Advertisment

ପୋଲିସ୍‌ର ବର୍ବରତା: ଲାଠିମାଡ଼ କଲେ, କଂଗ୍ରେସ ଭବନରେ ପଶି ଗୋଡ଼ାଇ ଗୋଡ଼ାଇ ପିଟିଲେ...

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଆଜି ରାଜଧାନୀ ଭୁବନେଶ୍ୱରରେ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ୍‌ର ବର୍ବରତା ଦେଖିବାକୁ ମିଳିଛି।

Police Beat Up Student Congress Workers

Police Beat Up Student Congress Workers

Advertisment

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଆଜି ରାଜଧାନୀ ଭୁବନେଶ୍ୱରରେ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ୍‌ର ବର୍ବରତା ଦେଖିବାକୁ ମିଳିଛି। ବିଧାନସଭା ଭିତରକୁ ଧସେଇ ପଶିବାକୁ ଛାତ୍ର କଂଗ୍ରେସ କର୍ମୀଙ୍କ ଉଦ୍ୟମ ବେଳେ ପୋଲିସ ସହ ଛାତ୍ର କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। 

Advertisment

ସୁରକ୍ଷା ବଳୟ ଟପି ବିଧାନସଭା ମୁଖ୍ୟ ଫାଟକ ଯାଏ କଂଗ୍ରେସ କର୍ମୀ ଚାଲି ଯାଇଥିବା ବେଳେ ଏହି ସମୟରେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସ୍‌ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଦେଖିବାକୁ ମିଳିଥିଲା। ଛାତ୍ର କଂଗ୍ରେସ କର୍ମୀ ମଧ୍ୟ ପୋଲିସ୍‌ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିବା ଜଣାପଡ଼ିଛି। ପୋଲିସ୍‌ର ଲାଠି ମାଡ଼ରେ କିଛି କଂଗ୍ରେସ କର୍ମୀଙ୍କ ମୁଣ୍ଡ ଫାଟିଥିବା ଅଭିଯୋଗ ହୋଇଛି। ନବୀନଙ୍କ ନିର୍ଦ୍ଦେଶରେ ପୋଲିସ ପିଟିଥିବା କଂଗ୍ରେସ ନେତା ତାରା ବାହିନୀପତି କହିଛନ୍ତି।

ସେପଟେ ଭୁବନେଶ୍ୱର କଂଗ୍ରେସ ଭବନ ଭିତରେ ପଶି ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସ୍‌ ପିଟିଥିବା ମଧ୍ୟ ଦେଖିବାକୁ ମିଳିଛି। ମାଡ଼ ଭୟରେ କଂଗ୍ରେସ ଭବନ ଭିତରକୁ ପଶି ଯାଉଥିବା କର୍ମୀଙ୍କୁ ପୋଲିସ୍‌ ଗୋଡ଼ାଇ ଗୋଡ଼ାଇ ପିଟି ଥିବା ନଜର ଆସିଛି। ପୋଲିସର ନିସ୍ତୁକ ମାଡ଼ରେ ବହୁ ଛାତ୍ର କଂଗ୍ରେସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। 

Advertisment

ସେପଟେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସ୍‌ର ମାଡ଼ ନେଇ ଭୁବନେଶ୍ୱର ଡିସିପି କହିଛନ୍ତି, ମୁଁ ସେଠି ନଥିଲି। ତେଣୁ ମାଡ଼ ହେବା ଜାଣିନି। କିଛି କଂଗ୍ରେସ କର୍ମୀ ପୋଲିସ ଗାଡ଼ି ଜାଳିବାକୁ ଚେଷ୍ଟା କରିଥିଲେ। ତେବେ ଅଗ୍ନିଶମ କର୍ମଚାରୀଙ୍କ ତ୍ୱରିତ ଉଦ୍ୟମ ଯୋଗୁ ଜାଳି ପାରିନଥିଲେ। 

ଅନ୍ୟପକ୍ଷେ, ପୋଲିସ୍‌ର ଏଭଳି କାର୍ଯ୍ୟାନୁଷ୍ଠାନ ନେଇ ମାଷ୍ଟର କ୍ୟାଣ୍ଟିନ ଛକରେ ଛାତ୍ର କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି। ମାଡ଼ ମାରିଥିବା ପୋଲିସ ଗିରଫ ନହେବା ଯାଏ ଧାରଣା ପାଇଁ ଛାତ୍ର କଂଗ୍ରେସ ନିଷ୍ପତ୍ତି ନେଇଛି। ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଛାତ୍ର କଂଗ୍ରେସ ସଭାପତି କହିଛନ୍ତି। 

Advertisment
Congress Congress Bhawan Congress Protest Student Congress Workers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ