Advertisment

ବନ୍ଧା ହେଲେ ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ, ଘରୁ ମିଳିଲା ୧୫ ଲକ୍ଷ ଟଙ୍କା

ସରକାରୀ ଘର ବିକ୍ରି ନାଁରେ ଠକେଇ ଅଭିଯୋଗରେ ବିଜେଡି ନେତା ତଥା ପୂର୍ବତନ କର୍ପୋରେଟର ରଞ୍ଜିତା କରଣଙ୍କ ସ୍ୱାମୀ ରାଜା କରଣ ଗିରଫ ହୋଇଛନ୍ତି। ରାଜାଙ୍କ ଘରେ ରେଡ୍‌ ବେଳେ ପୋଲିସ ନଗଦ ୧୪ ଲକ୍ଷ ୯୦ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା।

Former Corporator's husband arrested

Former Corporator's husband arrested

Advertisment

ସରକାରୀ ଘର ବିକ୍ରି ନାଁରେ ଠକେଇ ଅଭିଯୋଗରେ ବିଜେଡି ନେତା ତଥା ପୂର୍ବତନ କର୍ପୋରେଟର ରଞ୍ଜିତା କରଣଙ୍କ ସ୍ୱାମୀ ରାଜା କରଣ ଗିରଫ ହୋଇଛନ୍ତି। ରାଜାଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ଲାଗି କୋର୍ଟ ପୋଲିସ୍‌କୁ ଅନୁମତି ପ୍ରଦାନ କରିଛନ୍ତି। ଠକେଇକୁ ନେଇ ପୋଲିସ୍‌ ତାଙ୍କୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ଫଳରେ ଆହୁରି ଗୁମର ଖୋଲିପାରେ ବୋଲି କୁହାଯାଉଛି। 

Advertisment

ଗତକାଲି କଟକ କଲ୍ୟାଣନଗର ସ୍ଥିତ ରାଜାଙ୍କ ଘରେ ପୋଲିସ୍ ଚଢ଼ଉ କରିଥିଲା। ରେଡ୍‌ ବେଳେ ପୋଲିସ ନଗଦ ୧୪ ଲକ୍ଷ ୯୦ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା। କଟକ ଅନ୍ଦରପୁରରେ ସରକାରଙ୍କ EWS ଯୋଜନାରେ ନିର୍ମାଣ ହୋଇଥିବା ଘରକୁ ବେଆଇନ୍‌ ଭାବେ ବିକ୍ରି କରିବା ଅଭିଯୋଗରେ ରାଜା କରଣଙ୍କୁ ଗିରଫ କରାଯାଇଛି।

ପାଖାପାଖି ୩୦ ଜଣ ଲୋକଙ୍କୁ ଘର ବିକ୍ରି ନାଁରେ ଏଭଳି ଠକେଇ କରିଥିବା ରାଜାଙ୍କ ବିରୋଧରେ ଅଭିଯୋଗ ରହିଥିଲା। ଜାଲ୍‌ କାଗଜପତ୍ର ଜରିଆରେ ଏସବୁ ଘରକୁ ସେ ଲୋକଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ରହିଥିଲା। ରାଜା କରଣଙ୍କ ନାଁରେ ୫ଟି ମାମଲା ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ କରାଯିବା ସହ ରାଜାଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରାଯାଇ ଠକେଇ ସମ୍ପର୍କରେ ତଥ୍ୟ ଯୋଗାଡ଼ ହେଉଛି ବୋଲି ପୋଲିସ କହିଛି।

Advertisment
Fraud Case EWS Housing Scam Raja Karan BJD Leader Arrested
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ