Advertisment

ସମଦୂରତା ନାଁରେ ସୁବିଧାବାଦୀ ରାଜନୀତିର ସେଫ୍ ଗେମ୍ ଖେଳୁଛି କି ଶଙ୍ଖଦଳ ?

କେଉଁ ଧାରାରେ ଚାଲୁଛି ବିଜେଡି ? ବଦଳୁଛି କି ଦଳର ଆଭିମୁଖ୍ୟ ? ମୋଦିଙ୍କ ଆଡ଼କୁ ଢଳୁଛନ୍ତି କି ନବୀନ ? ରାଜ୍ୟରେ ବିଜେପି ସହ କଳି...କେନ୍ଦ୍ରରେ କୋଳାକୋଳି ! ଶାସକ ବିଜେଡି-ବିଜେପି ସଂପର୍କକୁ ନେଇ ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ଚର୍ଚ୍ଚା

ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

Advertisment

ମୋଦିଙ୍କୁ ପ୍ରଶଂସା କରି ରାଜ୍ୟ ବିଜେପି ଆକ୍ରମଣକୁ ଗୌଣ କରିବାକୁ ଚାଲ୍ ଖେଳୁଛି କି ବିଜେଡି ? କାହିଁକିନା ରାଜ୍ୟ ବିଜେପି ଉପରେ ବିଜେଡିର ଘନଘନ ଆକ୍ରମଣ। ହେଲେ କେନ୍ଦ୍ର ବିଜେପି ନେତୃତ୍ୱ ପ୍ରତି ନରମ ଆଭିମୁଖ୍ୟ। ଶାସକ ଦଳର ଏହି ଡବଲ ଷ୍ଟାଣ୍ଡାର୍ଡ ନୀତିକୁ ନେଇ ଚର୍ଚ୍ଚା ଭିତରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଲୋକାର୍ପଣ ଉତ୍ସବରେ ପିଏମ୍ ମୋଦିଙ୍କୁ ସିଏମ୍ ନବୀନଙ୍କ ଭୂରି ଭୂରି ପ୍ରଶଂସା ଓ ମୋଦି ପୁଣି କ୍ଷମତାକୁ ଫେରିବା ନେଇ ନବୀନଙ୍କ ଆକଳନକୁ ନେଇ ତେଜିଛି ରାଜନୀତି।

Advertisment

କେଉଁ ଧାରାରେ ଚାଲୁଛି ବିଜେଡି ? ବଦଳୁଛି କି ଦଳର ଆଭିମୁଖ୍ୟ ? ମୋଦିଙ୍କ ଆଡ଼କୁ ଢଳୁଛନ୍ତି କି ନବୀନ ? ରାଜ୍ୟରେ ବିଜେପି ସହ କଳି...କେନ୍ଦ୍ରରେ କୋଳାକୋଳି ! ଶାସକ ବିଜେଡି-ବିଜେପି ସଂପର୍କକୁ ନେଇ ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ଚର୍ଚ୍ଚା । କାରଣ ଗଲା କିଛି ଦିନ ହେବ ସିଏମ୍ ନବୀନଙ୍କ ହାବଭାବ ହିଁ ଏଇ ଚର୍ଚ୍ଚାକୁ ବଳ ଦେଉଛି । ପ୍ରଥମେ ନବୀନ ନିବାସରେ ନବୀନଙ୍କୁ ନୀତୀଶ ଭେଟିଲେ । ହେଲେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି ବୋଲି ନବୀନ କହିଲେ । କିନ୍ତୁ ନୀତିଶଙ୍କୁ ଭେଟିବାର ଦିନକ ପରେ ପ୍ରଧାନମନ୍ତ୍ରୀଙ୍କୁ
ଭେଟି କହିଲେ, ତୃତୀୟ ସାମ୍ମୁଖ୍ୟ ସହ ବିଜେଡି ନାହିଁ । ତାପରେ ଝାରସୁଗୁଡା ଉପନିର୍ବାଚନ ବିଜୟର ସେଲିବ୍ରେସନ୍ ବେଳେ ଡବଲ ଇଞ୍ଜିନକୁ କଟାକ୍ଷ କଲେ ବିଜେଡି ସୁପ୍ରିମୋ । ଆଉ କାଲି ବନ୍ଦେ ଭାରତ ଏକ୍ସପ୍ରେସ୍ ଲୋକାର୍ପଣ ଅବସରରେ ମୋଦୀଙ୍କୁ ପ୍ରଶଂସାରେ ପୋତିପକାଇଲେ ।

ପୁଣି ମୋଦି ପ୍ରଧାନମନ୍ତ୍ରୀ ହେବେ ବୋଲି ଆକଳନ ବି କଲେ ନବୀନ । ଏପଟେ ବିଜେପି ରାଜ୍ୟ ଭିତରେ ରାଜ୍ୟ ସରକାରଙ୍କୁ ପ୍ରବଳ ମାତ୍ରାରେ ଆକ୍ରମଣ କରୁଛି । ମୁଖ୍ୟମନ୍ତ୍ରୀ, ଫାଇଭ ଟି ସଚିବଙ୍କୁ ବି ଛାଡୁନି। ବିଜେଡି ମଧ୍ୟ ପାଲଟା ହମଲା କରୁଛି । ତେଣୁ ଏଠି ପ୍ରଶ୍ନ କାହିଁକି ଏ ଡବଲ୍ ଗେମ୍ ? କୁହାଯାଉଛି, ମୋଦିଙ୍କୁ ପ୍ରଶଂସା କରି ବିଜେପି ଆକ୍ରମଣକୁ ଗୌଣ କରିବାକୁ ଇଏ ବିଜେଡିର ଚାଲ୍ । ତେବେ ମୋଦୀଙ୍କୁ ନବୀନଙ୍କ ପ୍ରଶଂସା ପରେ ତେଜିଛି ରାଜନୀତି । ବିଜେଡି-ବିଜେପି ଏଠି ଲୋକ ଦେଖାଣିଆ ଲଢ଼େଇ କରି ରାଜ୍ୟବାସୀଙ୍କ ସହ ଛଳନା କରୁଥିବାର ଅଭିଯୋଗ କରିଛି କଂଗ୍ରେସ । ଜବାବରେ ବିଜେପି ଓଡ଼ିଶାରେ କୌଣସି ମେଣ୍ଟର ସମ୍ଭାବନା ନଥିବା କହିଛି।

Advertisment

ଏପଟେ ୨୪ ନିର୍ବାଚନ ପୂର୍ବରୁ ବିଜେଡିର କାହିଁକି ଏଭଳି ଦ୍ୱୈତ ଆଭିମୁଖ୍ୟ ? ଦଳ କିଛି ଦ୍ବନ୍ଦ୍ବରେ ଅଛି କି ? କେଉଁଠି କିଛି ଚାପ ରହିଛି କି ? ସମଦୂରତା ନାଁରେ ସୁବିଧାବାଦୀ ରାଜନୀତିର ସେଫ୍ ଗେମ୍ ଖେଳୁଛି କି ଶଙ୍ଖଦଳ ? ନା ସବୁ ବିକଳ୍ପ ଖୋଲା ରଖି ନୂଆ ସମୀକରଣକୁ ଅପେକ୍ଷା କରିଛି ? ଏସବୁ ପ୍ରଶ୍ନକୁ ନେଇ ଚର୍ଚ୍ଚା ଭିତରେ ରାଜୈନତିକ ସମୀକ୍ଷକଙ୍କ କହିବା କଥା ବିଜେଡି ସମଦୂରତା କଥା କହୁଛି ସତ, କିନ୍ତୁ ଅସଲରେ ବିଜେପି ସହ ରହିଛି । ସାଧାରଣ ନିର୍ବାଚନ ପୂର୍ବରୁ ସରକାର ବିରୋଧୀ ହାୱା ଓ ଦଳରେ ବିଦ୍ରୋହ ବିଜେଡିକୁ ଟେନସନ୍ ଦେଲାଣି । ତେଣୁ ଦଳ ଏବେ ଭିନ୍ନ ପ୍ରକାର ଷ୍ଟ୍ରାଟେଜି କରି ବିରୋଧୀଙ୍କୁ ମାତ୍ ଦେବାକୁ ଯେଉଁ ଉଦ୍ୟମ କରୁଛି, ସେଥିରେ କେତେ ସଫଳ ହେବ ତା ଉପରେ ନଜର ରହିଛି ।

Narendra Modi Naveen Patnaik BJD BJP Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ