Advertisment

ପିପିଲି ଉପନିର୍ବାଚନ ଭୋଟ୍‌ ଗଣତି: ବିଜେଡିର ରୁଦ୍ର ପ୍ରତାପ ମହାରଥୀ ଆଗୁଆ

ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ଥିବା ସୂଚନା ମିଳିଛି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ୧୪୦୬ ଖଣ୍ଡ ଭୋଟ୍‌ରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Pipili Bypoll Result

Pipili Bypoll Result

Advertisment

ପିପିଲି: ପିପିଲିରେ କିଏ ମାରିବ ବାଜି ? କାହାର ହେବ ପିପିଲି ? ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି। ପୁରୀ ପେଣ୍ଠକଟା ସେଣ୍ଟରରେ ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରା ଯାଇଥିବା ବେଳେ ଏହାପରେ ୮ଟା ୩୦ରୁ ଇଭିଏମ୍ ଗଣତି ଚାଲିଛି। 

Advertisment

୨ଟି ହଲ୍‌ରେ ଇଭିଏମ୍ ଓ ଗୋଟିଏ ହଲ୍‌ରେ ପୋଷ୍ଟାଲ ବାଲାଟ ଗଣତି ଚାଲିଛି। ୭ଟି ଲେଖାଏ ଟେବୁଲକୁ ମିଶାଇ ମୋଟ୍ ୧୪ ଟେବୁଲରେ ଗଣତି ହେଉଛି। ଗଣତି ପାଇଁ ମୋଟ ୬୨ କର୍ମଚାରୀ ନିୟୋଜିତ ହୋଇଛନ୍ତି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ଥିବା ସୂଚନା ମିଳିଛି।

ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ୧୪୦୬ ଖଣ୍ଡ ଭୋଟ୍‌ରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୪୦୫୫ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପିକୁ ୨୬୪୯ ଖଣ୍ଡ ଭୋଟ୍‌ ଓ କଂଗ୍ରେସକୁ ୭୬୬ ଖଣ୍ଡ ଭୋଟ୍ ମିଳିଥିବା ସୂଚନା ମିଳିଛି।

Advertisment

ସେହିପରି ୨ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩୩୧୭ ଖଣ୍ଡ ଭୋଟ୍‌ରେ ଆଗୁଆ ଥିବାବେଳେ ୩ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୫୦୪୪ ଭୋଟରେ ଆଗୁଆ ଥିବା ନେଇ ସୂଚନା ମିଳିଛି। ୪ର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ୫୧୪୦ ଭୋଟରେ ଆଗୁଆ ଥିବାବେଳେ ୫ମ ରାଉଣ୍ଡ ସୁଦ୍ଧା ବିଜେଡି ୫,୭୮୭ ଭୋଟ୍‌ ଓ ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ୬୩୨୪ ଭୋଟରେ ଆଗୁଆ ଥିବା ବେଳେ ୧୩ ରାଉଣ୍ଡ ସୁଦ୍ଧା ବିଜେଡି ୧୪,୨୧୨ ଭୋଟ୍‌ରେ ଆଗୁଆ ଥିବା ସୂଚନା ମିଳିଛି। ବିଜେପିର ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ବିଜେଡିର ରୁଦ୍ର ମହାରଥୀ ଆଗୁଆ ଅଛନ୍ତି। 

ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପ୍ରଥମେ ଏବଂ କରୋନାର ଦ୍ୱିତୀୟ ଲହର ଯୋଗୁ ଦ୍ୱିତୀୟ ଥର ଲାଗି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୩୦ରେ ଭୋଟ୍ ଗ୍ରହଣ ହୋଇଥିଲା। ପିପିଲି ନିର୍ବାଚନ ମଣ୍ଡଳୀର ୨ଲକ୍ଷ ୨୯ ହଜାର ୯୯୮ ଭୋଟର ମତାଧିକାର ସାବ୍ୟସ୍ତ କରିଥିଲେ।

Advertisment
Pipili Bypoll Odisha Pipili Bypoll Result
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ