Advertisment

PM Awas Yojana: ୨୪ରୁ ଆବାସ ସର୍ଭେ; ମାସିକ ୧୫ ହଜାର ଆୟ ଥିଲେ କରିପାରିବେ ଆବେଦନ

ବାପାଠୁ ଭିନ୍ନ ହୋଇଥିବା ପୁଅ ବି ଆବେଦନ କରିପାରିବେ। ଏପିରିକି ସ୍ୱାମୀ ଠାରୁ ଅଲଗା ରହୁଥିବା ମହିଳା ମଧ୍ୟ ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକ ବି ନୂଆ ଆବେଦନ କରିବାକୁ ହେବ।

ଅଦ୍ୟତନ ହୋଇଛି
PM  Awas yojana

PM Awas yojana

Advertisment

ଆସନ୍ତା ୨୪ ତାରିଖରୁ ରାଜ୍ୟରେ ଆରମ୍ଭ ହେବ  ଆବାସ ସର୍ଭେ। ଉଭୟ ଅଫ୍‌ଲାଇନ୍‌ ଏବଂ ଅନ୍‌ଲାଇନ୍‌ ଜରିଆରେ ଆବେଦନ କରିପାରିବେ ହିତାଧିକାରୀ। ଏହାସହିତ ଆସନ୍ତା ୨୪ ତାରିଖରେ ଆବାସ ପୋର୍ଟାଲର ବିଧିବଦ୍ଧ ଭାବେ ଶୁଭାରମ୍ଭ କରିବେ ରାଜ୍ୟ ସରକାର ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ।

Advertisment

ସେ ଆହୁରି କହିଛନ୍ତି, ଆରମ୍ଭ ହେବାକୁ ଥିବା ସର୍ଭେ ଦେଢରୁ ଦୁଇ ମାସ ଧରି ଚାଲିବ। ଏଥିପାଇଁ ବିଭାଗ ପୂରା ପ୍ରସ୍ତୁତ ରହିଛି। ଆବେଦନକାରୀମାନେ ପଞ୍ଚାୟତ ଗୁଡିକରେ ଅଫ ଲାଇନ୍‌ରେ କିମ୍ବା ଅନ୍‌ଲାଇନ୍‌ରେ ମଧ୍ୟ ଆବେଦନ କରିପାରିବେ। ଏଥିପାଇଁ ବିଭାଗ ପଞ୍ଚାୟତ ଗୁଡିକରେ ପଲ୍ଲୀ ସଭା କରି ସଚେତନ କରିସାରିଛି। କେନ୍ଦ୍ର ସରକାର ଆବାସ ସଂଖ୍ୟା ୨ କୋଟିରୁ ୩ କୋଟିକୁ ବଢାଇଛନ୍ତି। ଓଡିଶାକୁ ଅଧିକ ମିଳିବା ନେଇ ଆଶା ରହିଛି।

ମନ୍ତ୍ରୀ ଆହୁରି କହିଛନ୍ତି, କେନ୍ଦ୍ର ସରକାର ନିୟମକୁ କୋହଳ କରିଛନ୍ତି। ବାଇକ୍‌, ଫ୍ରିଜ୍‌ ଥିଲେ ମଧ୍ୟ ଆବେଦନ କରିପାରିବେ। ବାର୍ଷିକ ୧୫୦୦୦ ଆୟ ଥିଲେ ବି କରିପାରିବେ ଆବେଦନ। କାହାକୁ ବଞ୍ଚିତ ହେବାକୁ ଦିଆଯିବ ନାହିଁ। ବାପାଠୁ ଭିନ୍ନ ହୋଇଥିବା ପୁଅ ବି ଆବେଦନ କରିପାରିବେ। ଏପିରିକି ସ୍ୱାମୀ ଠାରୁ ଅଲଗା ରହୁଥିବା ମହିଳା ମଧ୍ୟ ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକ ବି ନୂଆ ଆବେଦନ କରିବାକୁ ହେବ। ଦୁଇ ମାସ ଭିତରେ ସର୍ଭେ ପ୍ରକ୍ରିୟା ସାରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ମନ୍ତ୍ରୀ କହିଛନ୍ତି, ବିଜୁ ପକ୍କାଘର ଆଉ ନାହିଁ। ବିଜୁ ପକ୍କାଘରର ଛାପା ବା ସିଲଟ ଘର ଆଗରେ ଅଛି, ଖୁବଶୀଘ୍ର ଲୋକେ ତାକୁ ହଟେଇଦେବେ।'ବିଜୁ ପକ୍କା ଘର ଛାପା କାଢ଼ିବାକୁ ଲୋକେ କହୁଛନ୍ତି। 'ପୂର୍ବ ସରକାର ମାତ୍ର ୩ ଲକ୍ଷ ୧୨ ହଜାର ଦେଇଥିଲେ, କିନ୍ତୁ ବାହା ବାହାବା ନେଉଥିଲେ। କିନ୍ତୁ ଲୋକଙ୍କ ପାଇଁ ସେମାନଙ୍କ ଆଦୌ ଆନ୍ତରିକତା ନଥିଲା। ବିଜୁ ପକ୍କା ଘର ନାହିଁ, କିନ୍ତୁ ଛାପା ଅଛି  ଲୋକେ କାଢିବେ। ନୂଆ ସରକାର ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବାକୁ ଯୋଜନା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ଅଧିକ ପଢ଼ନ୍ତୁ:୨ ମାସରେ ସରିବ ଆବାସ ସର୍ଭେ, ବାଦ୍ ପଡ଼ିବେନି ଯୋଗ୍ୟ ହିତାଧିକାରୀ

Bhubaneswar PM Awas Yojana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ