Advertisment

ବିଜେଡି ନେତ୍ରୀ ସଂଯୁକ୍ତା ମହଲାଙ୍କ ଦୁଃଖ ଶୁଣିଲେନି ସୁପ୍ରିମୋ

ଗତ ଏପ୍ରିଲ ୧୩ରେ ପ୍ରଥମ ଥର ପାଇଁ ମହିଳା ଥାନାକୁ ଯାଇ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଫେରାଦ ହୋଇଥିଲେ ସଂଯୁକ୍ତା। ତାଙ୍କର ମେଡିକାଲ ଟେଷ୍ଟ କରାଯାଇଥିଲେ ବି ସେତେବେଳେ ମାମଲା ରୁଜୁ ହୋଇନଥିଲା। ଏମିତି କି ଏପ୍ରିଲ ୨୩ରେ ଶଂଖ ଭବନ ଉଦଘାଟନ ଦିନ ବି ସଂଯୁକ୍ତାଙ୍କୁ ଦେଖିବାକୁ ମିଳିଥିଲା।

Police stops BJD leader Sanjukta Mahala

Police stops BJD leader Sanjukta Mahala

Advertisment

ବିଜେଡି ନେତ୍ରୀ ସଂଯୁକ୍ତା ମହଲାଙ୍କ ଦୁଃଖ ଶୁଣିଲେନି ସୁପ୍ରିମୋ। ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିବା ସଂଯୁକ୍ତା ଆଜି ଦଳର ମହିଳା କାର୍ଯ୍ୟକାରିଣୀକୁ ତାଙ୍କୁ ଡକା ନଯିବା ସଂପର୍କରେ ଗୁହାରୀ ଜଣାଇବା ପାଇଁ ନବୀନ ନିବାସ ଯାଉଥିଲେ। ହେଲେ ତାଙ୍କୁ ଅଧା ବାଟକରେ ଅଟକାଇ ଫେରାଇ ଦେଇଛି ପୋଲିସ୍। ପ୍ରତିକ୍ରିୟାରେ ସଂଯୁକ୍ତା ପଚାରିଛନ୍ତି ସବୁ କଥା ସୁପ୍ରିମୋ ଜାଣୁଛନ୍ତି ତ? ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ତେଜିଛି ରାଜନୀତି।

Advertisment

ଶଂଖ ଭବନରେ ଚାଲିଥିଲା ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀ। ଏପଟେ ନ୍ୟାୟ ପାଇଁ ନବୀନ ନିବାସ ଅଭିମୁଖେ ଦଳର ମହିଳା ନେତ୍ରୀ ସଂଯୁକ୍ତା ମହଲା। ହେଲେ ବାଟରେ ଅଟକାଇଲା ପୋଲିସ୍, ଯେତେବେଳେ ଦଳର ମହିଳା କାର୍ଯ୍ୟକାରିଣୀରେ ଭର୍ଚୁଆଲ ମୋଡରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତୀକରଣ କଥା କହୁଥିଲେ, ସେତେବେଳେ ନ୍ୟାୟ ନପାଇ ରାଜରାସ୍ତା ଉପରେ ଅସହାୟତା ପ୍ରକାଶ କରିଥିଲେ ଖୋଦ୍ ବିଜେଡି ଦଳର ମହିଳା ନେତ୍ରୀ। ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ସଂଯୁକ୍ତା ମହଲା ଅଭିଯୋଗ କରିଛନ୍ତି, ତାଙ୍କୁ ନ୍ୟାୟ ଦେବା ବଦଳରେ କୋଣ ଠେସା କରାଯାଇଛି।

ଖୋର୍ଦ୍ଧା, ଭୁବନେଶ୍ବର, ପୁରୀ ଓ ନୟାଗଡ଼ ସାଂଗଠନିକ ଜିଲ୍ଲାର ମହିଳା ବିଜୁ ଜନତା ଦଳର ଜୋନାଲ ସଭାପତି ହୋଇ ବି ତାଙ୍କୁ କାର୍ଯ୍ୟକାରିଣୀକୁ ଡକାଯାଇନଥିବା ଅଭିଯୋଗ କରିଛନ୍ତି। କୁହାଯାଉଛି, ଆଜି ମଧ୍ୟ ଶଂଖ ଭବନରେ ଚାଲିଥିଲା ଗଞ୍ଜାମ ଜିଲ୍ଲା ପାଇଁ ପ୍ରସ୍ତୁତି ବୈଠକ, ଯେଉଁଠି ଯୋଗ ଦେଇଥିଲେ ଶ୍ରୀକାନ୍ତ ସାହୁ। ଆଉ ସେଥିପାଇଁ ସୁପ୍ରିମୋଙ୍କ ପାଖରେ ଫେରାଦ ହେବାକୁ ନବୀନ ନିବାସ ଯାଉଥିଲେ ସଂଯୁକ୍ତା। ହେଲେ ନବୀନ ନିବାସ ଟ୍ରାଫିକ ଛକରେ ସଂଯୁକ୍ତାଙ୍କୁ ଅଟକାଇଥିଲା ପୋଲିସ। ଏହାପରେ ସଂଯୁକ୍ତାଙ୍କ ପ୍ରଶ୍ନ ଥିଲା ୨୨ ବର୍ଷ ହେଲା ସେ ନବୀନ ନିବାସକୁ ଯାଉଥିବା ବେଳେ ଆଜି କାହିଁକି ତାଙ୍କୁ ବାରଣ କରାଯାଉଛି। ଦଳ ଭିତରେ କଣ ଘଟୁଛି ସେ କଥା ସୁପ୍ରିମୋ ଜାଣିଛନ୍ତି ତ?

Advertisment

ଏହାପରେ ସଂଯୁକ୍ତା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ହେଲା ଶ୍ରୀକାନ୍ତଙ୍କ ବିରୋଧରେ ଅଭିଯୋଗରେ ପୋଲିସ ଠାରୁ ନ୍ୟାୟ ମିଳୁନି। ଏହା ସହ ଶ୍ରୀକାନ୍ତଙ୍କ ବିରୋଧରେ ଦଳ ବି କାର୍ଯ୍ୟାନୁଷ୍ଠାନ ନେଇନଥିବା ସେ କହିଛନ୍ତି।

ଗତ ଏପ୍ରିଲ ୧୩ରେ ପ୍ରଥମ ଥର ପାଇଁ ମହିଳା ଥାନାକୁ ଯାଇ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଫେରାଦ ହୋଇଥିଲେ ସଂଯୁକ୍ତା। ତାଙ୍କର ମେଡିକାଲ ଟେଷ୍ଟ କରାଯାଇଥିଲେ ବି ସେତେବେଳେ ମାମଲା ରୁଜୁ ହୋଇନଥିଲା। ଏମିତି କି ଏପ୍ରିଲ ୨୩ରେ ଶଂଖ ଭବନ ଉଦ୍ଘାଟନ ଦିନ ବି ସଂଯୁକ୍ତାଙ୍କୁ ଦେଖିବାକୁ ମିଳିଥିଲା। ହେଲେ ଗଣମାଧ୍ୟମ ଆଗରେ ସେ କିଛି କହିନଥିଲେ।

Advertisment

ଦଳ ପକ୍ଷରୁ ନ୍ୟାୟ ପାଇଁ ମିଳିଥିବା ପ୍ରତିଶ୍ରୁତି ପୂରଣ ନହେବାରୁ ଗତ ୧୦ ତାରିଖରେ ପୁଣି ମହିଳା ଥାନାରେ ଦ୍ବାରସ୍ଥ ହେଇଥିଲେ ସେ। ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିବାରୁ ଏଥର ମାମଲା ଦାୟର କରିବାକୁ ବାଧ୍ୟ ହୋଇଥିଲା ପୋଲିସ। ହେଲେ ବଡ଼ କଥା ହେଲା ଅଭିଯୋଗରେ ସଂଯୁକ୍ତା ଯୈାନ ନିର୍ଯାତନା କଥା ଦର୍ଶାଇଥିଲେ ମଧ୍ୟ, କେବଳ ମାରପିଟ୍ ଭଳି ଅପରାଧ ଦଫା ଲଗାଇଛି ପୋଲିସ। ସେପଟେ ଏ ଘଟଣାକୁ ନେଇ ରାଜନୀତି ବି ଜୋର ଧରିଛି। 

BJD Naveen Nivas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ