Advertisment

କେନ୍ଦ୍ର ଦେଉଛି ରାଜ୍ୟ ପାଉନି; ପୁଣି ପଦାରେ ପଡ଼ିଲା ବିଜେଡ଼ି ସରକାରର ଅପାରଗତା

ଦରବୃଦ୍ଧି ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସ୍ତରରେ ଗଠନ ହୋଇଛି ପ୍ରାଇସ ଷ୍ଟାବିଲାଇଜେସନ ଫଣ୍ଡ। କୌଣସି ସାମଗ୍ରୀର ଦରଦାମ ହଠାତ ଅହେତୁକ ବଢିଗଲେ ଏଥିରୁ ଅର୍ଥ ଖର୍ଚ୍ଚ କରି ଖାଉଟୀଙ୍କୁ ଆଶ୍ୱସ୍ତି ଦେବା ବ୍ୟବସ୍ଥା ହୋଇଛି।

ଅଦ୍ୟତନ ହୋଇଛି
Price Hike

Price Hike

Advertisment

ବଜାରରେ ପିଆଜ ଦର ୬୦, ହେଲେ ନାଫେଡରେ ୨୫ । ଅଟା ୪୦ ଟଙ୍କା ଉପରେ ଥିବା ବେଳେ ୨୭ଟଙ୍କା ୫୦ ପଇସାରେ ଯୋଗାଇ ଦେବେ କେନ୍ଦ୍ର ସରକାର । ହେଲେ କୁଆଡ଼େ ଗଲା ଓଡ଼ିଶାରେ ପ୍ରାଇସ୍ ଷ୍ଟାବିଲାଇଜେସନ ଫଣ୍ଡ ? ଖାଉଟିଙ୍କୁ କେମିତି ମିଳିବ ଆଶ୍ୱସ୍ତି ? କେନ୍ଦ୍ର ଉପରେ ଦୋଷ ଲଦି ଦାୟିତ୍ୱ ଖସାଉଛି କି ବିଜେଡି ସରକାର ?

Advertisment

ପ୍ରତି ବର୍ଷ କେତେକ ଖାଦ୍ୟ ପଦାର୍ଥର ମୂଲ୍ୟ ହଠାତ ଅହେତୁକ ବଢ଼ିଯାଏ । ନୂଆ ଶସ୍ୟ ଅମଳରେ ବିଳମ୍ବ ହେଉ କି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଫସଲହାନୀ, ସାମୟିକ ନିଅଣ୍ଟିଆ ସ୍ଥିତିର ମୁକାବିଲା ଲାଗି ୨୦୧୪-୧୫ ଆର୍ଥିକ ବର୍ଷରେ ପ୍ରାଇସ୍ ଷ୍ଟାବିଲାଇଜେସନ୍ ଫଣ୍ଡ ଗଢ଼ିଥିଲେ କେନ୍ଦ୍ର ସରକାର । ରାଜ୍ୟସଭାରେ ଗତ ଅଗଷ୍ଟ ୧୧ରେ କେନ୍ଦ୍ର ଖାଉଟି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ଦେଇଥିବା ତଥ୍ୟ ଅନୁଯାୟୀ, ଗଲା ୮ ବର୍ଷରେ ପ୍ରାଇସ୍ ଷ୍ଟାବିଲାଇଜେସନ୍ ଫଣ୍ଡକୁ ମିଳିଛି ୨୭ ହଜାର ୪୮୯ କୋଟି ଟଙ୍କା । ଏଥିରେ ପିଆଜ, ଅଟା, ଡାଲି, ଖାଇବା ତେଲ ଭଳି ୨୨ଟି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦର ନିୟନ୍ତ୍ରଣ ଲାଗି ଉଦ୍ୟମ କରାଯାଇଛି ।

ଅନ୍ୟପକ୍ଷରେ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ବି ନିଜସ୍ୱ ପିଏସଏଫ୍ ଫଣ୍ଡ ଗଢ଼ିବା ଲାଗି ଆର୍ଥିକ ସହାୟତା ଦେଉଛି । ଏ ବାବଦକୁ ଏଯାଏଁ ଓଡ଼ିଶା ୭୫ କୋଟି ଟଙ୍କା ପାଇଛି । ସେହିପରି ଗତ ବଜେଟରେ ରାଜ୍ୟ ସରକାର ପ୍ରାଇସ ଷ୍ଟାବିଲାଇଜେସନ୍ ଫଣ୍ଡ ପାଇଁ ୧୦୦ କୋଟିର ବ୍ୟବସ୍ଥା କରିଥିଲେ । ଏହାସତ୍ତ୍ୱେ ଦର ନିୟନ୍ତ୍ରଣ ଲାଗି ଏହି ଅର୍ଥ ଖର୍ଚ୍ଚ କରୁନାହାନ୍ତି । ଯାହାକୁ ନେଇ ଖାଉଟି ଓ ବ୍ୟବସାୟୀ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

Advertisment

୨୨ଟି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ବଜାର ଦର ଉପରେ କେନ୍ଦ୍ର ସରକାର ନଜର ରଖିଥାନ୍ତି । ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି କୌଣସି ଉଦ୍ୟମ ଆରମ୍ଭ ହୋଇନାହିଁ । ତେଣୁ ପିଏସ୍ଏଫ ଟଙ୍କା ଗଲା କୁଆଡେ ତାକୁ ନେଇ ଉଠିଛି ପ୍ରଶ୍ନ । କେନ୍ଦ୍ର ସହିତ ରାଜ୍ୟ ସରକାର ଦର ନିୟନ୍ତ୍ରଣ ପଦକ୍ଷେପ ନେଲେ ସାଧାରଣ ଲୋକ ଉପକୃତ ହୁଅନ୍ତେ । ତେବେ ନିଜ କର୍ତ୍ତବ୍ୟ ଭୁଲି ରାଜ୍ୟ ସରକାର କେବଳ କେନ୍ଦ୍ର ମୁଣ୍ଡରେ ଦୋଷ ଲଦୁଥିବା ଚର୍ଚ୍ଚା ହେଉଛି ।

Odisha Politics Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ