Advertisment

ପ୍ରଚାରରେ କମ୍ପୁଛି ଦକ୍ଷିଣ ଭାରତ ! ପ୍ରଚାର ପାଇଁ ମଇଦାନରେ ରାହୁଲ-ମୋଦି

ମୋଦି ଓ ରାହୁଲଙ୍କ ପ୍ରଚାରକୁ ନେଇ ମଇଦାନ ବେଶ୍ଚ ସରଗରମ। ଆସନ୍ତା ୨୬ ତାରିଖ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ କେରଳର ସମସ୍ତ ୨୦ ଆସନ ପାଇଁ ହେବ ଭୋଟ୍।

Narendra Modi - Rahul Gandhi

Narendra Modi - Rahul Gandhi

Advertisment

କେରଳରେ ବିଗ୍ ଫାଇଟ୍। ଘନ ଘନ ପ୍ରଚାର, ରାଲି, ସମାବେଶ ଏବଂ ସମ୍ବୋଧନ। ସରଗରମ ରାଜନୀତି, ହେଭିୱେଟ୍ ନେତାଙ୍କ ପ୍ରଚାରରେ କମ୍ପୁଛି କେରଳ। ବିଜେପି ଏବଂ କଂଗ୍ରେସର ଦୁଇ ଷ୍ଟାର୍ ପ୍ରଚାରକ କ୍ୟାମ୍ପେନ୍‌ର ମଙ୍ଗ ଧରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିରୁଅନନ୍ତପୁରମ୍, ଅଲତୁରରେ ସାଧାରଣ ଜନତାଙ୍କୁ ସମ୍ବୋଧନ କରିଥିଲେ।

Advertisment

ଉଭୟ ସମାବେଶରେ ଶହ ଶହ ସଂଖ୍ୟାରେ ନେତା ଓ କର୍ମୀ ମୋଦିଙ୍କୁ ଶୁଣିବାକୁ ଏକାଠି ହୋଇଥିଲେ। ବିକଶିତ ଭାରତରେ କେରଳ ଏକ ମୁଖ୍ୟ ଭୂମିକା ନେବ। କେରଳର ପ୍ରତିଟି ବ୍ୟକ୍ତିଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ ଆୟୂଷମାନ୍ ଭାରତ ଯୋଜନାରେ ମାଗଣା ଚିକିତ୍ସା ଦିଆଯିବ। ତାସହ ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ବି ଏଥିରେ ସାମିଲ କରାଯିବାକୁ ଘୋଷଣା କରିଛନ୍ତି ମୋଦି। 

କଂଗ୍ରେସର ଷ୍ଟାର୍ ପ୍ରଚାରକ ତଥା ୟାଏନାଡରୁ ନିର୍ବାଚନ ଲଢ଼ୁଥିବା ରାହୁଲ ଗାନ୍ଧି ବି ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ସାଧାରଣ ସଭା କରିବା ସହ ରାଲିରେ ସାଧାରଣ ଜନତାଙ୍କ ସମ୍ବୋଧନ କରିଛନ୍ତି। ସିଧାସଳଖ କେନ୍ଦ୍ର ଓ RSSକୁ ଟାଗେର୍ଟ କରି ଭୋଟ୍ ହାତେଇବାକୁ ଚେଷ୍ଟା କରୁଛି କଂଗ୍ରେସ। ମୋଦି ଓ ରାହୁଲଙ୍କ ପ୍ରଚାରକୁ ନେଇ ମଇଦାନ ବେଶ୍ଚ ସରଗରମ। ଆସନ୍ତା ୨୬ ତାରିଖ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ କେରଳର ସମସ୍ତ ୨୦ ଆସନ ପାଇଁ ହେବ ଭୋଟ୍।

Advertisment

ବିଜେପି ଓ କଂଗ୍ରେସ ପାଇଁ ଏବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପାଲଟିଛି ଦକ୍ଷିଣ ଭାରତ। ଉଭୟ ଦଳ ନିଜ ନିଜର ହେଭିୱେଟଙ୍କୁ ମିଶନ୍ ସାଉଥ୍ ପାଇଁ ପଠାଇଛନ୍ତି। ଦକ୍ଷିଣ ଚେନ୍ନାଇରୁ ପୂର୍ବତନ ରାଜ୍ୟପାଳ ସୌନ୍ଦ୍ୟର୍ଯ୍ୟରାଜନ୍ ଆଜି ପ୍ରଚାରକୁ ଜୋରଦାର କରିଥିବା ବେଳେ କର୍ଣ୍ଣାଟକ ଧାରୱାଡରୁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ପହଲ୍ଲାଦ୍ ଯୋଶୀ ।

Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ