ଷିକ ଅନୁଦାନ ଦେଉଛନ୍ତି । ତେବେ ଯୋଜନାର ନାଁ କାହିଁକି ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ରଖାଗଲା ବୋଲି ପ୍ରଶ୍ନ କରିଛନ୍ତି ସୂର୍ଯ୍ୟବଂଶୀ । ସେହିପରି କଂଗ୍ରେସ କଡା ଭାଷାରେ ସମାଲୋଚନା କରି କହିଛି ଲୋକଙ୍କ ଅର୍ଥରେ ଶାସକ ଦଳ ନିଜର ପ୍ରଚାର କରିବା ଯଥାର୍ଥ ନୁହେଁ । ୨୪ରେ ଲୋକେ ଜବାବ ଦେବେ । ସେପଟେ ବିଜେଡ଼ି ଜବାବ ରଖିଛି ।

Advertisment

ନିର୍ବାଚନ ଯେତିକି ଯେତିକି ପାଖଉଛି, ବିଜେଡିର ପ୍ରଚାର ରାଜନୀତି ଦଳୀୟ ରଙ୍ଗ ମାଧ୍ୟମରେ ସେତିକି ସେତିକି ସାମନାକୁ ଆସୁଛି । ତେବେ ଏଠି ପ୍ରଶ୍ନ ଉଠୁଛି ସ୍କୁଲ୍ ୟୁନିଫର୍ମ ରଙ୍ଗ ବଦଳାଇବାର ଆବଶ୍ୟକତା କଣ ଥିଲା ? ଫାଇଭ୍ ଟି ସ୍କୁଲ୍‌ ରଙ୍ଗ, ଦିନ କେଇଟାରେ ଛାଡି କାନ୍ଥ ଓ ଛାତରୁ ପ୍ଲାଷ୍ଟର ଖସୁଥିବା ଖବର ପ୍ରତିଦିନ ନଜରକୁ ଆସୁଛି । ଭିତ୍ତିଭୂମି ଯେ କେତେ ଦୁର୍ବଳ ତାହା ପିଜିଆଇ ଇଣ୍ଡେକ୍ସ ରିପୋର୍ଟରେ ଓଡିଶା ୨୪ତମ ସ୍ଥାନକୁ ଖସିଯିବା ବୟାନ କରୁଛି । ଭିତ୍ତିଭୂମି ନସଜାଡି ଡ୍ରେସକୋଡ୍‌ ରଙ୍ଗ ବଦଳାଇବା ନିଷ୍ପତ୍ତି ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିପାରିବ ନାହିଁ ବୋଲି ମତ ଦେଇଛନ୍ତି ଶିକ୍ଷାବିତ ।

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ହୋଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ ଡ୍ରେସ୍ କୋଡ ବଣ୍ଟନ ସ୍ଥାନୀୟ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ହେବ। ଯାହା ଚର୍ଚ୍ଚା ହେଉଛି ବିଜେଡି ନିଜ ଦଳର ଜନପ୍ରତିନିଧିଙ୍କ ଉପସ୍ଥିତିରେ ପରିଧାନ ବଣ୍ଟନ କାର୍ଯ୍ୟକ୍ରମ କରିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। 

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ