Advertisment

ଖୋଲିଲା ତାଲା, ମୁକ୍ତ ହେଲେ ସମିତି ସଭ୍ୟ: ଉଦ୍ଧାର ନକଲେ ବାଲ୍‌କୋନିରୁ ଡେଇଁ ଆତ୍ମହତ୍ୟା ଧମକ ଦେଇଥିଲେ

ବନ୍ଧକ ଥିବା ୧୨ ସମିତି ସଭ୍ୟଙ୍କୁ ମୁକ୍ତ କଲା ପ୍ରଶାସନ। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସମିତି ସଭ୍ୟଙ୍କୁ ମୁକ୍ତି କରାଯାଇଥିବା ସୂଚନା ମିଳିଛି। ସମିତି ସଭ୍ୟଙ୍କୁ ହୋଟେଲରେ ପୋଲିସ୍‌ ଅଟକ ରଖିଥିବା ଅଭିଯୋଗ ହୋଇଥିଲା।

ଅଦ୍ୟତନ ହୋଇଛି
Police allegedly lock up and detain samiti members

Police allegedly lock up and detain samiti members

Advertisment

ବନ୍ଧକ ଥିବା ୧୨ ସମିତି ସଭ୍ୟଙ୍କୁ ମୁକ୍ତ କଲା ପ୍ରଶାସନ। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସମିତି ସଭ୍ୟଙ୍କୁ ମୁକ୍ତି କରାଯାଇଥିବା ସୂଚନା ମିଳିଛି। ସମିତି ସଭ୍ୟଙ୍କୁ ହୋଟେଲରେ ପୋଲିସ୍‌ ଅଟକ ରଖିଥିବା ଅଭିଯୋଗ ହୋଇଥିଲା। ଏପରିକି ସମିତି ସଭ୍ୟମାନଙ୍କ ମୋବାଇଲ୍‌ ମଧ୍ୟ ପୋଲିସ୍‌ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଥିଲା।ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ୧୨ ଜଣ ସମିତି ସଭ୍ୟଙ୍କୁ ଅଟକ ରଖା ଯାଇଥିଲା।

Advertisment

ବାଲୁଗାଁ ବରକୂଳ ହୋଟେଲରେ ସମିତି ସଭ୍ୟଙ୍କୁ ପୋଲିସ୍ ତାଲା ପକାଇ ଅଟକ ରଖିଥିଲା। ଏଭଳି କିଛି ଅଭିଯୋଗ ଆଣି ଉଦ୍ଧାର କରିବା ଲାଗି କାକୁତି ବୀନତି କରିଥିଲେ ଛତ୍ରପୁର ବ୍ଲକର ସମିତି ସଭ୍ୟମାନେ। 

ଗତକାଲି ରାତିରୁ ପୋଲିସ୍ ହୋଟେଲରେ ବାହାରେ ଜଗି ରହିଥିଲା ବୋଲି ଅଭିଯୋଗ ହୋଇଥିଲା। ଏପରିକି ରାତି ଅଧରେ ପୋଲିସ୍ ସେମାନଙ୍କ ମୋବାଇଲ୍ ମଧ୍ୟ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଥିଲା। ଛତ୍ରପୁର ବିଧାୟକ ଜାଣିଶୁଣି ଏସବୁ କରୁଥିବା ସମିତି ସଭ୍ୟମାନେ ଅଭିଯୋଗ ଆଣିଥିଲେ।

Advertisment

ଘଟଣାକୁ ନେଇ ନରେନ୍ଦ୍ରପୁର ସିମିତି ସଭ୍ୟ ସୋନାଲି ସେନାପତି କହିଛନ୍ତି, ‘ରାତି ୧୨ଟାରୁ ପୋଲିସ୍‌ ଆମ ମୋବାଇଲ୍‌ ନେଇ ଯାଇଛନ୍ତି। ଏପରିକି ଗେଟ୍‌ ବାହାରେ ପୋଲିସ୍‌ ଜଗିକି ବସିଛି। ଆମକୁ କୁଆଡ଼େ ବି ଛାଡ଼ୁ ନାହାନ୍ତି। ବହୁତ ହଇରାଣ କରୁଛନ୍ତି। ଆଜି ମଧ୍ୟାହ୍ନ ୧୨ରେ ଆମର ଭୋଟ୍‌ ଗ୍ରହଣ ହେବ। ତେଣୁ ଆମେ କେମିତି ପହଞ୍ଚିବୁ ? ଅନୁରୋଧ କରୁଛୁ ଆମକୁ ତୁରନ୍ତ ଉଦ୍ଧାର କରନ୍ତୁ। ଆମକୁ ଉଦ୍ଧାର ନକଲେ ବାଲ୍‌କୋନିରୁ ଡେଇଁ ଆତ୍ମହତ୍ୟା କରିବୁ।’

ଅନ୍ୟପକ୍ଷେ, ପୋଲିସ ଉପରେ ଲାଗିଥିବା ଅଭିଯୋଗକୁ ଛତ୍ରପୁର SDPOଙ୍କ ଖଣ୍ଡନ କରିଛନ୍ତି। ଏସ୍‌ଡିପିଓ କହିଛନ୍ତି, କାହାକୁ ଡିଟେନ୍ କରାଯାଇନି, ସୁରକ୍ଷା ପାଇଁ ଯାଇଥିଲୁ। ମୋବାଇଲ୍ ଛଡ଼ାଇ ନେବା ଅଭିଯୋଗର ଯାଞ୍ଚ କରୁଛୁ। ଆମର ବି ଟିକେ ଭୁଲ ରହିଥିଲା। ରାତିରେ କ୍ଲାରିଫାଏ କରିପାରିଲୁନି।

Advertisment

ସୂଚନାଥାଉ କି, ଆଜି ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ। ହେଲେ ତା’ପୂର୍ବରୁ୧୨ ଜଣ ସମିତି ସଭ୍ୟଙ୍କୁ ତାଲା ପକାଇ ଅଟକ ରଖା ଯାଇଥିବା ଦୃଶ୍ୟ ଚିନ୍ତାଜନକ ବୋଲି କୁହାଯାଉଛି। 

Block Chairman Election Samiti Members Detained
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ