Advertisment

୨୬ରେ ଇସ୍ତଫା ଦେବେ ୟେଦୁରପ୍ପା, ନିଜ ବୟାନରେ ଦେଲେ ସଙ୍କେତ..

ସରଗରମ କର୍ଣ୍ଣାଟକ ରାଜନୀତି । ଇସ୍ତାଫା ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା । ଦଳୀୟ କନ୍ଦଳକୁ ପ୍ରଶମିତ କରିବା ପାଇଁ ୟେଦୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି ।

୨୬ରେ ଇସ୍ତଫା ଦେବେ ୟେଦୁରପ୍ପା, ନିଜ ବୟାନରେ ଦେଲେ ସଙ୍କେତ..

yedu

Advertisment

ବାଙ୍ଗାଲୁରୁ: ସରଗରମ କର୍ଣ୍ଣାଟକ ରାଜନୀତି । ଇସ୍ତାଫା ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା । ଦଳୀୟ କନ୍ଦଳକୁ ପ୍ରଶମିତ କରିବା ପାଇଁ ୟେଦୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି । କିଛି ଦିନ ହେବ ଏନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ଏହି ଚର୍ଚ୍ଚାକୁ ଦିଗ ଦେଇଛି ଖୋଦ୍‌ ୟେଦୁଙ୍କ ବୟାନ । ସେ କହିଛନ୍ତି, ‘କେନ୍ଦ୍ରୀୟ ବିଜେପି ନେତାମାନେ ମୋତେ ଯାହା କହିବେ, ମୁଁ ସବୁ କିଛି କରିବାକୁ ପ୍ରସ୍ତୁତ । ସେମାନେ ଯଦି ମୋତେ ଇସ୍ତଫା ଦେବାକୁ କହିବେ, ତା’ହେଲେ ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଦେବି । ମୁଁ ମୋର ସମର୍ଥକମାନଙ୍କୁ କହିବାକୁ ଚାହୁଁଛି ଯେ ନିଷ୍ପତ୍ତି ଯାହା ବି ହେଲେ, ଏହାକୁ ବିରୋଧ କରି ବିକ୍ଷୋଭ କରିବାର କୌଣସି କାରଣ ନାହିଁ ।’

Advertisment

ତେବେ ଆଗାମୀ ୨୬ ତାରିଖରେ ସେ ପଦରୁ ଇସ୍ତଫା ଦେବେ ବୋଲି ସୂଚନା ରହିଛି । ଜୁଲାଇ ୨୬ ତାରିଖରେ କର୍ଣ୍ଣାଟକାରେ ବିଜେପି ସରକାରକୁ ୨ ବର୍ଷ ପୂରିବ । ଏଥିପାଇଁ ବିଧାୟକ ଦଳ ବୈଠକ ବସିବାର ଅଛି ।ଏହି ସମୟରେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ । ଏହାପରେ ଆଉ ଜଣେ ନେତା ନୂଆ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବେ ।

Advertisment

ଏହା ପୂର୍ବରୁ ୟେଦୁ ଇସ୍ତଫା ଦେବା ପ୍ରସଙ୍ଗକୁ ଏଡ଼ାଇ ଆସୁଥିଲେ । କିନ୍ତୁ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳୀୟ ନେତାଙ୍କ ମଧ୍ୟରେ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି । ତେଣୁ ତାହାକୁ ଦୂର କରିବା ଲାଗି ୟେଦିୟୁରପ୍ପା ଇସ୍ତଫା ଦେବା ନେଇ ବୈଠକ ହୋଇଥିଲା । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିଥିଲେ ୟେଦିୟୁରପ୍ପା । 

Yediyurappa RSS Conspiracy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ