Advertisment

'ମନ କି ବାତ୍'ର ଶତକ ଅଧ୍ୟାୟ; ୪ଲକ୍ଷ ବୁଥରେ ବିଜେପିର ବ୍ୟାପକ ଆୟୋଜନ

ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ... ନେତାଙ୍କଠୁ ବୁଦ୍ଧିଜୀବୀ, ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି କମନମ୍ୟାନ୍... ଦିଗ-ବର୍ଗ ନିର୍ବିଶେଷରେ ସାରା ଦେଶ ଶୁଣିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍'ର ୧୦୦ତମ ଏପିସୋଡ୍ ।

ଅଦ୍ୟତନ ହୋଇଛି
mann ki baat

man ki baat

Advertisment

ସଚିନ, ଧୋନି, କୋହଲିଙ୍କ ସେଞ୍ଚୁରୀଠୁ ବଳିଗଲା ‘ମନ୍ କି ବାତ୍’ ସେଞ୍ଚୁରୀ ଉତ୍ସାହ । ସାରା ଦେଶ ଉତ୍ସାହିତ ହେଲା, ଉଦବୁଦ୍ଧ ହେଲା ୧୦୦ ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାରଗର୍ଭକ କଥା ଶୁଣି । ଲାଗିଲା ମୋଦି ନିଜ ମନର କଥା କହୁନାହାନ୍ତି, ବଖାଣୁଛନ୍ତି ଦେଶବାସୀଙ୍କ ମନର କଥା । ଏହି ଐତିହାସିକ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ବିଜେପି ଦେଶର ୪ ଲକ୍ଷ ବୁଥ ସ୍ତରୀୟ କେନ୍ଦ୍ରରେ ବ୍ୟାପକ ଆୟୋଜନ କରିଥିବାବେଳେ, ଏହା ଭାରତ ବାହାରେ ବି ପ୍ରସାରିତ ହୋଇଥିଲା ।

Advertisment

ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ... ନେତାଙ୍କଠୁ ବୁଦ୍ଧିଜୀବୀ, ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି କମନମ୍ୟାନ୍... ଦିଗ-ବର୍ଗ ନିର୍ବିଶେଷରେ ସାରା ଦେଶ ଶୁଣିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍'ର ୧୦୦ତମ ଏପିସୋଡ୍ । ଖାଲି ଦେଶ କାହିଁକି, ବିଦେଶରେ ବି ଅନେକଙ୍କ ମନକୁ ଛୁଇଁଲା ମୋଦିଙ୍କ ମନର କଥା । ବିଜେପି ପକ୍ଷରୁ ଦେଶର ୪ ଲକ୍ଷଟି ବୁଥସ୍ତରୀୟ କେନ୍ଦ୍ରରେ ‘ମନ୍ କି ବାତ୍’ ପ୍ରସାରିତ ହୋଇଥିଲା ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀରେ ଏହି କାର୍ଯ୍ୟକ୍ରମକୁ ଶୁଣିଥିବାବେଳେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁମ୍ବାଇରେ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କର୍ଣ୍ଣାଟକରେ ଦଳୀୟ କର୍ମୀଙ୍କ ସହିତ ସାମିଲ ହୋଇଥିଲେ । ତେଣେ ଆମେରିକାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଲଣ୍ଡନ ସ୍ଥିତ ଇଣ୍ଡିଆ ହାଉସରେ ପ୍ରବାସୀ ଭାରତୀୟଙ୍କ ସହ ଏହାକୁ ଶୁଣିଥିଲେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ।

Advertisment

ତେଣେ ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ମୋଦିଙ୍କ ‘ମନ୍ କି ବାତ୍’ ଶୁଣିବା ପାଇଁ ଆସି ତାଙ୍କ ଫଟୋକୁ ଆଉଁସି ଆଶୀର୍ବାଦ କରିଥିଲେ ଜଣେ ଶତାୟୁ ମହିଳା । ତେଣେ ମୁମ୍ବାଇରେ ମନ୍ କୀ ବାତ୍ ଶୁଣି ପ୍ରଧାନମନ୍ତ୍ରୀଙ୍କ ଭୂୟସୀ ପ୍ରଶଂସା କରିଥିଲେ ମାଧୁରୀ ଦୀକ୍ଷିତ, ସାହିଦ କପୁର ଓ ରୋହିତ ସେଟ୍ଟିଙ୍କ ଭଳି ଅନେକ ସିନେ ସେଲିବ୍ରିଟି । ଏପଟେ ଓଡ଼ିଶାରେ ବି ମୋଦିଙ୍କ ୧୦୦ତମ ‘ମନ୍ କି ବାତ୍’ ଶୁଣିବାକୁ ବିଜେପି ପକ୍ଷରୁ ହୋଇଥିଲା ବ୍ୟାପକ ଆୟୋଜନ । ରାଜ୍ୟର ପ୍ରାୟ ୨ହଜାର ବୁଥରେ ଏହାକୁ ମନଦେଇ ଶୁଣିଥିଲେ ଦଳୀୟ ନେତା, କର୍ମୀ ଓ ସାଧାରଣ ଜନତା ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ବରାଙ୍ଗ ଗାଁରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ପୁରୀ ଜିଲ୍ଲା ପିପିଲିରେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ସମ୍ବଲପୁରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୟୂରଭଞ୍ଜ ବାରିପଦାରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଏବଂ ବାଲେଶ୍ୱର ଜିଲ୍ଲା ନୀଳଗିରି ଗୋପୀନାଥପୁରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ‘ମନ୍ କି ବାତ୍’ ଶୁଣିଥିଲେ ଦଳୀୟ କାର୍ଯ୍ୟକର୍ତ୍ତା, ବୁଦ୍ଧିଜୀବୀ ଓ ସାଧାରଣ ଜନତା । ପିପିଲିରେ ଆୟୋଜିତ କାର୍ଯ୍ୟକ୍ରମରେ କୁନି କୁନି ପିଲାମାନେ ମୋଦିଙ୍କ ଭଳି ବେଶରେ ମଞ୍ଚକୁ ଆସି କହିଥିଲେ 'ମୁଁ ବି ମୋଦି' ।

Advertisment

ଭୁବନେଶ୍ୱର ସ୍ଥିତ ରାଜଭବନରେ ବି ପ୍ରସାରଭାରତୀ ପକ୍ଷରୁ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ଏକାଠି ବସି 'ମନ୍ କୀ ବାତ୍' ଶୁଣିଥିଲେ ୩ଶହରୁ ଊର୍ଦ୍ଧ୍ୱ ଅତିଥି । ବିଗତ ୯୯ଟି ଏପିସୋଡରେ ପ୍ରଧାନମନ୍ତ୍ରୀ ବିଭିନ୍ନ ସମୟରେ ଉଲ୍ଲେଖ କରିଥିବା ଓଡ଼ିଆ ପ୍ରତିଭାମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ